ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ଆଣ୍ଡ୍ରୟୁ ସାଇମଣ୍ଡଙ୍କ 46 ବର୍ଷ ବୟସରେ ହୋଇଛି ନିଧନ, କାର ଆକ୍ସିଡେଣ୍ଟରେ ହେଲା ମୃତ୍ୟୁ

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆନ କ୍ରିକେଟର ଶେନ ୱାର୍ନଙ୍କ ପରେ ବର୍ତ୍ତମାନ ଆଉଏକ ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ଆଣ୍ଡ୍ରୟୁ ସାଇମଣ୍ଡଙ୍କ ଶନିବାର ରାତିରେ ମୃତ୍ୟୁ ହୋଇଛି। କୁହାଯାଉଛି ଏହି 46 ବର୍ଷୀୟ ପୂର୍ବତନ ଖେଳାଳିଙ୍କ କାର କ୍ୱିନ୍ସଲାଣ୍ଡର ଟାଉନ୍ସଭିଲେ ଠାରେ ଦୁର୍ଘଟଣାର ଶିକାର ହୋଇଗଲା। ସାଇମଣ୍ଡଙ୍କ ନିଧନ ପରେ କ୍ରିକେଟ ଜଗତ ଓ ତାଙ୍କ ପ୍ରଶଂସକଙ୍କ ଠାରେ ଶୋକର ଲହରୀ ଖେଳିଯାଇଥିଲା। ଜଣାଇଦେଉଛୁ ଏହିବର୍ଷ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଖେଳାଳି ଶେନ ୱାର୍ନଙ୍କ ହାର୍ଟ ଆଟାକରେ ମୃତ୍ୟୁ ଘଟିଥିଲା।

ଟାଉନ୍ସଭିଲେ ସହର ଠାରୁ 50 କିଲୋମିଟର ଦୂରରେ ଘଟିଥିଲା ଏହି ଦୁର୍ଘଟଣା:-

ନ୍ୟୁଜ ଏଜେନ୍ସି ଏଏଫସି ରିପୋର୍ଟ ଅନୁସାରେ କ୍ୱିନ୍ସଲାଣ୍ଡ ପୋଲିସ ଦୁର୍ଘଟଣାର ଯାଞ୍ଚ କରୁଛି। ଏହି ଦୁର୍ଘଟଣା ଟାଉନ୍ସଭିଲେ ସହର ଠାରୁ 50 କିଲୋମିଟର ଦୂର ହାର୍ଭେ ରେଞ୍ଜ ଠାରେ ହୋଇଥିଲା। ଡ଼କ୍ଟରଙ୍କ କହିବାହେଲା ଆଣ୍ଡ୍ରୟୁ ସାଇମଣ୍ଡଙ୍କୁ ଯେତେବେଳେ ହସ୍ପିଟାଲ ଅଣାଗଲା ସେ ସାଂଘାତିକ ଥିଲେ ଓ ଡ଼କ୍ଟର ତାଙ୍କୁ ବଞ୍ଚାଇବାକୁ ସମ୍ପୂର୍ଣ୍ଣ ପ୍ରଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ପାରିନଥିଲେ।

କେମିତି ହେଲା ଦୁର୍ଘଟଣା:-

କ୍ୱିନ୍ସଲାଣ୍ଡ ପୋଲିସ ବୟାନ ମାଧ୍ୟମରେ କହିଥିଲେ କି, ଯାଞ୍ଚ ମାଧ୍ୟମରେ ଜଣାପଡିଥିଲା ରାତି 11 ଘଟିକା ସମୟରେ ଏଲିସ ରିଭର ବ୍ରିଜ ପାଖ ହର୍ଭେ ରେଞ୍ଜ ରୋଡ଼ରେ ସାଇମଣ୍ଡଙ୍କ କାର ଦୁର୍ଘଟଣାର ଶିକାର ହୋଇଯାଇଥିଲା। ଦୁର୍ଘଟଣାରେ କାର ଟି ଓଲଟି ପଡ଼ିଥିଲା ଓ ସୂଚନା ମିଳିବା ଦ୍ୱାରା ପୋଲିସ ସେଠାକୁ ଆମ୍ବୁଲାନ୍ସ ନେଇ ପହଞ୍ଚିଥିଲେ ଓ ତାଙ୍କୁ ହସ୍ପିଟାଲ ପହଞ୍ଚାଇ ଥିଲେ। ଦୁର୍ଘଟଣାରେ ତାଙ୍କୁ ବହୁତ ଆଘାତ ଲାଗିଥିଲା କିନ୍ତୁ ତାଙ୍କୁ ବଞ୍ଚାଇ ଯାଇ ପାରିନଥିଲା।

ସାଇମଣ୍ଡଙ୍କ କ୍ରିକେଟ କ୍ୟାରିଅର:-

ନଭେମ୍ବର 10 ତାରିଖ 1998 ମସିହାରେ ଦିନିକିଆରେ ଡେବ୍ୟୁ କରିବାକୁ ଥିବା ସାଇମଣ୍ଡ ଅଷ୍ଟ୍ରେଲିଆ ପାଇଁ 198 ଦିନିକିଆ ମ୍ୟାଚରେ 5088 ରନ ବନାଇଛନ୍ତି। ଯେଉଁଥିରେ 5ଟି ଶତକ ଓ 30ଟି ଅର୍ଧଶତକ ସାମିଲ ରହିଛି। ସାଇମଣ୍ଡ ମାର୍ଚ୍ଚ 8, 2004 ମସିହାରେ ଟେଷ୍ଟରେ ଡେବ୍ୟୁ କରିଥିଲେ। ସେ ଟେଷ୍ଟରେ 26 ମ୍ୟାଚରୁ 1462 ରନ କରିଥିଲେ। ସାଇମଣ୍ଡ ଟେଷ୍ଟ କ୍ରିକେଟରେ 2ଟି ଶତକ ଓ 10 ଟି ଅର୍ଧଶତକ ମାରିଛନ୍ତି।

Leave A Reply

Your email address will not be published.