ସତ୍ୟର ସବୁବେଳେ ବିଜୟ ହୋଇଥାଏ, ବିଶ୍ୱାସ ହେଉନାହିଁ ତ ବସ ସାମ୍ନାରେ ଛାତି ଫୁଲେଇ ଠିଆ ହୋଇଥିବା ଏହି ମହିଳାଙ୍କୁ ଦେଖି ନିଅନ୍ତୁ

0

Get real time updates directly on you device, subscribe now.

ଯେତେବେଳେ ଆପଣ ଠିକ ଥାଆନ୍ତି ତେବେ ଆପଣଙ୍କୁ ଡରିବାର ଆବଶ୍ୟକତା ନଥାଏ|ଏଥିପାଇଁ କୁହାଯାଏ ସଚୋଟ ହେବା ଆବଶ୍ୟକ|ରାସ୍ତାରେ ଯେତେ ଖରାପ ଲୋକ ମିଳିଲେ ମଧ୍ୟ ସଚ୍ଚୋଟ ଫଳରେ କେହି କିଛି କ୍ଷତି କରିପାରିବେ ନାହିଁ|ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖନ୍ତୁ|

ଏଵେ ସୋସିଆଲ ମିଡିଆରେ ସ୍କୁଟିରେ ବସିଥିବା ଜଣେ ମହିଳାର ଭିଡିଓ ଭାଇରାଲ ହେଉଛି|ଏହି ମହିଳା ମଝି ରାସ୍ତାରେ ନିଜ ସାମ୍ନାରୁ ଆସୁଥିବା ବସ ସାମ୍ନାରେ ଠିଆ ହୋଇଗଲା|ବସ ବାଲା ମଧ୍ୟ ପଛକୁ ହଟିବାକୁ ପ୍ରସ୍ତୁତ ନଥିଲା|ପରେ ଯାହା ଦେଖିବାକୁ ମିଳିଲା ସଚ୍ଚୋଟ ଓ ମାନବିକତାକୁ ବଢାଇଲା|

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଏ କିଭଳି ଜଣେ ମହିଳା ସ୍କୁଟିରେ ଯାଉଛନ୍ତି|ସେ ସଠିକ ରାସ୍ତାରେ ଯାଉଛନ୍ତି|ଯଦିଓ ସାମ୍ନାରୁ ଏକ ବସ ଭୁଲ ରାସ୍ତାରେ ଆସିଥାଏ|ସାଧାରଣତଃ ଏତେ ବଡ ବସ ସାମ୍ନାରୁ ଆସୁଥିବା ଦେଖି କିଏ ବି ଡରିଯିବ|ସେ ସଠିକ ରାସ୍ତାରେ ହେବା ସତ୍ତ୍ୱେ ଭୁଲ ସାଇଡରେ ଆସୁଥିବା ବସ ଆଗରୁ ହଟି ଯାଆନ୍ତି|କିନ୍ତୁ ମହିଳା ଏପରି କରିଲେ ନାହିଁ|

ମହିଳା ଏହି କଥା ଭଲ ଭାବରେ ଜାଣିଥାନ୍ତି ଯେ ସେ ସଠିକ ସାଇଡରେ ଯାଉଛନ୍ତି|ତାଙ୍କ କିଛି ଭୁଲ ନାହିଁ|ଯଦି କାହାକୁ ହଟିବାର ଅଛି ଭୁଲ ସାଇଡରୁ ଆସୁଥିବା ବସ ହିଁ ହଟୁ|ଏଵେ ପ୍ରଥମେ ବସ ବାଲା ମଧ୍ୟ ଗାଡି ପଛକୁ ଘୁଞ୍ଚାଇବାକୁ ପ୍ରସ୍ତୁତ ନଥିଲେ|

କିନ୍ତୁ ମହିଳାଙ୍କ ଜିଦ ଆଗରେ ତାକୁ ହାର ମାନିବାକୁ ପଡିଲା|ସେ ମଧ୍ୟ ଜାଣି ନଥିଲା ଯେ ନିଜେ ଭୁଲ ସାଇଡରେ ଆସୁଛି|ଏଥିପାଇଁ ଶେଷରେ ହାର ମାନି ନିଜ ଗାଡି ନିଜ ସାଇଡକୁ ମୋଡି ଦେଇଛନ୍ତି|

ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏହାକୁ ଇନଷ୍ଟାଗ୍ରାମରେ memecentral.teb ନାମକ ଏକାଉଣ୍ଟରୁ ସେୟାର କରାଯାଇଛି|ଭିଡିଓ ସହ ସେ କ୍ୟାପ୍ସନରେ ଲେଖିଛନ୍ତି ,”ଦୁନିଆଁ ନୁଆଁଇବ, ନୂଆଁଇବା ବ୍ୟକ୍ତି ହେବା ଆବଶ୍ୟକ”

ଏହାକୁ ଦେଖି ଜଣେ ୟୁଜର ଲେଖିଛନ୍ତି,”ଏହାତ ଲେଡି ପୁଷ୍ପା ଅଟେ|ମୁଁ ହଟିବି ନାହିଁ|”ପୁଣି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି,”ସେ ସ୍ତ୍ରୀ ଅଟେ ସେ କିଛି ଵି କରିପାରେ”|ଆଉଜଣେ ଲେଖିଛନ୍ତି ଯଦି ଆପଣ ଠିକ‌ ଅଛନ୍ତି ତେଵେ କାହାକୁ ଡରିବାର ଆବଶ୍ୟକତା ନାହିଁ|

Leave A Reply

Your email address will not be published.