ରାତିରେ ବାହାଘର, ସକାଳେ ଯୌତୁକ ପାଇଁ ଡିମାଣ୍ଡ, ବିଦାୟ ନେବାକୁ ଅପେକ୍ଷାରେ ରହିଲେ କନ୍ୟା, ଫେରିଗଲେ ବର

0

Get real time updates directly on you device, subscribe now.

ରାଜସ୍ଥାନର ଭରତପୁରରେ ଯୌତୁକ ନ ଦେବାରୁ ବିଦାୟ ସମୟରେ ସଜ ହୋଇଥିବା କନ୍ୟାଙ୍କୁ ଛାଡି ବର ଚାଲିଗଲେ । ବାସ୍ତବରେ ସେଠାରେ ଦୁଇ କକା ଝିଅ ବବା ଝିଅ ଭଉଣୀଙ୍କ ବିବାହ ଦୁଇ ଭାଇଙ୍କ ସହିତ ଗତ ରାତିରେ ସମ୍ପନ୍ନ ହୋଇଥିଲା ଏବଂ ସକାଳେ ଯେତେବେଳେ ବିଦା ହେବାର ଥିଲା, ସେତେବେଳେ ବରପକ୍ଷର ଲୋକମାନେ ଯୌତୁକ ପାଇଁ ଡିମାଣ୍ଡ କରିଦେଲେ ।

ମାମଲାଟି ବୟାନା ଥାନାର ସିକନ୍ଦରା ଗାଁର ଅଟେ, ଯେଉଁଠାରେ ଦୁଇ କକା ଝିଅ ଭଉଣୀ ସୁଷମା ଭାରତୀ ଏବଂ ରାଜକୁମାରୀଙ୍କ ବିବାହ ଗତ ରାତିରେ ସମ୍ପନ୍ନ ହୋଇଥିଲା । ସକାଳେ ଦୁଇ କନିଆଁଙ୍କର ବିଦା ହେବାର ଥିଲା, କିନ୍ତୁ ବିଦା ହେବା ସମୟରେ ବରର ପରିବାର ଲୋକେ ଅଢେଇ ଲକ୍ଷ ଟଙ୍କା ଏବଂ ମୋଟର ସାଇକେଲ ଯୌତୁକରେ ଦେବାକୁ ଦାବି କଲେ । କନ୍ୟା ମାନଙ୍କ ବାପାମାଆ ସେମାନଙ୍କ ଡିମାଣ୍ଡ ପୁରା କଲେନାହିଁ ।

ତାପରେ ଦୁଇ ବର ବିଦାୟ ସମୟରେ ସଜବାଜ ହୋଇଥିବା କନ୍ୟାଙ୍କୁ ଛାଡି ଚାଲିଗଲେ । ଏହି ଘଟଣା ପରେ ଦୁଇ କନ୍ୟା ନିଜ ପରିବାର ଲୋକଙ୍କ ସହିତ ବୟାନା ଥାନାରେ ପହଞ୍ଚିଲେ ଏବଂ ଯୌତୁକ ଲୋଭୀ ବରମାନଙ୍କ ପରିବାର ଲୋକଙ୍କ ବିରୋଧରେ ଅଭିଯୋଗ କଲେ । କୁହାଯାଉଛି ଯେ ଦୁହିଙ୍କ ବିବାହ ରାମପୁରା ବାସିନ୍ଦା ଗୌରବ ଏବଂ ପବନଙ୍କ ସହିତ ହୋଇଥିଲା ।

ଗତ ରାତିରେ ଦୁଇ ବର ବରଯାତ୍ରୀ ନେଇ ଆସିଥିଲେ । ରାତିରେ ବିବାହ ମଧ୍ୟ ହୋଇଥିଲା ଏବଂ ସାତ ଫେରା ମଧ୍ୟ ନେଇଥିଲେ । ବିବାହ ସମ୍ପନ୍ନ ହେବା ପରେ ଆଜି ସକାଳେ ଯେତେବେଳେ ଦୁଇ କନ୍ୟାଙ୍କ ବିଦାୟ ନେବା ସମୟ ଆସିଲା, ସେତେବେଳେ ବରର ପରିବାର ଯୌତୁକ ପାଇଁ ଡିମାଣ୍ଡ କରିବାକୁ ଲାଗିଲେ । ଯେତେବେଳେ ଯୌତୁକ ଡିମାଣ୍ଡ ପୁରା କରାଗଲା ନାହିଁ, ସେତେବେଳେ ସଜବାଜ ହୋଇଥିବା କନ୍ୟାଙ୍କୁ ଛାଡି ଦୁଇ ବର ବରଯାତ୍ରୀଙ୍କୁ ନେଇ ଫେରିଗଲେ ।

ବର୍ତ୍ତମାନ ପୋଲିସ ଅଭିଯୋଗ ନେଇଛି ଏବଂ ଯାଞ୍ଚ କରାଯାଉଛି । ଏହି ମାମଲାରେ କନ୍ୟା ସୁଷମା ଏବଂ ଭାରତୀ କହିଛନ୍ତି ଯେ ଆମ ଦୁଇ ଭଉଣୀଙ୍କ ବିବାହ ସମ୍ପନ୍ନ ହୋଇଯାଇଥିଲା ଏବଂ ଫେରା ମଧ୍ୟ ନେଇଥିଲୁ । ଆଜି ସକାଳେ ଆମ ଶାଶୂଘର ଯିବା ପାଇଁ ବିଦାୟ ନେବାର ଥିଲା, କିନ୍ତୁ ବରର ପରିବାର ଲୋକେ 5 ଲକ୍ଷ ଟଙ୍କା, ମୋଟର ସାଇକେଲ ଏବଂ ସୁନାର କିଛି ଅଳଙ୍କାର ଯୌତୁକରେ ମାଗିଥିଲେ ।

Leave A Reply

Your email address will not be published.