ଇନ୍ସୁଲିନକୁ ବଢ଼ାଇବାରେ ସାହାର୍ଯ୍ୟ କରିଥାଏ ତ୍ରିଫଳା, ଡାଇବେଟିସରେ ମଧ୍ୟ ଏହା ସହଯୋଗ କରିଥାଏ। ଜାଣନ୍ତୁ ଏହାକୁ ନେବାର 5ଟି ଉପାୟ

0

Get real time updates directly on you device, subscribe now.

ତ୍ରିଫଳାକୁ ଆୟୁର୍ବେଦିକରେ ବହୁତ ସାରା ରୋଗ ପାଇଁ ବ୍ୟବହାର କରାଯାଏ। ଆୟୁର୍ବେଦିକ ପରମ୍ପରା ଅନୁସାରେ ତ୍ରିଫଳା ସ୍ୱାସ୍ଥ୍ୟର ଏକ ବିସ୍ତୃତ ଶୃଙ୍ଖଳାର ଚିକିତ୍ସା କରିଥାଏ। କେତେକ ହର୍ବାଲ ମେଡ଼ିସିନ ଭଳି ଏହା ବ୍ୟବହାର ହୋଇଥାଏ ଓ କିଛି ଅଙ୍ଗ ଉପରେ ଏହା ଟୋନିକ ଭଳି ବ୍ୟବହାର ହୋଇଥାଏ। କିନ୍ତୁ ଡାଇବେଟିସରେ ଏହା ବହୁତ ଫାଇଦା ଦାୟକ ଅଟେ। ଏହି ତ୍ରିଫଳା ଗ୍ୟାଷ୍ଟ୍ରଇଣ୍ଟେଷ୍ଟାଇନାଲ ସମସ୍ୟାକୁ କମ କରିବାରେ ସାହାର୍ଯ୍ୟ କରିଥାଏ। ସେହିପରି ଏହା ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ। ଏହାସହ ଏହାର ବହୁତ ଫାଇଦା ମଧ୍ୟ ରହିଛି। ଆସନ୍ତୁ ଜାଣିବା ଡାଇବେଟିସରେ ତ୍ରିଫଳା ନେବାର 5ଟି ଉପାୟ।

ମହୁରେ ମିଶାଇ ନିଅନ୍ତୁ ତ୍ରିଫଳା:-

ଯଦି ଆପଣଙ୍କର ଫାଷ୍ଟିଂ ବ୍ଲଡ଼ ସୁଗାର ବହୁତ ଅଧିକ ରହିଛି ତାହେଲେ ଆପଣ ତ୍ରିଫଳା ଚୂର୍ଣ୍ଣକୁ ମହୁରେ ମିଶାଇ ନେଇପାରିବେ। ତ୍ରିଫଳାର ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଇନ୍ସୁଲିନ ଗତି ବଢାଇଥାଏ ଓ ଏଥିରୁ ବାହାରୁଥିବା ହର୍ମୋନକୁ ମଧ୍ୟ ବଢାଇଥାଏ।

ତ୍ରିଫଳା ରସ:-

ତ୍ରିଫଳା ରସ ଦୁଇପ୍ରକାରରେ କାମ କରିଥାଏ। ପ୍ରଥମେ ତ ଏହା ପେଟ ଓ ଅନ୍ତନଳୀ ସଫା ରଖିଥାଏ। ଦ୍ବିତୀୟତଃ ଲିଭର ସମସ୍ୟାକୁ ମଧ୍ୟ ଠିକ କରିବାରେ ସହାୟତା ହୋଇଥାଏ। ଆୟୁର୍ବେଦିକ ଅନୁସାରେ ପିତ୍ତ ଦୋଷ ସହିତ ଏହାର ଗଭୀର ସମ୍ବନ୍ଧ ରହିଛି। ଅଗ୍ନି ଓ ପିତ୍ତ ଦୋଷରେ କୌଣସି ପ୍ରକାରର ଅସନ୍ତୁଳନ ଲିଭର ଦୁର୍ବଳତାର କାରଣ ହୋଇଥାଏ। ଏହା ଲିଭରକୁ ମଜବୁତ ରଖିବାରେ ସାହାର୍ଯ୍ୟ କରିଥାଏ। ଏଥିପାଇଁ ଆପଣ 2-3 ଚାମଚ ତ୍ରିଫଳା ରସ ଓ ଲେମ୍ବୁର କିଛି ରସ ଏଥିରେ ପକାନ୍ତୁ। ଏଥିରେ ହାଲକା ବ୍ଲାକ ସଲଟ ପକାଇ ପିଇଦିଅନ୍ତୁ।

