Business Idea : କେବଳ ୧୫୦୦୦ ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ,୩ ମାସରେ ହେବ ୩ ଲକ୍ଷ ଟଙ୍କାର ଆୟ !

0

Get real time updates directly on you device, subscribe now.

ଆଜି ମୁଁ ଆପଣଙ୍କୁ ଏପରି ଏକ ବିଜନେସ ଆଇଡିଆ ବିଷୟରେ କହିବାକୁ ଯାଉଛି ଯାହାକୁ ଆପଣ କେବଳ ୧୫୦୦୦ ଟଙ୍କାରେ ଆରମ୍ଭ କରିପାରିବେ|ଯଦି ଆପଣ କମ ଟଙ୍କାରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏହି ବ୍ୟବସାୟ ଆପଣଙ୍କ ପାଇଁ ସର୍ବୋତ୍ତମ|ଏହାକୁ ଚାକିରି ସହ ମଧ୍ୟ କରିପାରିବେ|ମୁଁ କହୁଛି ତୁଳସୀ ବ୍ୟବସାୟ ସମ୍ପର୍କରେ|ଏହାକୁ କମ ସମୟରେ ଆରମ୍ଭ କରାଯାଇ ପାରେ|

ଏମିତିକା ତୁଳସୀ ଗଛ ସମସ୍ତଙ୍କ ବାଡିରେ ହୋଇଥାଏ,ଓ ଏହାମଧ୍ୟ ଜାଣିଥିବେ ତୁଳସୀ ଗଛ ଔଷଧୀୟ ଗୁଣରେ ଭରପୁର|ହିନ୍ଦୁ ଧର୍ମର ଲୋକମାନେ ଏହାକୁ ପୂଜା ମଧ୍ୟ କରନ୍ତି|ଯଦି ଆପଣ ଚାହାନ୍ତି ଏହାର ଚାଷ କରି ଭଲ ଆୟ କରି ପାରିବେ|ତୁଳସୀର ବ୍ୟବହାର କସମେଟିକ୍ସ ଜିନିଷ ସହ ଔଷଧ ପାଇଁ ବ୍ୟବହାର ହୋଇଥାଏ|

ଉଜ୍ଜୈନରେ ରହୁଥିବା ଜଣେ କୃଷକ ୧୦ ବିଘା ଜମିରେ ୧୦ କିଗ୍ରା ମଞ୍ଜି ଲଗାଇଛନ୍ତି|ଯେଉଁଥିରେ ମୋଟ ୧୫୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା|ତୁଳସୀ ଫସଲ ୩ ମାସରେ ପ୍ରସ୍ତୁତ ହୋଇଥାଏ|ଏହାର ଗୋଟିଏ ବିଘା ଚାଷ ପାଇଁ ୧୫୦୦୦ ଖର୍ଚ୍ଚ ହୋଇଥାଏ|

ତୁଳସୀ ଗଛର ଚେର,ଜଟା, ପତ୍ର ସହିତ ସମସ୍ତ ଭାଗ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ|ତୁଳସୀ ଗଛର ବ୍ୟବହାର ଆୟୁର୍ବେଦ,ୟୁନାନୀ, ହୋମିଓପାଥିକ,ଓ ଏଲୋପାଥିକ ଔଷଧରେ ବ୍ୟବହାର କରାଯାଇଥାଏ|ବଜାରରେ ଏହାର ଚାହିଦା ବଢିବାରେ ଲାଗିଛି|ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ ଆୟୁର୍ବେଦ ତଥା ପ୍ରାକୃତିକ ଔଷଧରେ ଏହା ବ୍ୟବହୃତ ହୋଇଥାଏ|

Leave A Reply

Your email address will not be published.