SBI ର ଏହି ଚମତ୍କାର ସ୍କିମର ଉଠାନ୍ତୁ ଫାଇଦା, କେବଳ ଏହି କାମ କରିବାକୁ ପଡ଼ିବ !

0

Get real time updates directly on you device, subscribe now.

ଯଦି ଆପଣ ମଧ୍ୟ ଜବ ବ୍ୟତୀତ କିଛି ଅଧିକ ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି, ତେବେ ଆପଣ ଏସବିଆଇର ଚମତ୍କାର ଅଫରର ଫାଇଦା ନେଇପାରିବେ । ଆପଣ କିଛି ଡକ୍ୟୁମେଣ୍ଟକୁ ଜମା କରିବା ପରେ ପ୍ରତି ମାସରେ 60,000 ଟଙ୍କା ରୋଜଗାର କରି ଫାଇଦା ନିଆଯାଇପାରବ ।

ସୂଚନା ଅନୁଯାୟୀ ଆପଣ ଏସବିଆଇର ଏଟିଏମର ଫ୍ରେଞ୍ଚାଇଜି ନେଇ ଭଲ ରୋଜଗାର କରିବା ସହିତ ଫାଇଦା ନେଇପାରିବେ । ଆପଣ ଜାଣିବା ଉଚିତ୍ ଯେ କୌଣସି ଏଟିଏମ ବ୍ୟାଙ୍କ୍ ତରଫରୁ ଲଗାଯାଇ ନଥାଏ ବରଂ ଅଲଗା କମ୍ପାନୀ ହେବାକୁ ଯାଉଛି, ଯାହା ଏଟିଏମ ଫ୍ରେଞ୍ଚାଇଜି ନେବାପରେ ସେଥିରୁ ପଇସା ରୋଜଗାର କରନ୍ତି, ଆସନ୍ତୁ ଜାଣିବା ଏ ବିଷୟରେ ସବୁକିଛି ।

ଏଟିଏମର ଫ୍ରେଞ୍ଚାଇଜି ନେବାକୁ ନେଇ ଜରୁରୀ ଅଟେ ଏହି ଡକ୍ୟୁମେଣ୍ଟ :-

– ଏଥିପାଇଁ ଆପଣଙ୍କ ପାଖରେ 50 ରୁ 80 ଫୁଟ ପର୍ଯ୍ୟନ୍ତ ଜାଗା ଥିବା ଆବଶ୍ୟକ ।

– ଏହାସହିତ ଅନ୍ୟ ଏଟିଏମ୍ ପାଖରୁ ଏହାର ଦୂରତା 100 ମିଟର ଥିବା ଆବଶ୍ୟକ ।

– ଏଟିଏମ୍ ଗୁଡ ସ୍ପେସ ଭଲ ସ୍ଥାନରେ ହେବା ଉଚିତ୍ ।

– 24 ଘଣ୍ଟା ପାୱାର ସପ୍ଲାଇ ହେବା ମଧ୍ୟ ଆବଶ୍ୟକ ।

– ଏଥିରେ 1 କିଲୋ ୱାଟର ବିଦ୍ୟୁତ୍ କନେକ୍ସନ ଥିବା ଆବଶ୍ୟକ ।

– ଏଥିରେ ପ୍ରତିଦିନ ପ୍ରାୟ 300 ଟ୍ରାଞ୍ଜାକ୍ସନ୍ କ୍ଷମତା ଥିବା ଆବଶ୍ୟକ ।

– ଏଟିଏମ୍ ଲଗାଇବା ପାଇଁ ସୋସାଇଟି ଏବଂ ଅଥରିଟି ଠାରୁ ପର୍ମିସନ୍ ସାର୍ଟିଫିକେଟ ଆଣିବାକୁ ପଡ଼ିଥାଏ ।

– ସମସ୍ତ ଭେରିଫାଇ ଡକ୍ୟୁମେଣ୍ଟ, ବ୍ୟାଙ୍କ୍ ଆକାଉଣ୍ଟ୍ ଡିଟେଲ, ଆଡ୍ରେସ ଇତ୍ୟାଦିର ଆବଶ୍ୟକତା ପଡିପାରେ ।

ଯଦି ଆପଣ ଏସବିଆଇ ବ୍ୟାଙ୍କର ଫ୍ରେଞ୍ଚାଇଜି ନେବାକୁ ଚାହୁଁଛନ୍ତି, ତେବେ ଆପଣ ଏହାର ୱେବସାଇଟରେ ଯାଇ ଆବେଦନ କରିପାରିବେ । ଏହାର ଅଥରିଟି Tata indicash, Muthoot ATM, ଏବଂ India one ATM ପାଖରେ ରହିଛି ।

ଏଥିରେ ଆପଣଙ୍କୁ କ୍ୟାସ ଟ୍ରାଞ୍ଜାକ୍ସନରେ 8 ଟଙ୍କା ଏବଂ ନନ୍ କ୍ୟାସ ଟ୍ରାଞ୍ଜାକ୍ସନରେ 2 ଟଙ୍କା ମିଳୁଛି । ଯଦି ପ୍ରତିଦିନ 250 ଟ୍ରାଞ୍ଜାକ୍ସନ ହୁଏ, ତେବେ ଆପଣଙ୍କୁ 40 ହଜାର ଟଙ୍କାର ଲାଭ ମିଳିବ । ଯଦି ଏହି ଟ୍ରାଞ୍ଜାକ୍ସନ 500 ହୁଏ, ତେବେ ପ୍ରତି ମାସରେ ଆପଣଙ୍କୁ 80 ରୁ 90 ହଜାର ଟଙ୍କାର ଲାଭ ମିଳିବ ।

Leave A Reply

Your email address will not be published.