ଅନୁଭବଙ୍କ ନାଁରେ ପୁଣି ଆଉ ଗୋଟେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ,ଜାଣନ୍ତୁ କଣ ଏତଲାରେ ଲେଖିଛନ୍ତି !

0

Get real time updates directly on you device, subscribe now.

ସୂଚନା ଅନୁଯାୟୀ ଅନୁଭବ ମହାନ୍ତି ନିଜର ମନର କଥା କୁ ଏକ ଭିଡିଓ ମାଧ୍ୟମରେ ନିଜ ଫ୍ୟାନ୍ସ ମାନଙ୍କ ଆଗରେ କହିଥିଲେ । ୨୦୦୮ ରେ ଏକ ବଡ ଭୁଲ ନିଷ୍ପତ୍ତି ନେଲେ ବୋଲି ଅତି ଦୁଃଖ ଭରା କଣ୍ଠରେ କହିଛନ୍ତି । ଅଭିନେତ୍ରୀ ବର୍ଷା ଙ୍କୁ ସେ ବହୁତ ଭଲ ପାଇଥିଲେ ଏବଂ ଉଭୟଙ୍କ ଘରେ ବିବାହ ନିମନ୍ତେ ରାଜି ନଥିଲେ କିନ୍ତୁ ବିବାହ ପାଇଁ ସମସ୍ତଙ୍କୁ ରାଜି କରାଇଲେ, ଏହାପରେ ବିବାହ କରିଥିଲେ ଉଭୟ କିଛି ଦିନ ଭଲରେ ରହିଲେ ମାତ୍ର ପରେ ବର୍ଷା ଏବଂ ଅନୁଭବ ଙ୍କ ଦାଂପତ୍ୟ ଜୀବନରେ ଦେଖାଗଲା ଝଡ ।ଏହି ଝଡ ଏଭଳି ଭାବରେ ବଢିଲା ଯେ ପରସ୍ପର ଙ୍କ ବିରୋଧରେ କୋର୍ଟ ରେ ମାମଲା ରୁଜୁ ହେଲା।

ସୁନାର ସଂସାର ବର୍ତ୍ତମାନ ଭାଙ୍ଗି ଯାଇଛି ଏବଂ ଅନୁଭବ ଯନ୍ତ୍ରଣା ର ସହିତ କହିଛନ୍ତି ମୁଁ ଭଲପାଇ ଭୁଲ କରିଛି । କିନ୍ତୁ ଏହା କେତେ ଦୂରେ ଠିକ ? ଏ ନେଇ ବର୍ତ୍ତମାନ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତା ସବ୍ୟସାଚୀ ନିଜର ମତାମତ ଦେଇଛନ୍ତି । ସିଦ୍ଧାନ୍ତ କହିଛନ୍ତି ଯେ ଭଲପାଇବା କେବେ ମଧ୍ୟ ଭୁଲ ହୁଏନି ।ସ୍ବାମୀ-ସ୍ତ୍ରୀ ମଧ୍ୟରେ ଶାରୀରିକ ସଂପର୍କ ଅତ୍ୟନ୍ତ ପବିତ୍ର । ତେଣୁ ବିବାହ ପରେ ଏହା ସ୍ଥାପନ ହେବାକୁ ନଦେବାକୁ ଅନୁଭବ ଗ୍ରହଣ କରିପାରି ନାହାନ୍ତି । ଅନୁଭବ ଅଭିଯୋଗ ଆଣିଛନ୍ତି ଯେ, ବିଭିନ୍ନ ଆଳ ଦେଖାଇ ବର୍ଷା ତାଙ୍କଠାରୁ ଦୂରେଇ ରହି ଆସିଛନ୍ତି ଏବଂ ବର୍ଷା ତାଙ୍କୁ ଟଚ କରିବାକୁ ଅନୁମତି ଦେଇ ନାହାନ୍ତି ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ରାତି ରାତି କାନ୍ଦିକି ମଧ୍ୟ କଟାଇଛନ୍ତି ।

“ମୋ ସ୍ୱାମୀଙ୍କ ସହିତ କୋର୍ଟରେ ଡିଭୋର୍ସ କେସ ଚାଲୁଥିବା ସମୟରେ ୧୯ ତାରିଖ ଦିନ ସକାଳ ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ମୋ ସ୍ୱାମୀଙ୍କର ଏକ ଭିଡିଓ ଭାଇରାଲ ହେବା କଥା ମୁଁ ଜାଣିବାକୁ ପାଇଥିଲି ।

ଯେଉଁ ଭିଡିଓଟି ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରିଥିଲେ । ଏହି ଭିଡିଓରେ ସେ ମୋତେ ଭଲପାଇବା ସମ୍ପର୍କରେ ମନଗଢା କାହାଣୀ କହିଥିଲେ । ମୋତେ ଆକ୍ଷେପ କରି ଅନେକ ମିଛ କଥାମାନ କହିଥିଲେ ।”ଖାଲି ସେତିକି ନୁହେଁ ବର୍ଷା ଆହୁରି ମଧ୍ୟ ଏତଲାରେ ଲେଖିଛନ୍ତି ଯେ, ଗତକାଲି ଅର୍ଥାତ ୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ ।

ଆମ ଦୁହିଁଙ୍କ ଭିତରେ ଥିବା ଶାରିରୀକ ସମ୍ପର୍କର କଥାମାନ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ଆରୋପ ଲଗାଇ ସୋସିଆଲ୍ ମିଡିଆ ମାଧ୍ୟମରେ ମୋର ଚରିତ୍ର ସଂହାର କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ବର୍ଷା ଏତଲାରେ ଲେଖିଛନ୍ତି । ତା ସହିତ ବିନା ଦୋଷରେ ମୋତେ ଦୋଷୀ ସଜାଇ, ମୋ ନାରୀତ୍ୱକୁ ଆଘାତ ଓ ଅପମାନ ଦେଇ ମୋ ବଞ୍ଚିବାର ଅଧିକାର ଅନୁଭବ ଛଡାଇ ନେଉଛନ୍ତି ବୋଲି ବର୍ଷା କହିଛନ୍ତି । ଆଉ ସେ ମିଛ ଅଭିନୟ କରୁଛନ୍ତି ବୋଲି ସେ କହିଛନ୍ତି ।ତାଙ୍କ ସମ୍ମାନ କୁ ରଖିବା ପାଇଁ ସେ ଏମିତି ବଦନାମ କରୁଛନ୍ତି। ସେ ଆଇନ କୁ ଗୁହାରି କରୁଛନ୍ତି କି ଅନୁଭବ ଙ୍କୁ ଶାସ୍ତି ମିଳୁ ବୋଲି ।

Leave A Reply

Your email address will not be published.