ନବଜୋତ ସିଂହ ସିଦ୍ଧୁଙ୍କୁ ମିଳିଲା ଗୋଟିଏ ବର୍ଷର ସଶ୍ରମ କାରାଦଣ୍ଡ, ଜାଣନ୍ତୁ ଏହା କଣ ଓ ଏଥିରେ କିପରି ଦଣ୍ଡ ଭୋଗିଥାନ୍ତି ଦୋଷୀ !

0

Get real time updates directly on you device, subscribe now.

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ତେବେ ବାହ୍ୟ ଦୁନିଆ ରୁ ମଧ୍ୟ ଅନେକ ଖବର ଆମେ ଏହି ସୋସିଆଲ ମିଡ଼ିଆ ରୁ ହିଁ ପାଇଥାଉ । ତେବେ ପୂର୍ବ କ୍ରିକେଟର ଓ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ରୋଡ ରେଜ ମାମଲାରେ ଦେଶର ସବୁଠୁ ବଡ ଅଦାଲତ ଗୋଟେ ବର୍ଷ ପାଇଁ କାରାଦଣ୍ଡ ଶୁଣାଇଛନ୍ତି ।

ତେବେ ସଶ୍ରମ କାରାବାସ ବା କଠୋର କାରାବାସ କଣ ହୋଇଥାଏ ଜାଣନ୍ତୁ । ଏଥିରେ ଦୋଷୀ କୁ ଦଣ୍ଡ ସମୟରେ କଠିନ ପରିଶ୍ରମର କାମ ଦିଆଯାଇଥାଏ । ସଫାସଫି କାମ, ମାଳି କାମ , ରଙ୍ଗ ଦେବା କାମ, ବଢ଼ାଇ କାମ, ପଥର କାଟିବା କାମ, ରୋଷେଇ ଘର କାମ, ୱେଲଡିଂ ଓ ପେଟିଙ୍ଗ ପରି କାମ ପରି କାମ କରିବାକୁ ଦିଆଯାଇଥାଏ । ଏହି କାର୍ଯ୍ୟ କୁ ଧାର୍ଯ୍ୟ ସମୟରେ କଏଦୀଙ୍କୁ ପୁରା କରିବାକୁ ହୋଇଥାଏ । ଆଇପିସି ୧୮୬୦ ଧାରା ୭୩ ଅନୁଯାୟୀ ନ୍ୟାୟାଳୟ ଦ୍ୱାରା କୌଣସି ଅପରାଧୀଙ୍କୁ କଠୋର କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ । ତେବେ ଏପରି କିଛି ରହିଛି ଭାଗ ଯେପରି ଯଦି ଅରରଧୀଙ୍କୁ ୬ ମାସ ପାଇଁ କଠୋର କାରାବାସର ସଜା ଦିଆଯାଇଥାଏ ତେବେ ତାଙ୍କୁ ଏକ ମାସ ପାଇଁ ଏକାନ୍ତ କାରାବାସରେ ରଖାଯିବ । ଏହା ଠାରୁ ଅଧିକ ନୁହେଁ । ଯଦି କୌଣସି ଅପରାଧୀଙ୍କୁ ଏକ ବର୍ଷର କଠୋର କାରାବାସର ଦଣ୍ଡ ଦିଆଯାଇଥାଏ, ତେବେ ତାଙ୍କୁ ଦୁଇ ମାସରୁ ଅଧିକ ଏକାନ୍ତରେ କାରାବାସରେ ରଖାଯିବ ନାହିଁ । ଯଦି କୌଣସି ଅପରାଧୀଙ୍କୁ ଏକ ବର୍ଷରୁ ଅଧିକ କଠୋର କାରାବାସ ଦିଆଯାଏ ତେବେ ତାଙ୍କୁ ଏକାନ୍ତରେ ୩ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ରଖାଯିବ ନାହିଁ ।

Leave A Reply

Your email address will not be published.