“ମୁଁ ସପ୍ତାହକୁ କେବଳ ଚାରିଥର ଗାଧାଏ” ଏହାପଛର କାରଣ ସମସ୍ତଙ୍କୁ କହିଲେ ଏହି ଯୁବତୀ

0

Get real time updates directly on you device, subscribe now.

ଜଣେ ଯୁବତୀ ସପ୍ତାହକୁ ଚାରିଥର ଗାଧାନ୍ତି ଓ ପ୍ରତ୍ୟେକ ଦିନ ନଗଧୋଇବାର କାରଣ ମଧ୍ୟ ସେ କହିଛନ୍ତି। ଯାହାର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ହେବାକୁ ଲାଗିଛି।

ରୀନା ଟିକଟକରେ ଏକ ଭିଡ଼ିଓ ପୋଷ୍ଟ କରିଥିଲେ ଓ କହିଥିଲେ କି, ସେ ସପ୍ତାହକୁ କେବଳ ଥରେ ହିଁ ଗାଧାନ୍ତି। ସେ ଏହାପଛର ଚାରୋଟି କାରଣ ମଧ୍ୟ କହିଥିଲେ। ଭିଡ଼ିଓକୁ 27 ଲକ୍ଷ ଥର ଦେଖାଯାଇଛି। ସେ କହିଛନ୍ତି ମୋତେ ଏଥିପାଇଁ ପ୍ରଶ୍ନ କରାଯାଏ, କାହିଁକି ? ମୁଁ ମୋ ନିଜ ଅରିଜିନାଲ ଉତ୍ତରରେ ହିଁ ରହିଛି। ମୋତେ ଏଥର ଆପଣଙ୍କୁ ଏହାବିଷୟରେ ଜଣାଇବାକୁ ହେବ।

ପ୍ରଥମ କାରଣ:- ପାଣି ଗରମ କରିବାରେ ଲାଗୁଥିବା ସମୟ, ଶାୱାର ନେବା, ଶାୱାର ସହିତ ସମସ୍ତ ପ୍ରକାରର ଜିନିଷ ଏକତ୍ରିତ କରିବା, ଦେହକୁ ଶୁଖାଇବା ଓ ଚୁଟି ଶୁଖିବାରେ ଅପେକ୍ଷା କରିବା, ଯାହାକି ବହୁତ ସମୟ ନେଇଥାଏ।

ଦ୍ଵିତୀୟ କାରଣ:- ମୋତେ ଓଦା ଚୁଟି ପସନ୍ଦ ନୁହେଁ ଓ ଯଦି ଚୁଟି ଓଦା ଥାଏ ତାହେଲେ ଡ୍ରାୟର ବ୍ୟବହାର କରିନଥାଏ କାରଣ ଏହାର ଶବ୍ଦ ମୋତେ ପସନ୍ଦ ନୁହେଁ।

ତୃତୀୟ କାରଣ:- ସ୍କିନ ସମସ୍ୟା, ସେ କହିଥିଲେ ମୁଁ ମିଡ଼ିଲ ସ୍କୁଲ ସମୟରୁ ହିଁ ରେଗୁଲାର ଗାଧାଉନାହିଁ।

ଚତୁର୍ଥ କାରଣ:- ପାଣି ଓ ଶାୱାର ପ୍ରଡକ୍ଟ ଆଜିର ଦିନରେ ଭଲ ଆସୁନାହିଁ।

ଭିଡ଼ିଓ ଭାଇରାଲ ହେବାପରେ ବହୁତ ସାରା ଲୋକ ତାଙ୍କୁ ପ୍ରଶ୍ନ କରିବାକୁ ଲାଗିଥିଲେ ଯେ, ଏହା ଉପରେ ତାଙ୍କ ପତିଙ୍କ ରାୟ କଣ ? ମହିଳା ଜଣକ କହିଥିଲେ, ମୋ ହାଇଜିନକୁ ନେଇ ପତିଙ୍କର କୌଣସି ସମସ୍ୟା ନାହିଁ।

ଟିକଟକ ୟୁଜର୍ସ ଏଥିରେ ଦୁଇଭାଗରେ ବିଭକ୍ତ ହେବାର ନଜର ଆସିଛନ୍ତି। କିଛି ଏହାକୁ ସପୋର୍ଟ କରୁଥିବା ବେଳେ କିଛି ଏହାକୁ ବିରୋଧ ମଧ୍ୟ କରୁଛନ୍ତି।

ଡ଼କ୍ଟର ଏହାକୁ ନେଇ କଣ କହିଲେ:-

ମାମଲାକୁ ନେଇ ଗାଇନାକୋଲୋଜି ଡ଼କ୍ଟର ଓ HANX କୋ-ଫାଉଣ୍ଡର ଡ଼କ୍ଟର ସାରା ୱେଲସ କହିଥିଲେ କି, ମେଡ଼ିକାଲ ନଜରରୁ ଦେଖାଯାଏ ତ ଯଦି ଆପଣ ଅପରିଷ୍କାର ଓ ଝାଳ ଗନ୍ଧ ଆପଣଙ୍କ ଠାରେ ଆସୁନାହିଁ ତାହେଲେ ଆପଣଙ୍କୁ ତିନିଦିନରୁ ଅଧିକ ଗାଧୋଇବାର ଆବଶ୍ୟକତା ନାହିଁ।

ଏହାପରେ ଡ଼କ୍ଟର କହିଥିଲେ- କିନ୍ତୁ ସର୍ବଦା ଆପଣଙ୍କୁ ନିଜର ଗୋଡ଼, କାଖତଳ ଓ ଗ୍ରୋଇନକୁ ସଫା ରଖିବାକୁ ହେବ। କାରଣ ଏହି ସ୍ଥାନକୁ ସଫା ନରଖାଗଲେ ଏହା ଇଂଫେକଟେଡ଼ ହୋଇପାରେ ଓ ସର୍ବଦା ନିଜର ହାତ ସଫା ରଖିବା ଉଚିତ।

Leave A Reply

Your email address will not be published.