ମହିଳାଙ୍କ ମୃତ୍ୟୁରେ କବରସ୍ତାନରେ ଲୋକମାନେ କଲେ ନୃତ୍ୟ,ଶୋକ ପରିବର୍ତ୍ତେ ବଜାଇଲେ ଡିଜେ

0

Get real time updates directly on you device, subscribe now.

କାହାର ମୃତ୍ୟୁ ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥାଏ|ମରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ବନ୍ଧୁବାନ୍ଧବ ତାର ଅନ୍ତିମ ବିଦାୟରେ ଲୁହ ଗଡାଇ ଥାନ୍ତି|କିନ୍ତୁ ଏଵେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଏଜଣେ ମରିବା ପରେ ଲୋକମାନେ ନାଚୁଥିବା ଦେଖାଯାଇଛି|ହଁ ଆଜ୍ଞା,ଆପଣ ଠିକ ଶୁଣିଲେ|ବର୍ମିହାମରେ ଏହି ଆଶ୍ଚର୍ଯ୍ୟ କରିଲା ବାଲା ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଏକ ଅନ୍ତିମ ସଂସ୍କାର ସମୟରେ ଲୋକମାନେ କବରସ୍ତାନରେ ଲୋକମାନେ ବହୁ ଜୋରରେ ଗୀତ ବଜାଇ ନାଚୁଥିବା ଦେଖାଯାଏ|

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ଅନ୍ତିମ ସଂସ୍କାରରେ ସାମିଲ ହେବାପାଇଁ ଲୋକମାନେ କବଳସ୍ତାନ ଆସିଛନ୍ତି|ସମସ୍ତେ କଳା ରଙ୍ଗର ଡ୍ରେସ ପିନ୍ଧିଛନ୍ତି|କିନ୍ତୁ କବରସ୍ତାନରେ କୈାଣସି ଦୁଃଖମୟ ପରିବେଶ ସୃଷ୍ଟି ହୋଇନାହିଁ|ପରିବର୍ତ୍ତେ ସବୁ ଲୋକ ନାଚୁଛନ୍ତି|ସେଠାରେ ଡିଜେ ଲାଗିଛିଓ ଲୋକମାନେ ବାଜୁଥିବା ଗୀତରେ ନାଚୁଛନ୍ତି|କବରସ୍ତାନରେ ନାଚୁଥିବା ଏହି ଭିଡିଓ ସୋସିଆଲ ମିଡିଆରେ ଜୋରରେ ଭାଇରାଲ ହେଉଛି|

ଭିଡିଓର କ୍ୟାପ୍ସନ ଅନୁସାରେ ଏହା ଇଂଲଣ୍ଡର ବର୍ମିହାମର ବ୍ରିଟେନ କବରସ୍ତାନରେ କେଟି ନାମକ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ଭିଡିଓ ଅଟେ|ଏହାକୁ ଇନଷ୍ଟାଗ୍ରାମରେ birmzisgrime ନାମକ ଏକାଉଣ୍ଟରୁ ସେୟାର କରା ଯାଇଛି|ଏପର୍ଯ୍ୟନ୍ତ ଏହି ଭିଡିଓକୁ ୫୮ ହଜାରରୁ ଉର୍ଦ୍ଧ୍ବ ଥର ଦେଖାଯାଇଛି|ଏଥିରେ ଲୋକମାନେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|କିଛି ଲୋକ କହିଛନ୍ତି କବରସ୍ତାନରେ ଏଭଳି କରିବା ଭୁଲ୍|ଆଉଜଣେ କହିଛନ୍ତି ,”ଏହା ଅପମାନ ଜନକ”|

Leave A Reply

Your email address will not be published.