30 ଥର ବିବାହ କରି ସାରିଥିଲା କନ୍ୟା, 31 ଥର ବିବାହ ବେଳକୁ ବର ହୋଇ ପହଞ୍ଚିଲା ପୋଲିସ କନେଷ୍ଟବଳ, ଜାଣନ୍ତୁ ତାପରେ କଣ ହେଲା

0

Get real time updates directly on you device, subscribe now.

ରାଜସ୍ଥାନର ଡୁଙ୍ଗରପୁରରୁ ଏମିତି ଗୋଟିଏ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ଆତଙ୍କ ସୃଷ୍ଟି କରି ରଖିଥିଲେ । ସେ ପ୍ରଥମେ ଯୁବକଙ୍କ ସହିତ ବିବାହ କରୁଥିଲା ଏବଂ ସେମାନଙ୍କୁ ଲୁଟି ଫେରାର ହୋଇଯାଉଥିଲା । ପୋଲିସକୁ ତାକୁ ନେଇ ଅନେକଥର ଅଭିଯୋଗ ମିଳିଥିଲା । ଏପରି ପରିସ୍ଥିତିରେ ପୋଲିସ ତାକୁ ଧରିବାପାଇଁ ଯୋଜନା ପ୍ରସ୍ତୁତ କଲା । ଏଥର ତାର ବର ହୋଇ ପୋଲିସବାଲା ପହଞ୍ଚିଲା । ଜାଣନ୍ତୁ ତାପରେ କଣ ହେଲା ।

ଡୁଙ୍ଗରପୁରରେ ସୃଷ୍ଟି କରିଥିଲା ଲୁଟ କରିବାର ଆତଙ୍କ :-

ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ ଆଦିବାସୀ ମାନେ ରୁହନ୍ତି । ଏଠାରେ ଜଣେ ଯୁବତୀ ଆତଙ୍କ ସୃଷ୍ଟି କରିଥିଲା । ସେ 30ଜଣ ଲୋକଙ୍କୁ ବିବାହ କରି ସାରିଥିଲା । ଆଶ୍ଚର୍ଯ୍ୟର କଥା ଏହା ଯେ ସେ ସବୁଥର ଗୋଟିଏ କାମ ହିଁ କରୁଥିଲା । ପ୍ରଥମେ ବିବାହ କରୁଥିଲା, ତାପରେ ଶାଶୂଘରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଉଥିଲା । ଅନେକଥର ପୀଡ଼ିତ ବ୍ୟକ୍ତି ଚୁପ ରହିଲେ, ଯେଉଁ କାରଣରୁ ସେ ଆହୁରି ନିର୍ଭୟ ହୋଇଗଲା ।

ତେବେ ଯୋଧପୁର ନିବାସୀ ପ୍ରକାଶଚନ୍ଦ୍ର ଭଟ୍ଟ କିଛି ଅଲଗା ବାହାରିଲେ । ସେ ଡିସେମ୍ବର 12 ତାରିଖ 2021 ରେ ଲୁଟେରି କନ୍ୟା ବିରୋଧରେ ପୋଲିସ ପାଖରେ ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ ସେ ରିନା ଠାକୁର ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ସେ ନିଜକୁ ମଧ୍ୟପ୍ରଦେଶର ଜବଲପୁର ସହରର ବାସିନ୍ଦା ବୋଲି କହିଥିଲା ।

ବାପଘରେ ସ୍ୱାମୀଙ୍କୁ ମାରପିଟ କରାଇଲା ଏବଂ ହୋଇଗଲା ଫେରାର :-

ପ୍ରକାଶ କହିଛନ୍ତି ଯେ ତାଙ୍କ ବିବାହ ପାଇଁ ପରେଶ ଜୈନ ନାମକ ଜଣେ ଏଜେଣ୍ଟ ତାଙ୍କଠାରୁ 5 ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ । ସେ ଟଙ୍କା ମଧ୍ୟ ଦେଇଥିଲେ । ଏହା ପରେ ସେ ରିନାଙ୍କୁ ବିବାହ କରିଥିଲେ । ବିବାହର ସାତ ଦିନ ପରେ ସେ ନିଜ ବାପଘରକୁ ଯିବାକୁ ଜିଦ ଧରିଥିଲେ । ଏହା ପରେ ପ୍ରକାଶ ତାଙ୍କୁ ନେଇ ଜବଲପୁରକୁ ଚାଲିଗଲେ ।

