ବର୍ଷାଙ୍କ ସହ କଣ କଣ ସର୍ତ୍ତ ରଖିଥିଲେ ଅଭିନେତା ଅନୁଭବ ମହାନ୍ତି?

0

Get real time updates directly on you device, subscribe now.

କିଛି ମାସର ବ୍ୟବଧାନ ପରେ ପୁଣି ଏବେ ଚର୍ଚ୍ଚାରେ ଓଲିଉଡ୍ ର ସୁପରହିଟ୍ ଯୋଡି ବର୍ଷା ଏବଂ ଅନୁଭବ ପାରିବାରିକ କଳହ। ଅନୁଭବଙ୍କ ଦୁଇଟି ଭିଡିଓ ପରେ ବର୍ଷାଙ୍କ କାଉଣ୍ଟର । ପୁଣି ଚର୍ଚ୍ଚାରେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ । ପୁରୀ ଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ଦେଇଥିବା ଏତଲାରେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ କଥା ଉଲ୍ଲେଖ କରିଛନ୍ତି । ବର୍ଷା ଲେଖିଛନ୍ତି ଅନୁଭବ ତାଙ୍କ କ୍ଷମତା ବଳ ଓ ଅର୍ଥର ପ୍ରୟୋଗ କରି (ଦିଲ୍ଲୀରେ ଥିବା ତାଙ୍କ ବାନ୍ଧବୀ ଯିଏ କି ମୋ ଡିଭୋର୍ସର କାରଣ ) ମୋତେ ଓ ମୋ ପରିବାରକୁ ବଦନାମ କରି ଆମର ଅପୂରଣୀୟ କ୍ଷତି ଘଟାଇ ଚାଲିଛନ୍ତି। ତେବେ କିଏ ଏଇ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ । ଏମିତି ବି ଦିଲ୍ଲୀର ଡିୟରେଷ୍ଟ ପ୍ରେଣ୍ଡ ଜାଗ୍ରତି ଶୁକ୍ଲାଙ୍କୁ ନେଇ ଚର୍ଚ୍ଚାରେ ଅନୁଭବ । ବିଭିନ୍ନ ସମୟରେ ଅନୁଭବ ଜାଗ୍ରତିଙ୍କ ସହ ଫଟୋ ସେୟାର କହି ବିବାଦୀୟ ହୋଇଛନ୍ତି । ସୋସିଆଲ ମିଡିଆରେ ବି ଟ୍ରୋଲ୍ ହୋଇଛନ୍ତି ଅନୁଭବ । ପୂର୍ବରୁ ବର୍ଷା ତାଙ୍କ ପିଟିସନରେ ବି ଦିଲ୍ଲୀ ମହିଲାଙ୍କ କଥା ଉଲ୍ଲେଖ କରିଥିଲେ ।ଖାଲି ସେତିକି ନୁହେଁ ଡିଭୋର୍ସ ବି ଧମକାଉଥିଲେ ଅନୁଭବ । ଏମିତି କି ବଣ୍ଡ ପେପରେ ସାଇନ କରିବାକୁ ବର୍ଷାଙ୍କୁ ବାଧ୍ୟ କରିଥିଲେ ଅନୁଭବ।

କଣ ସବୁ ସର୍ତ୍ତ ରଖିଥିଲେ ଅନୁଭବ :-

:-ବର୍ଷା ଫିଲ୍ମ କରିବେନି, ଫିଲ୍ମ ଲାଇନ ଛାଡିଦେବେ

:-ଜୀବନରେ କେବେ ବି ପଲିଟିକ୍ସ ଜଏନ୍ କରିବେ ନାହିଁ

:-କୌଣସି ରାଜନୈତିକ ଅନୁଷ୍ଠାନକୁ ଯିବେ ନାହିଁ

:-ସମାଜସେବା କରିବେ ନାହିଁ

:-କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ ନାହିଁ

:-ମାଙ୍କ ଘରକୁ ଯାଇପାରିବେ ନାହିଁ

:-୨୪ ଘଣ୍ଟା ଘର ଭିତରେ ପଡିରହିବେ

Leave A Reply

Your email address will not be published.