40 ଟଙ୍କା ପାଇଁ 5 ଜଣ ସାଙ୍ଗମାନେ ନିଜ ସାଙ୍ଗକୁ ହିଁ କଲେ ହତ୍ୟା, ତାପରେ ଜଙ୍ଗଲରେ ଫିଙ୍ଗିଦେଲେ ଶବ

0

Get real time updates directly on you device, subscribe now.

ଉତ୍ତରାଖଣ୍ଡର ଉଧମ୍ ସିଂହ ନଗରରେ ମାତ୍ର 40 ଟଙ୍କା ପାଇଁ 5 ଜଣ ସାଙ୍ଗ ନିଜ ସାଙ୍ଗକୁ ହିଁ ମାରିଦେଲେ । ଏମାନେ ସମସ୍ତେ କବାଡି ବିକ୍ରି କରିବାର କାମ କରୁଥିଲେ । ପୋଲିସ ଏହି ମାମଲାରେ 2ଜଣ ଲୋକଙ୍କୁ ଆରେଷ୍ଟ କରିଛି ଏବଂ ବାକି ତିନିଜଣ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ବର୍ତ୍ତମାନ ପୋଲିସ ସେମାନଙ୍କୁ ଖୋଜୁଛି ।

ପୋଲିସ ଧରିଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରି ଘଟଣାରେ ବ୍ୟବହୃତ ହତିଆରକୁ ଜବତ କରିଛି । ମୃତକ ଯୁବକଙ୍କ ପରିଚୟ ସଦ୍ଦାମ ବୋଲି ଜଣାପଡିଛି ।

ପୋଲିସ୍ ଖୁଲାସା କରିଛି ଯେ ଯୁବକଙ୍କର ହତ୍ୟା କବାଡ଼ିର 40 ଟଙ୍କାକୁ ନେଇ ହୋଇଥିବା ଝଗଡା କାରଣରୁ କରାଯାଇଥିଲା । ପୋଲିସ ଗିରଫ କରୁଥିବା ଅଭିଯୁକ୍ତଙ୍କ କହିବା ସ୍ଥାନରୁ ମୃତକ ଯୁବକଙ୍କ ଶବକୁ ଉଦ୍ଧାର କରିଛି । ଏହାସହିତ ପୋଲିସ ହତ୍ୟାର ବ୍ୟବହାର ହୋଇଥିବା ଛୁରୀ ଏବଂ ଇଟା ମଧ୍ୟ ଉଦ୍ଧାର କରିଛି ।

ଏସଏସପି କହିଛନ୍ତି ଯେ ମେ 18 ତାରିଖ ରାତିରେ କବାଡି ପଇସାକୁ ନେଇ ମୃତକ ସଦ୍ଦାମ ଏବଂ ନବାବଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡା ବଢିବାରୁ ନବାବ ନିଜର ମହିଳା ବନ୍ଧୁ ଏବଂ ଅନ୍ୟ ତିନିଜଣ ସାଙ୍ଗଙ୍କ ସହିତ ସଦ୍ଦାମଙ୍କୁ ବହୁତ୍ ପିଟିଲେ । ତାପରେ ବେକ କାଟି ତାଙ୍କୁ ହତ୍ୟା କରିଦେଲେ ।

ସେ କହିଛନ୍ତି ଯେ ଏହାପରେ ଅଭିଯୁକ୍ତମାନେ ମୃତକ ଯୁବକଙ୍କ ଚେହେରା ଛୁରୀ ଏବଂ ଇଟା ଦ୍ଵାରା ମାରିବା ପରେ ତାଙ୍କ ଶବକୁ ହାଇୱେ କଡ଼ରେ ଥିବା ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଧରାପଡ଼ିଥିବା ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଥିଲେ । ଫେରାର ଥିବା ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି ।

Leave A Reply

Your email address will not be published.