ଭ୍ଲାଦିମିର ପୁଟିନ ପଡିଛନ୍ତି ଗମ୍ଭୀର ରୋଗରେ, କ୍ୟାନସର ସହିତ କରୁଛନ୍ତି ଯୁଦ୍ଧ, 2ଟି ଅଲଗା ଅଲଗା ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଦାବି

0

Get real time updates directly on you device, subscribe now.

ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗମ୍ଭୀର ରୋଗରେ ପଡିଛନ୍ତି ଏବଂ ୟୁକ୍ରେନରେ ଯାହା ଘଟୁଛି, ଏହାର ଅନ୍ୟତମ କାରଣ ଏହି ରୋଗ ମଧ୍ୟ ଅଟେ । ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଏହା ଦାବି କରିଛନ୍ତି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଯେ ପୁଟିନଙ୍କର କେଉଁ ରୋଗ ରହିଛି । କିନ୍ତୁ ଏହି ବ୍ରିଟିଶ ଗୁପ୍ତଚର କହିଛନ୍ତି ଯେ ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ନିଶ୍ଚିତ ଭାବରେ ପୁଟିନଙ୍କ ଏହି ରୋଗର କାରଣ ହୋଇପାରେ ।

ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖ୍ରୀଷ୍ଟୋଫର ଷ୍ଟିଲ, ଯିଏକି ଡୋନାଲ୍ଡ ଟ୍ରମ୍ପ ଏବଂ 2016 ଆମେରିକାର ନିର୍ବାଚନ ପ୍ରଚାରରେ ଋଷୀୟ ହସ୍ତକ୍ଷେପ ଅଭିଯୋଗକୁ ନେଇ ଗୋଟିଏ ଡୋସିୟର ଲେଖିଥିଲେ । ସେ ସ୍କାଏ ନ୍ୟୁଜକୁ କହିଛନ୍ତି ଯେ, ” ନିଶ୍ଚିତ ଭାବରେ ଆମେ ରୁଷ ଏବଂ ଅନ୍ୟ ଚ୍ୟାନେଲ ମାଧ୍ୟମରେ ଯାହା ଶୁଣୁଛୁ, ତାହା ହେଉଛି ଯେ ପୁଟିନ ପ୍ରକୃତରେ ଗମ୍ଭୀର ଭାବରେ ରୋଗରେ ପଡିଛନ୍ତି ।”

ଏହି ସମୟରେ ଋଷର ନେତାଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ଜଣେ ଖାସ ବ୍ୟକ୍ତି କହିଛନ୍ତି ଯେ “ପୁଟିନ ବ୍ଲଡ କ୍ୟାନସର ରୋଗରେ ପୀଡିତ ।” ଆମେରିକୀୟ ପତ୍ରିକା ନିଉ ଲାଇନ୍ସକୁ ମିଳିଥିବା ଗୋଟିଏ ରେକର୍ଡିଂରେ ଏହି ବ୍ୟକ୍ତିଙ୍କୁ ପାଶ୍ଚାତ୍ୟ ବ୍ୟବସାୟୀଙ୍କ ସହ ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରୁଥିବାର ଶୁଣାଯାଇଥିଲା ।

ଏହା ପୂର୍ବରୁ ପୁଟିନଙ୍କ ଅପରେସନକୁ ନେଇ ଏକ ଲୋକପ୍ରିୟ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ ଏସଭିଆରରେ ଦାବି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ପୁଟିନଙ୍କ ଅପରେସନ କ୍ରେମଲିନର ଏକ ବିଶ୍ୱସ୍ତ ସୂତ୍ରରୁ ନିଶ୍ଚିତ ହୋଇଛି । ପୁଟିନଙ୍କର 18 ମାସ ପୂର୍ବେ ପେଟରେ କ୍ୟାନସର ଏବଂ ପାର୍କିନ୍ସନ ନାମକ ରୋଗ ହୋଇଥିଲା ।

ସେହିପରି କିଛି ଦିନ ପୂର୍ବରୁ ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ଡିମେନ୍ସିଆ, ପାର୍କିନ୍ସନ ରୋଗ କିମ୍ବା କ୍ୟାନସର ରୋଗ ପାଇଁ ଷ୍ଟେରଏଡ ଚିକିତ୍ସା ନେବା କାରଣରୁ ପୁଟିନ ମାନସିକ ରୋଗରେ ପୀଡିତ ଥିଲେ । ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଗତ 5 ବର୍ଷ ମଧ୍ୟରେ ତାଙ୍କ ନିଷ୍ପତ୍ତି ନେବାର ଶୈଳୀରେ ପରିବର୍ତ୍ତନ ଆସିଛି ।

ଚଳିତ ବର୍ଷ ଇଷ୍ଟର ସମୟରେ ମଧ୍ୟ ମସ୍କୋର ଏକ ଚର୍ଚ୍ଚରେ ପହଞ୍ଚିଥିବା ପୁଟିନଙ୍କ ଅଙ୍ଗଭଙ୍ଗୀକୁ ନେଇ ସେ ଅସୁସ୍ଥ ଥିବାର ଆଶଙ୍କା ପ୍ରକାଶ କରାଯାଇଥିଲା । କିନ୍ତୁ ପ୍ରତ୍ୟେକ ଥର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

Leave A Reply

Your email address will not be published.