ୟୁକ୍ରେନ ପରେ ଏବେ ଏହି ଦେଶକୁ ଶିକ୍ଷା ଦେବାପାଇଁ ଯାଉଛି ରୁଷ, ବର୍ଡର ବାହାରକୁ ପଠାଇଲାଣି ପରମାଣୁ ମିସାଇଲ

0

Get real time updates directly on you device, subscribe now.

ନାଟୋ ଦେଶର ଗଠବନ୍ଧନ ପାଇଁ ଯାଉଥିବା ଫିନଲାଣ୍ଡ ଓ ସ୍ଵିଡେନ ଉପରେ ରୁଷ ଆକ୍ରମଣ କରିବାର ଯୋଜନା କରିସାରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆଦେଶରେ ଏହି ଦୁଇଦେଶର ସୀମାରେ ମିସାଇଲ ଅସ୍ତ୍ର ପ୍ରସ୍ତୁତ କରି ରଖାଯାଇଛି। ରାସ୍ତା ମାଧ୍ୟମରେ ଇସ୍କନ୍ଦର ମିସାଇଲକୁ ଫିନଲାଣ୍ଡ ସୀମା ପାଖକୁ ନେଇ ଯାଉଥିବାର ଦେଖାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି କି, ନାଟୋ ସହିତ ଯେକେହିବି ଯୋଗଦେବ ରୁଷ ତାହାର ଖରାପ ଅବସ୍ଥା ନିଶ୍ଚୟ କରିବ।

10 ସେକେଣ୍ଡରେ ଫିନଲାଣ୍ଡ ହେବ ସଫା- ରୁଷ:-

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହି ଦୁଇଟି ଦେଶକୁ ସୂଚନା ଦେଇଥିଲେ କି, ଯଦି ଏମାନେ ନାଟୋ ସହିତ ଗଠବନ୍ଧନ କରିବେ ତାହେଲେ ପରିଣାମ ଭୟାବହ ହେବ କିନ୍ତୁ ଏହି ଦୁଇଦେଶ ପୁତିନଙ୍କ ବୟାନକୁ ଖାତିର ନକରି ନାଟୋ ସହିତ ସାମିଲ ହେବାର ଫଇସଲା ନେଇଛନ୍ତି। ଏବେ ରୁଷ ରାଷ୍ଟ୍ରପତି ଆହୁରି ଖତରନାକ ରୂପ ଧାରଣ କରିଥିବାର ନଜର ଆସିଛନ୍ତି। ମାସ୍କୋ ସଫାସଫା କହିସାରିଛି ଯଦି ଫିନଲାଣ୍ଡ କଥା ଅବମାନନା କରେ ତାହେଲେ ରୁଷ ମାତ୍ର 10 ସେକେଣ୍ଡରେ ଫିନଲାଣ୍ଡକୁ ବିଶ୍ବରୁ ହଟାଇଦେବ।

ଦ ସନ ରିପୋର୍ଟ ମୁତାବିକ ରୁଷର ଏହି ଖତରନାକ ପରମାଣୁ ମିସାଇଲକୁ Vyborg ନେଇ ଯାଉଥିବାର ଦେଖାଯାଇଛି। ଫିନଲାଣ୍ଡ ସୀମା ଠାରୁ 24 କିଲୋମିଟର ଦୂରରେ ରୁଷର ଏହି ସହରଟି ରହିଛି। ରିପୋର୍ଟ ମୁତାବିକ କୁହାଯାଉଛି କି, ସ୍ଵିଡେନ ଓ ଫିନଲାଣ୍ଡକୁ ଶିକ୍ଷା ଦେବାପାଇଁ ରୁଷ ଇସ୍କନ୍ଦର ମିସାଇଲର ଏକ ଡିଭିଜିନ Vyborg ସହରରେ ଏକତ୍ରିତ କରିବାରେ ଲାଗିଛନ୍ତି। ଏହି ମିସାଇଲ ଅଳ୍ପ କିଲୋମିଟର ଲକ୍ଷ୍ୟସ୍ଥଳକୁ ମାରିବା ଓ ନାଟୋକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ବନାଯାଇଛି।

ମିସାଇଲର ରେଞ୍ଜ 310 କିଲୋମିଟର:-

ୟୁକ୍ରେନ ବିପକ୍ଷରେ ଏହିବର୍ଷ ଫେବ୍ରୁଆରୀ 24 ତାରିଖରୁ ଆରମ୍ଭ ହୋଇଥିବା ଏହି ମିଲିଟାରୀ ଅପରେସନରେ ଏହା ରୁଷର ପ୍ରମୁଖ ହତିଆର ସାବ୍ୟସ୍ତ ହୋଇଛି। ଏହି ମିସାଇଲର ରେଞ୍ଜ 310 କିଲୋମିଟର ଅଟେ। ଏହି ଇସ୍କନ୍ଦର ମିସାଇଲ କୁ ବଙ୍କର- ବସ୍ଟିଙ୍ଗ ଓ ଆଣ୍ଟି ରାଡ଼ାର ମିଶନ ପାଇଁ ପ୍ରସ୍ତୁତ କରାଯାଇଥାଏ।

