କରେଣ୍ଟ କଟିଯିବାରୁ ବଦଳିଗଲା କନ୍ୟା, ଦୁଇ ଭଉଣୀଙ୍କ ବିବାହରେ ହେଲା ବଡ ଭୁଲ, ତାପରେ ଏହିପରି କରାଗଲା ସମାଧାନ

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଗୋଟିଏ ପରିବାରର ତିନି ଝିଅଙ୍କୁ ନେବାପାଇଁ ଆସିଥିବା ବରମାନଙ୍କ କନ୍ୟା ଲାଇନ୍ ଯିବା ମାତ୍ରେ ହିଁ ଅଚାନକ ବଦଳିଗଲେ । ଖୁସିର କଥା ଏହା ଯେ ଠିକ୍ ସମୟରେ ଲାଇନ ଆସିଗଲା, ନଚେତ୍ କନ୍ୟା ଆଉ କେଉଁ ବରର ହୋଇଯାଇଥାନ୍ତା । କିନ୍ତୁ ସବୁ କନ୍ୟାମାନଙ୍କୁ ତାଙ୍କ ବର ପାଖରେ ପହଞ୍ଚାଇବାକୁ ରୀତିନୀତିକୁ ଟିକେ ଠିକ୍ କରିବାକୁ ମଧ୍ୟ ପଡ଼ିଲା ।

ଏକା ଭଳି ଡ୍ରେସ୍ ଏବଂ ଓଢଣା ମଧ୍ୟରେ ଲାଇନ କଟ :-

ବାସ୍ତବରେ ବିବାହରେ ଝିଅମାନେ ଏକାଭଳି ଡ୍ରେସ୍ ପିନ୍ଧିଥିଲେ । ସେହିପରି ଗାଁରେ ଓଢଣା ପ୍ରଥା ମଧ୍ୟ ରହିଛି, ତେଣୁ କେହି ବି ବୁଝିପାରିଲେ ନାହିଁ ଏବଂ ପୂଜା ପାଇଁ ଝିଅମାନଙ୍କୁ ଏପଟ ସେପଟ କରି ବସାଇ ଦେଲେ । ଲାଇନ୍ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଥା ଗୁଜବ ପରି ବ୍ୟାପିଗଲା ଯେ ବର କନ୍ୟା ବଦଳି ଯାଇଛନ୍ତି । କିନ୍ତୁ ସତ ଏହା ଯେ ବର କନ୍ୟା କେବଳ ପୂଜା ସମୟରେ ବଦଳିଥିଲେ, ସାତ ଫେରା ନେବା ସମୟରେ ଲାଇଟ ଆସିଗଲା ଏବଂ ଝିଅମାନଙ୍କୁ ସେମାନଙ୍କ ବର ପାଖରେ ରଖି ଦିଆଗଲା ।

ବାସ୍ତବରେ ଅସଲାନା ଗ୍ରାମ ପଞ୍ଚାୟତର ରମେଶ ଲାଲଙ୍କ ତିନି ଝିଅ କୋମଳ, ନିକିତା, କରିଶ୍ମା ଏବଂ ପୁଅ ଗୋବିନ୍ଦର ବିବାହ ଥିଲା । ଏହି ତିନିଜଣଙ୍କ ବିବାହ ମେ 5ତାରିଖ 2022 ଗୁରୁବାର ରାତିରେ କରାଯାଇଥିଲା । କିନ୍ତୁ ଯେତେବେଳେ ତିନି ଝିଅଙ୍କ ବରଯାତ୍ରୀ ଅସଲାନା ଗାଁରେ ପହଞ୍ଚିଲେ, ସେତେବେଳେ ସେଠାରେ ତିନି ଝିଅମାନେ ପରମ୍ପରା ଅନୁଯାୟୀ ଓଢଣା ବାହାର କରି ରଖିଥିଲେ । ତିନିଜଣ ଯାକ ଏକା ଭଳି ପ୍ରସ୍ତୁତ ହୋଇଥିଲେ । ଠିକ୍ ସେତିକିବେଳେ ଗୋଟିଏ ପ୍ରଥା ଏବଂ ପୂଜା ସମୟରେ ଲାଇଟ ଚାଲିଗଲା ।

ଲାଇନ୍ କଟିଯିବା ମାତ୍ରେ ଜାଗା ବଦଳିଲା :-

ଯେତେବେଳେ ପୂଜା ଆରମ୍ଭ ହେଲା, ସେତେବେଳେ ଲାଇନ୍ କଟିଗଲା ଏବଂ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ଝିଅ ପୂଜା ସମୟରେ ଏପଟ ସେପଟେ ବସିଗଲେ । ପୂଜା ଶେଷ ହେବା ମାତ୍ରେ ହିଁ ଲାଇନ୍ ଆସିଲା ଏବଂ ପରିବାର ଲୋକେ ଜାଣିପାରିଲେ ଯେ ଗଡବଡ ହୋଇଯାଇଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କଥା ସବୁ ସ୍ଥାନରେ ବ୍ୟାପି ଗଲା ଯେ କନ୍ୟା ବଦଳିଗଲା ।

ଖୁସିର କଥା ଏହା ଥିଲା ଯେ ସେ ସମୟରେ ବର କନ୍ୟା ସାତ ଫେରା ନେଇନଥିଲେ । ବିବାହ କରାଉଥିବା ପଣ୍ଡିତ ଯେତେବେଳେ ଏ କଥା ଜାଣିଲେ, ସେତେବେଳେ ପୁଣି ବିଧି ବିଧାନ ସହିତ ତିନି ଝିଅଙ୍କୁ ନିଜ ନିଜ ବର ସହିତ ସାତ ଫେରା ନେବାକୁ କହିଲେ ଏବଂ ପରିବାର ଲୋକେ ନିଜର ତିନିଝିଅଙ୍କୁ ଠିକ୍ ବର ସହିତ ବିବାହ କରାଇ ବିଦା କଲେ ।

Leave A Reply

Your email address will not be published.