ଛାତ୍ରୀଙ୍କୁ ପିଟିଥିବା ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଶିକ୍ଷା,ଦେଖନ୍ତୁ କେମିତି ନିର୍ଦୟ ଭାବରେ ବିଧା ଗୋଇଠା ମାରୁଛି ଯୁବକ !

0

Get real time updates directly on you device, subscribe now.

ଝାରଖଣ୍ଡରେ ଜଣେ ଯୁବକକୁ ଏକ ଛାତ୍ରୀ ସହିତ ଖରାପ ବ୍ୟବହାର ଭାରି ପକାଇଛି। ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରୋପୀ ବିପକ୍ଷରେ ପୋଲିସକୁ ଆକ୍ସନ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ ଓ କିଛି ସମୟ ଭିତରେ ହିଁ ଆରୋପୀକୁ ଗିରଫ କରାଯାଇଥିଲା। ଏହି ଛାତ୍ରୀ ଜଣକୁ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାପରେ ମୁଖ୍ୟମନ୍ତ୍ରୀ ସୋରେନ ବହୁତ ଜଲଦି ଏହାଉପରେ ଆକ୍ସନ ନେବାକୁ ପୋଲିସକୁ କହିଥିଲେ।

ସିଏମ ସୋରେନ ପୋଲିସକୁ ଦେଇଥିଲେ ନିର୍ଦ୍ଦେଶ:-

ପୋଲିସ ସୂତ୍ର ଅନୁଯାୟୀ କୁହାଯାଇଥିଲା କି, ବହୁତ ଦିନ ଧରି ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସିଏମ ହେମନ୍ତ ସୋରେନ ସଂଜ୍ଞା ଦେଇ ରବିବାର ଦିନ ପାକୁଡ଼ର ଉପାଯୁକ୍ତ ଓ ପୋଲିସ ଅଧୀକ୍ଷକଙ୍କୁ ଏଥିରେ ଯାଞ୍ଚ କରିବାର ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ କି, ଭିଡ଼ିଓଟି ପାକୁଡ଼ ଜିଲ୍ଲା ମହେଶପୁର ଥାନା କ୍ଷେତ୍ରର ଅଟେ।

ବହୁତ ପ୍ରଚେଷ୍ଟା ପରେ ଆରୋପୀ ହୋଇଥିଲା ଗିରଫ;-

ଏହାକୁ ଆଧାର କରି ଥାନା ପ୍ରଭାରୀ ସୁନୀଲ କୁମାର ରବି ଏହାର ଛାନଭିନ କରିଥିଲେ। ସେମାନେ ଲୋକଙ୍କୁ ଭିଡ଼ିଓ ଦେଖାଇ ପୀଡିତ ଓ ପିଟିଥିବା ଯୁବକର ପରିଚୟ କରାଇବାର ଚେଷ୍ଟା କରିଥିଲେ। ବହୁତ ପ୍ରଚେଷ୍ଟା ପରେ ଆରୋପୀକୁ ଗିରଫ କରାଯାଇ ଜୁବେନାଇଲ କୋର୍ଟ ପଠାଯାଇଥିଲା।

ଭାଇରାଲ ହେଉଛି ଭିଡ଼ିଓ:-

ଥାନା ପ୍ରଭାରୀ ସୁନୀଲ କୁମାର ରବି ବତାଇଲେ କି, ବିଗତ କିଛିଦିନ ହେବ ଏକ ଯୁବକ ଦ୍ୱାରା ଆଦିବାସୀ ଛାତ୍ରୀଙ୍କ କଥିତ ମାଡ଼ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଭିଡ଼ିଓକୁ ଗୋଡ଼ା କଲେଜର ପ୍ରଫେସର ରଜନୀ ମୁର୍ମୁ ଟ୍ୱିଟର ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରି ଏହାକୁ ମହେଶପୁର ଥାନା କ୍ଷେତ୍ରର ଘଟଣା ବତାଇ କାର୍ଯ୍ୟବାହୀ କରିବାର ଦାବି କରିଥିଲେ।

ସିଏମ ଟ୍ୱିଟ କଲେ ଭିଡ଼ିଓ:-

ସେ ଟ୍ୱିଟ କରି ବତାଇଥିଲେ କି, ଛାତ୍ରୀ ଜଣକ ମହେଶପୁରର ହାଥିମାରା ସ୍ଥିତ ସନ୍ତ ଷ୍ଟାନଲିଉସ ଉଚ୍ଚ ବିଦ୍ୟାଳୟରେ ପଢ଼ନ୍ତି। ଯେବେକି ଆରୋପୀ ଯୁବକ ରୋଲଗ୍ରାମର ଅଟେ। ଏହି ସୂଚନା ଆଧାରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପାକୁଡ଼ ପୋଲିସକୁ ଯାଞ୍ଚ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.