ପୁତିନ ନାଟୋ ଦେଶକୁ ସୂଚନା ଦେଇସାରିଛନ୍ତି କି, ଯଦି ୟୁକ୍ରେନ ସଂଘର୍ଷରେ କେହି ହସ୍ତକ୍ଷେପ କରେ ତାହେଲେ ବିଜୁଳି ଗତିରେ ଏହାର ଜବାବ ସେମାନଙ୍କୁ ଦିଆଯିବ। ରୁଷ ର ଉପ ବିଦେଶମନ୍ତ୍ରୀ ସରଗେଇ ରୟାବକୋବ କହିଛନ୍ତି ଯେ, ଦୁଇଟି ସ୍କାଣ୍ଡିନେଭିଆଇ ଦେଶକୁ କୌଣସି ପ୍ରକାରର ଭ୍ରମ ନହେବା ଉଚିତ କି, ଆମେ ତାଙ୍କ ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ଧ୍ୟାନ ଦେଇଛୁ।

ଫିନଲାଣ୍ଡକୁ ଧମକ ଦେଲା ରୁଷ ଚ୍ୟାନେଲ:-

ରୁଷ ର ନ୍ୟୁଜ ଚ୍ୟାନେଲ Rossiya One ର ଏକ କମେଣ୍ଟାଟରର କହିବା ଅନୁଯାୟୀ, ତାଙ୍କର ଅଧିକାରୀକ କାରଣ ହେଉଛି ଡ଼ର ଓ ଏହି ଡ଼ର ଆହୁରି ବଢ଼ିଯିବ ଯେତେବେଳେ ସ୍ଵିଡେନ ଓ ଫିନଲାଣ୍ଡ ନାଟୋ ସହିତ ଜଡ଼ିତ ହେବାକୁ ଚେଷ୍ଟା କରିବେ। ଏହା ସମୟରେ ରୁଷ ପରମାଣୁ ଅସ୍ତ୍ର ବ୍ୟବହାର କରିବା ପରିବର୍ତ୍ତେ ଆଉ କିଛି କରି ପାରିବନାହିଁ।

ରୁଷ ଓ ଫିନଲାଣ୍ଡ ମଧ୍ୟରେ 830 ମାଇଲର ସୀମା:-

ଫିନଲାଣ୍ଡ, ରୁଷ ସହିତ 830 ମାଇଲର ସୀମା ଧରି ରଖିଛି। ସେ 75 ବର୍ଷ ଧରି ସୈନ୍ୟ ରୂପରେ ଗୁଟନିରପେକ୍ଷ ରହିଛି। ୟୁକ୍ରେନ ଉପରେ ଆକ୍ରମଣ ଦେଖି ଫିନଲାଣ୍ଡ ଭୟଭୀତ ହୋଇ ନାଟୋ ସହିତ ଜଡ଼ିତ ହେବାକୁ ମନଦେଇଛି। ରାଷ୍ଟ୍ରପତି ଶାଉଲି ନିନିଷ୍ଟୋ ଓ ପ୍ରଧାନମନ୍ତ୍ରୀ ସନା ମାରିନ ଏହି ନୀତିଗତ ପରିବର୍ତ୍ତନକୁ ନୂଆ ଯୁଗର ଆରମ୍ଭ ବୋଲି କହିଛନ୍ତି। ସେହିପରି ରୁଷର ଦାବି ଏହାକି ଯେ, ନାଟୋ ସହିତ ଜଡ଼ିତ ହେଲେ ଦ୍ୱିପାକ୍ଷିକ ସମ୍ଵନ୍ଧରେ କ୍ଷତି ପହଞ୍ଚିବ।

ସ୍ଵିଡେନ ମଧ୍ୟ ଫିନଲାଣ୍ଡକୁ ଅନୁସରଣ କରୁଛି:-

ସ୍ଵିଡେନ ମଧ୍ୟ ଫିନଲାଣ୍ଡ ପରି ଜଲଦି ନାଟୋରେ ସାମିଲ ହେବାକୁ ଚେଷ୍ଟା କରୁଛି। ଏହି ଦେଶର ଡେମୋକ୍ରେସି ମଧ୍ୟ ନାଟୋ ସାମିଲ ହେବାକୁ ଇଛା ପ୍ରକାଶ କରିଛନ୍ତି। ଏହାମଧ୍ୟରେ 14ଟି ନାଟୋ ଦେଶର 15,000 ସୈନିକ ବାଲିଷ୍ଟିକ ଜରିଆରେ ଏକ ବିଶାଳ ଯୁଦ୍ଧାଭ୍ୟାସ ଆରମ୍ଭ କରିସାରିଛନ୍ତି। Siil ନାମକ ଏହି ଅଭ୍ୟାସ ରୁଷ ସୀମାରୁ ମାତ୍ର 40 ମାଇଲ ଦୂରରେ ହେଉଛି।

Leave A Reply

Your email address will not be published.