Unique Bike: ଶୋଇକି ଚଳାଇବାକୁ ପଡେ ଏହି ଅଜବ ବାଇକ୍, ଲୋକମାନେ କହିଲେ – ‘ ପୁଣି ଇଏ କି ଚମତ୍କାର

0

Get real time updates directly on you device, subscribe now.

Man Ride Unique Bike Video: ଦୁନିଆରେ ଗୋଟିଏ ପରେ ଗୋଟିଏ ଆବିଷ୍କାର ହେଉଛି । ଆଜିକାଲି ଏପରି ଜିନିଷ ବିଷୟରେ ଖବରକାଗଜରେ ପଢ଼ିବା ଏବଂ ସୋସିଆଲ ମିଡିଆରେ ଦେଖିବାପାଇଁ ମିଳିଯାଏ, ଯାହାକୁ କଳ୍ପନା କରିବା ମଧ୍ୟ କଷ୍ଟକର ଅଟେ । ଆଜିକାଲି ଏହିପରି ଗୋଟିଏ ଅଜବ ଜିନିଷର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଜିନିଷଟି ଆଉ କିଛି ନୁହେଁ ବରଂ ଗୋଟିଏ ବାଇକ୍ ହିଁ ଅଟେ ।

ବାସ୍ତବରେ ଗୋଟିଏ ଅଜବ ବାଇକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ଏହି ବାଇକକୁ ବସିକି ନୁହେଁ ବରଂ ସୋଇକି ଚଲାଯାଏ । ଏହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ନା, କିନ୍ତୁ ଏହା ସତ ଯେ ଏହାକୁ ଶୋଇକି ହିଁ ଡ୍ରାଇଭ୍ କରାଯାଇପାରେ ।

ଭାଇରାଲ ଭିଡ଼ିଓରେ ଦେଖାଯାଇପାରେ ଯେ ଗୋଟିଏ ଲମ୍ବା ବାଇକ୍ ଅଛି, ଯାହାକୁ ଜଣେ ବ୍ୟକ୍ତି ଶୋଇକି ଚଳାଉଛନ୍ତି । ଏହାର ଆଗ ଏବଂ ପଛର ଚକା ବହୁତ୍ ମୋଟା ଏବଂ ଭାରି ରକମର ଲାଗୁଛି । ଯେଉଁ ବ୍ୟକ୍ତି ଏହି ବାଇକକୁ ଡ୍ରାଇଭ୍ କରୁଛନ୍ତି, ସେ ଏଥିରେ ପେଟ ମାଡି ଶୋଇଛନ୍ତି । ଆଗ ଚକା ପାଖରୁ ସେ ବାଇକକୁ ହାତ ଦ୍ଵାରା କଣ୍ଟ୍ରୋଲ କରୁଛନ୍ତି । ଏହାସହିତ ଧୀରେ ଧୀରେ ବାଇକକୁ ଆଗକୁ ବଢୁଥିବାର ଦେଖାଯାଉଛି ।

ଦେଖନ୍ତୁ ଭିଡିଓ :-

View this post on Instagram

A post shared by Panda (@dailygameofficial)

ଭିଡ଼ିଓକୁ ଦେଖିଲେ ଲାଗୁଛି ଯେ ବ୍ୟକ୍ତିଜଣକ କୌଣସି ପ୍ରଦର୍ଶନୀରେ ପହଞ୍ଚିଛି । ଯେଉଁଠାରେ ଲୋକମାନେ ନିଜ ଦ୍ଵାରା ତିଆରି କରିଥିବା ଗାଡ଼ି ଏବଂ ବାଇକ୍ ନେଇ ପହଂଚିଛନ୍ତି । ଭିଡ଼ିଓରେ ବ୍ୟକ୍ତିଙ୍କର ଅଜବ ବାଇକ୍ ଭଳି ଆହୁରି କିଛି ବାଇକ୍ ମଧ୍ୟ ଦେଖାଯାଏ । ବ୍ୟକ୍ତିଙ୍କର ଏଭଳି ଅଜବ ବାଇକ୍ ଦେଖି ଲୋକମାନେ ତାଙ୍କର ଫଟୋ ଉଠାଇବାକୁ ଲାଗନ୍ତି ।

କୁହାଯାଉଛି ଯେ ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ dailygameofficial ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା 5.5 ଲକ୍ଷରୁ ଅଧିକ ଲୋକ ଦେଖିଲେଣି । ସେହିପରି 25 ହଜାରରୁ ଅଧିକ ଲୋକ ଭିଡ଼ିଓକୁ ଲାଇକ କରିଛନ୍ତି । ଏହାସହିତ ଲୋକମାନେ ମଜାଳିଆ କମେଣ୍ଟ ମଧ୍ୟ ଲେଖୁଛନ୍ତି ।ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି ‘ ପୁଣି ଇଏ କି ଚମତ୍କାର ‘ ।

Leave A Reply

Your email address will not be published.