ତ୍ରିଫଳାକୁ ଦେଶୀ ଘିଅରେ ପକାଇ ପିଅନ୍ତୁ:-

ତ୍ରିଫଳାରେ ଆଣ୍ଟି ଇଂଫ୍ଲାମେଟରୀ ଗୁଣ ବହୁତ ରହିଛି। ଯାହାକି ଶରୀରର ଯନ୍ତ୍ରଣାକୁ କମ କରିଥାଏ। ତ୍ରିଫଳାକୁ ଦେଶୀ ଘିଅରେ ନେବାଦ୍ୱାରା ଏହା ପାନକ୍ରିୟାଜ କୁ ବଢାଇଥାଏ। ଏହା ବ୍ଲଡ଼ ସୁଗାର ସ୍ତରକୁ ବହୁତ ମାତ୍ରାରେ ମଧ୍ୟ କମାଇଥାଏ। ଏହା ଗ୍ଲୁକୋଜକୁ ଫ୍ୟାଟରେ କନ୍ଭର୍ଟ ନକରି ଇନ୍ସୁଲିନ- ଗ୍ଲୁକୋଜକୁ ଦ୍ରୁତ କରିଥାଏ।

ତ୍ରିଫଳା ଲସି:-

ଡାଇବେଟିସରେ ଯେଉଁ ଲୋକଙ୍କୁ କବଜ ର ସମସ୍ୟା ଦ
ରହିଥାଏ ସେମାନଙ୍କ ପାଇଁ ତ୍ରିଫଳା ଲସି ବହୁତ ଫାଇଦା ଦାୟକ ଅଟେ। ଏହା ମେଟାବୋଲିକ ରେଟକୁ ବଢ଼ାଇ ବବଲ ମୁଭମେଣ୍ଟକୁ ସଠିକ କରିଥାଏ ଓ ମଳ ତ୍ୟାଗ କରିବାରେ ସାହାର୍ଯ୍ୟ କରିଥାଏ। ଏହିପରି ଭାବରେ ଏହା ଅନ୍ତନଳୀକୁ ସଫା କରି କବଜ ସମସ୍ୟାକୁ ଦୂରେଇଥାଏ। ଏହାସହ ଲସି ପେଟକୁ ଥଣ୍ଡା ରଖିବାସହ ଏସିଡ଼ିଟି ସମସ୍ୟା ମଧ୍ୟ ଦୂର କରିଥାଏ।

ତ୍ରିଫଳା ସର୍ବତ:-

ଡାଇବେଟିସରେ କୋଲେଷ୍ଟ୍ରଲ କଣ୍ଟ୍ରୋଲ ବହୁତ ଜରୁରୀ ନୁହେଁ। ଏହା ସହଜରେ ହୃଦୟ ରୋଗର କାରଣ ହୋଇପାରେ। ଏମିତିରେ ତ୍ରିଫଳା ସର୍ବତ କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ବହୁତ ସହାୟକ ହୋଇଥାଏ। ଏହି ସର୍ବତକୁ ବନାଇବା ପାଇଁ ଆପଣଙ୍କୁ ଏକ ଗ୍ଲାସ ପାଣିରେ ଏକ ଚାମଚ ଆପଲ ସାଇଡ଼ର ଭିନେଗାର ଓ କିଛି ଚାଟ ମସାଲା ମିଶାଇ ଏହାକୁ ପିଅନ୍ତୁ। ଏହା ଓଜନ କମାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ।

Leave A Reply

Your email address will not be published.