ଏଠାରେ ସେ ନିଜର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିଦେଲା । ପ୍ରକାଶ ଯେତେବେଳେ ତାକୁ ନେଇ ଘରକୁ ଆଣୁଥିଲେ, ସେତେବେଳେ ରାସ୍ତାରେ ସେ ବହୁତ୍ ଲୋକଙ୍କୁ ଡକାଇ ଦେଲା । ସ୍ବାମୀଙ୍କୁ ସେମାନଙ୍କ ଦ୍ୱାରା ମାରପିଟ କରାଇଲା ଏବଂ ପରେଶ୍ ସହିତ ଫେରାର ହୋଇଗଲା । ପରେ ଯେତେବେଳେ ସେ ପରେଶ୍ ଏବଂ ରିନାଙ୍କୁ ଫୋନ୍ କଲେ, ସେତେବେଳେ ଉଭୟ ହିଁ ନିଜ ନମ୍ବରକୁ ବଦଳାଇ ଦେଇଥିଲେ । ଏହାସହିତ ତାଙ୍କର 5 ଲକ୍ଷ ଟଙ୍କା ମଧ୍ୟ ନେଇଗଲେ ।

ପୋଲିସ ଏହିପରି କଲା ଗିରଫ :-

ମାମଲାକୁ ଯାଞ୍ଚ କରିବାପାଇଁ ପୋଲିସ ଯେତେବେଳେ ତା ସହରରେ ପହଞ୍ଚିଲା, ସେତେବେଳେ ଜଣାପଡ଼ିଲା ଯେ ସେ ପୂଜା ବର୍ମନଙ୍କ ସହିତ ମିଶି କାମ କରନ୍ତି । ତାର ପ୍ରକୃତ ନାମ ସୀତା ଚୌଧୁରୀ ଅଟେ । ପୂଜା ଲୁଟେରି କନ୍ୟାଙ୍କ ଗ୍ୟାଙ୍ଗ ଚଳାଇ ଥାଆନ୍ତି । ପୋଲିସ କନେଷ୍ଟବଳକୁ ବର କହି ଫଟୋ ଦେଖାଇବାକୁ କହିଲା । ପୂଜା ବିବାହ ପାଇଁ 5 ହଜାର ଟଙ୍କା ମାଗିଲେ ଏବଂ ବର ହୋଇଥିବା କନେଷ୍ଟବଳ ତାଙ୍କୁ ପଇସା ଦେଇଦେଲେ ।

ଏହାପରେ ପୂଜା ତାଙ୍କୁ ଫଟୋ ଦେଖାଇଲା ଏବଂ ରିନାଙ୍କ ଫଟୋ ଦେଖିବା ମାତ୍ରେ ହିଁ କନେଷ୍ଟବଳ ଚିହ୍ନିଦେଲା । ସେ କହିଲେ ଯେ ମୋର ଏ ଝିଅ ପସନ୍ଦ ହୋଇଛି । ଏହାପରେ ରିନାଙ୍କୁ ଦେଖା କରିବା ବାହାନାରେ ଡକାଇଲେ । ସେ ଆସିବା ମାତ୍ରେ ହିଁ ପୋଲିସ ତାକୁ ଧରିନେଲା । ପଚରାଉଚରା ରେ ସେ ସ୍ବୀକାର କଲା ଯେ ସେ 30 ଜଣ ଲୋକଙ୍କୁ ବିବାହ କରି ଲୁଟି ସାରିଛନ୍ତି । ବର୍ତ୍ତମାନ ପୋଲିସ ତାକୁ ଜେଲ ପଠାଇ ଦେଇଛି ।

Leave A Reply

Your email address will not be published.