୩୬ ଜିଲ୍ଳାର ମହିଳାମାନଙ୍କୁ ହଇରାଣ କରୁଥିଲା ଏହି ବ୍ୟକ୍ତି,ଆଉ ବର୍ତମାନ ଏପରି ଭାବରେ ପୋଲିସ କଲା ଗିରଫ

0

Get real time updates directly on you device, subscribe now.

45 ବର୍ଷୀୟ ରାବେନ୍ଦ୍ର ନାମକ ବ୍ୟକ୍ତି ମହିଳାଙ୍କୁ ଫୋନ୍ କରି ହଇରାଣ କରୁଥିଲା । ତାକୁ 36 ଜିଲ୍ଲାର ପୋଲିସ ଖୋଜୁଥିଲେ, ବର୍ତ୍ତମାନ କୌଶାମ୍ବି ପୋଲିସ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି । ତା ବିରୋଧରେ 113 ମହିଳା ଅଭିଯୋଗ କରିଛନ୍ତି । କୌଶାମ୍ବି ପୋଲିସ ମହିଳାମାନଙ୍କୁ ଫୋନରେ ହଇରାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ।

ଯେକୌଣସି ନମ୍ୱର୍ ଡ଼ାଏଲ୍ କରି ଦେଉଥିଲା ଅଭିଯୁକ୍ତ :-

ପୋଲିସ ଠାରୁ ବଞ୍ଚିବା ପାଇଁ ଅଭିଯୁକ୍ତ ଫୋନ୍ କରିବା ସମୟରେ ଲଗାତାର ଲୋକେସନ୍ ବଦଳାଇ ଦେଉଥିଲା ଏବଂ ଶୀଘ୍ର ଶୀଘ୍ର ସିମ୍ ମଧ୍ୟ ବଦଳାଇ ଦେଉଥିଲା । ମହିଳାଙ୍କୁ ଯେତେବେଳେ ହଇରାଣ କରିବାପାଇଁ ଫୋନ୍ କରୁଥିଲା, ସେତେବେଳେ ସେ ଗାଁ ବାହାରେ ଥିବା ଜମିରେ ବସି ଫୋନ୍ କରୁଥିଲା ଏବଂ ତାପରେ ଗାଁକୁ ଆସି ଫୋନ୍ ବନ୍ଦ କରି ଦେଉଥିଲା । ମହିଳାମାନଙ୍କ ଫୋନ୍ ନମ୍ୱର୍ ଜାଣିବାପାଇଁ ସେ ମନଇଚ୍ଛା 10 ଟି ନମ୍ୱର୍ ଡାଏଲ୍ କରୁଥିଲା ।

ପୁରୁଷ ଶବ୍ଦ ଶୁଣିଲେ ଫୋନ୍ କାଟି ଦେଉଥିଲା :-

ଫୋନ୍ କରିବାପରେ ଯଦି ମହିଳା କିମ୍ବା ଝିଅର ଶବ୍ଦ ଆସିଲେ କଥା ହୁଏ, କିନ୍ତୁ ଯଦି କୌଣସି ପୁଅ କିମ୍ବା ପୁରୁଷ ଶବ୍ଦ ଶୁଣାଯାଏ, ତେବେ ଫୋନ୍ କାଟି ଦେଉଥିଲା । କୌଶାମ୍ବି ପୋଲିସ ଯେତେବେଳେ ଅଭିଯୁକ୍ତଙ୍କ ଡାଟା ମହିଳା ପାୱାର ଲାଇନରୁ ଆସିଥିବା ଅଭିଯୋଗ ସହିତ ମ୍ୟାଚ୍ କରାଇଲେ, ସେତେବେଳେ ଜାଣିବାକୁ ପାଇଲା ଯେ ଅଧା ରାଜ୍ୟର ମହିଳାଙ୍କୁ ଏହି ବ୍ୟକ୍ତି ହଇରାଣ କରୁଥିଲା ।

ଲକ୍ଷ୍ନୌ ଠାରୁ ନେଇ ଅମ୍ବେଡକରନଗର ପର୍ଯ୍ୟନ୍ତ… ସବୁ ଜାଗାରେ କେସ :-

45 ବର୍ଷୀୟ ରାବେନ୍ଦ୍ର ମୋର୍ଯ୍ୟାଙ୍କୁ ଲକ୍ଷ୍ନୌ ଠାରୁ ନେଇ କାନପୁର, ଅମ୍ବେଡକରନଗର, ବାରାଣାସୀ, ବଳରାମପୁର, ଝାନ୍ସି, ଗୋଣ୍ଡା, ମହାରାଜଗଞ୍ଜ ହମିରପୁର ସହିତ 36 ଟି ଜିଲ୍ଲାର ପୋଲିସ ଖୋଜୁଥିଲେ । ରାବେନ୍ଦ୍ରଙ୍କ ବିରୋଧରେ ଏକୁଟିଆ ରାଜଧାନୀ ଲକ୍ଷ୍ନୌରେ 19 ଟି କେସ ରହିଛି । ଏହା ବ୍ୟତୀତ ଉନ୍ନାଓ-କାନପୁର-ଅମ୍ବେଡକରନଗର 7-7, ପ୍ରୟାଗରାଜରେ 6, ରାୟବରେଲି ଏବଂ ସୀତାପୁରରେ 5-5 କେସ ପଞ୍ଜିକୃତ ହୋଇଛି ।

କୌଶାମ୍ବି ପୋଲିସକୁ ମିଳିଲା ସଫଳତା :-

36 ଟି ଜିଲ୍ଲାରେ 113 ଜଣ ମହିଳା ରାବେନ୍ଦ୍ର ମୋର୍ଯ୍ୟାଙ୍କ ବିରୋଧରେ ଅଭିଯୋଗ କରିଥିଲେ । କୌଶାମ୍ବି ପୋଲିସ ପାଖରେ ମଧ୍ୟ ଜଣେ ଏପରି ମହିଳା ଅଜଣା ନମ୍ୱର୍ ଦ୍ଵାରା ହଇରାଣ କରିବା, ଅଶ୍ଳୀଳ କଥା ହେବାକୁ ମନା କଲେ ଜୀବନରୁ ମାରିଦେବାକୁ ଧମକ ଦେବାର ଅଭିଯୋଗ କରିଥିଲେ । ପୋଲିସ ମୋବାଇଲ ନମ୍ୱର୍ ଦ୍ଵାରା ଫୋନକୁ ଟ୍ରେସ କଲେ ଏବଂ କୋରୀୟାନ ଗାଁରେ ରହୁଥିବା ରାବେନ୍ଦ୍ର ମୋର୍ଯ୍ୟାଙ୍କୁ ଗିରଫ କଲେ ।

Leave A Reply

Your email address will not be published.