13 କିଲୋର ଫୋଲ୍ଡେଭଲ ଇ- ସ୍କୁଟର ଲଞ୍ଚ, ସିଙ୍ଗଲ ଚାର୍ଜରେ 120kg ର ବ୍ୟକ୍ତି ମଧ୍ୟ 32KM ପର୍ଯ୍ୟନ୍ତ କରିପାରିବେ ଯାତ୍ରା, ଜାଣନ୍ତୁ ଏହାର ମୂଲ୍ୟ କେତେ

0

Get real time updates directly on you device, subscribe now.

ଇଲେକ୍ଟ୍ରିକ ସ୍କୁଟର ମାର୍କେଟରେ ଗୋଟିଏରୁ ବଢି ଆଉ ଗୋଟିଏ ଗାଡି ଲଞ୍ଚ କରାଯାଉଛି । ବର୍ତ୍ତମାନ ଆମେରିକୀୟ ଇଲେକ୍ଟ୍ରିକ୍ ସ୍କୁଟର ମ୍ୟାନ୍ୟୁଫ୍ୟାକଚର୍ Fluid ନିଜର ଅତ୍ୟାଧୁନିକ ଅଲ୍ଟ୍ରା-ପୋର୍ଟେବଲ୍ ଏବଂ ଶକ୍ତିଶାଳୀ ଫୋଲ୍ଡେଭଲ ଇଲେକ୍ଟ୍ରିକ୍ ସ୍କୁଟରକୁ ଲଞ୍ଚ କରିଛି । ଏହାର ନାମ ହେଉଛି Mosquito ।

କମ୍ପାନୀ ଦାବି କରିଛି ଯେ Fluid Mosquito ସବୁଠାରୁ ଶକ୍ତିଶାଳୀ ପୋର୍ଟେବଲ୍ ଇ-ସ୍କୁଟର ଅଟେ । ଏଥିରେ ଅନେକ ବୈଶିଷ୍ଟ୍ୟ ରହିଛି, ଯେପରିକି ଲାଇଟୱେଟ୍, ମିନିମମ ଡିଜାଇନ୍ ଏବଂ ଏହାର ଉପଯୋଗିତା । ଏହି ଇ-ସ୍କୁଟରକୁ ଦେଖିବା ପାଇଁ ସିମ୍ପଲ ଅଟେ ଏବଂ କାମ ମାମଲାରେ ଉତ୍କୃଷ୍ଟ । କମ୍ପାନୀ ଏହାକୁ 899 ଡଲାର (69,529 ଟଙ୍କା) ମୂଲ୍ୟର ଟ୍ୟାଗରେ ଲଞ୍ଚ କରିଛି । ପ୍ରି-ଅର୍ଡର ଆରମ୍ଭ ହୋଇଯାଇଛି ।

Fluid Mosquito ର ଫିଚର ବିଷୟରେ କହିବାକୁ ଗଲେ, ଏହାର ଓଜନ ମାତ୍ର 13 କିଲୋ ଅଟେ । ଏହା ଫୋଲ୍ଡିଂ ଡିଜାଇନ୍ ସହିତ ଆସିଥାଏ, ଯାହା ଏହାକୁ ଚାରି ପାର୍ଶ୍ବରୁ କମ୍ପାକ୍ଟ କରିଥାଏ । ଏହି ହ୍ୟାଣ୍ଡଲବର୍ ଗୁଡିକ ମଧ୍ୟ ଫୋଲ୍ଡ୍ ହୋଇଯାଏ, ଯାହାଦ୍ଵାରା ଏହାକୁ କମ୍ ସ୍ଥାନରେ ମଧ୍ୟ ପାର୍କ କରାଯାଇପାରେ । ଏହି ଇ-ସ୍କୁଟରର ଓଜନ 13 କିଲୋଗ୍ରାମ ସିନା, କିନ୍ତୁ ଏହା 120 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ନେଇପାରେ | ଅର୍ଥାତ୍ ଯେକୌଣସି ବ୍ୟକ୍ତି ଏହି ସ୍କୁଟରରେ ଆରାମରେ ଯାତ୍ରା କରିପାରିବେ ।

Fluid Mosquito ରେ ଡୁଆଲ ସ୍ପ୍ରୀଙ୍ଗ- ବେସଡ ସସପେନ୍ସନ୍, ଫିଜିକାଲ୍ ବ୍ରେକ୍, 8×2 ଟାୟାର ଏବଂ ଇଲେକ୍ଟ୍ରିକ୍ ବ୍ରେକିଂ ଭଳି ଫିଚର୍ ରହିଛି । ଏଥିରେ କଲର ଡିସ୍ପ୍ଲେ ମଧ୍ୟ ଦିଆଯାଇଛି । ଏଲଇଡି ଲାଇଟ୍ ଲାଗିଛି ଏବଂ ଇଣ୍ଟିଗ୍ରେଟେଡ୍ ଇଲେକ୍ଟ୍ରିକ୍ ହର୍ନ ଦିଆଯାଇଛି ।Fluid Mosquito, 700W ର ପିକ୍ ଆଉଟପୁଟ ସହିତ 500W ଇଲେକ୍ଟ୍ରିକ ମୋଟର ସହିତ ପାୱାର ଅଟେ ।

ଏହା ଘଣ୍ଟା ପ୍ରତି 40 କିଲୋମିଟରର ଟପ୍ ସ୍ପିଡ୍ ଦେଇଥାଏ । ଏହାର 48V / 9.6Ah ବ୍ୟାଟେରୀ ସିଙ୍ଗଲ ଚାର୍ଜରେ 32 କିଲୋମିଟରର ରେଞ୍ଜ ଦେଇଥାଏ । Fluid Mosquito ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟାଟେରୀକୁ ମାତ୍ର 5 ଘଣ୍ଟା ମଧ୍ୟରେ ଚାର୍ଜ କରାଯାଇପାରିବ । କିନ୍ତୁ ଏହାର ବ୍ୟାଟେରୀ ଅଦଳବଦଳ ହୋଇପାରିବ ନାହିଁ ।

Leave A Reply

Your email address will not be published.