ଦୁନିଆର ସବୁଠାରୁ ଛୋଟ ଝିଅ ମିଳିବାର ଦାବି, 17 ବର୍ଷ ବୟସରେ ଏତେ କମ୍ ଉଚ୍ଚତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

0

Get real time updates directly on you device, subscribe now.

ଝିଅର ଉଚ୍ଚତା ଏତେ କମ୍ ଯେ ବର୍ତ୍ତମାନ ଏହାକୁ ଦୁନିଆର ସବୁଠାରୁ ଛୋଟ ଝିଅ ବୋଲି ଦାବି କରାଯାଉଛି ।

ଆପଣଙ୍କୁ କହୀରଖୁଛୁ ଯେ ମଧ୍ୟପ୍ରଦେଶର ବଡବାନିରେ ଉଚ୍ଚତା ଅନୁଯାୟୀ ଦୁନିଆର ସବୁଠାରୁ ଛୋଟ ଝିଅ ମିଳିବାର ଦାବି କରାଯାଇଛି । ଝିଅର ଉଚ୍ଚତା ମାତ୍ର ଦେଢ଼ ଫୁଟ ଏବଂ ବୟସ 17 ବର୍ଷ ବୋଲି କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ସବୁଠାରୁ ଛୋଟ ଉଚ୍ଚତା ଥିବାର ରେକର୍ଡ ନାଗପୁରର ଜ୍ୟୋତି ଆମଗେଙ୍କ ନାମ ରହିଛି । ଦୁଇ ଫୁଟର ଜ୍ୟୋତି ଆମଗେଙ୍କୁ ଦୁନିଆର ସବୁଠାରୁ ଛୋଟ ଝିଅ ବୋଲି କୁହାଯାଏ ।

ହସ୍ପିଟାଲର କର୍ମଚାରୀ ହେଲେ ଆଶ୍ଚର୍ଯ୍ୟ :-

ବଡବାନି ଜିଲ୍ଲା ହସ୍ପିଟାଲରେ ଶୁକ୍ରବାର ଦିନ ଏକ ସ୍ୱାସ୍ଥ୍ୟ ମେଳାର ଆୟୋଜନ କରାଯାଇଥିଲା । ବାପାଙ୍କ ସହିତ ଦିବ୍ୟାଙ୍ଗ ସାର୍ଟିଫିକେଟ କରିବାକୁ ପହଞ୍ଚିଥିବା ସୋନାଲିଙ୍କୁ ଦେଖି ଲୋକମାନେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ, ଯେତେବେଳେ ତାଙ୍କ ବୟସ 17 ବର୍ଷ ବୋଲି କୁହାଗଲା । ଯଦିଓ ପ୍ରଥମ ଦେଖାରେ ଝିଅଟି ଏକ କିମ୍ବା ଦୁଇ ବର୍ଷର ହୋଇଥିବା ଦେଖାଯାଉଥିଲା, କିନ୍ତୁ ବାସ୍ତବରେ ତାର ବୟସ 17 ବର୍ଷ ଥିଲା ।

ଏହାପରେ ଦାବି କରାଗଲା ଯେ ଝିଅଟି ଉଚ୍ଚତା ହିସାବରେ ଦୁନିଆର ସବୁଠାରୁ ଛୋଟ ଝିଅ ଅଟେ । ବର୍ତ୍ତମାନ ସୁଦ୍ଧା ସବୁଠାରୁ ଛୋଟ ଉଚ୍ଚତା ଥିବା ଝିଅ ନାଗପୁରର ଜ୍ୟୋତି ଆମଗେଙ୍କୁ କୁହାଯାଉଥିଲା । କିନ୍ତୁ ତାଙ୍କ ଠାରୁ ମଧ୍ୟ କମ ଅର୍ଥାତ୍ ମାତ୍ର ଦେଢ଼ ଫୁଟ ଉଚ୍ଚତାର ସୋନାଲି ଜିଲ୍ଳାର ଆମଦା ଗାଁର ଅଟେ ।

ସୋନାଲି ଠିକ୍ ଭାବେ ଠିଆ ହୋଇପାରନ୍ତି ନାହିଁ କିମ୍ବା କଥା କହିପାରନ୍ତି ନାହିଁ । ଡାକ୍ତର ଚେକ୍ ଅପ କରିବାପରେ ଝିଅର ଦିବ୍ୟାଙ୍ଗ ସାର୍ଟିଫିକେଟ କରିଦେଲେ । ବର୍ତ୍ତମାନ ପେନସନ ଭାବରେ ପ୍ରତିମାସରେ ଏକ ହଜାର ଟଙ୍କା ଲେଖାଏଁ ଝିଅକୁ ମିଳିବ । ଦିବ୍ୟାଙ୍ଗ ସୋନାଲିଙ୍କ ବାପା କାନ୍ତି ଲାଲ୍ କହିଛନ୍ତି ଯେ ତାଙ୍କର ଚାରିଜଣ ପିଲା ଅଛନ୍ତି । ସୋନାଲି ସମସ୍ତଙ୍କ ଠାରୁ ବଡ ଝିଅ ଅଟେ । କୁହାଯାଉଛି ଯେ ବର୍ତ୍ତମାନ ସୋନାଲିଙ୍କ ନାମ ୱାର୍ଲ୍ଡ ରେକର୍ଡରେ ପଞ୍ଜିକରଣ କରିବାକୁ ଚେଷ୍ଟା କରାଯିବ ।

Leave A Reply

Your email address will not be published.