ସାଙ୍ଗର ବାହାଘରରେ ନାଚୁ ନାଚୁ ଚାଲିଗଲା ଜୀବନ,ଭିଡିଓ ତିଆରି କରୁକରୁ ନିଶ୍ୱାସ ବନ୍ଦ ହୋଇଗଲା, ଜାଣନ୍ତୁ ଏମିତି ହେବାର କାରଣ ,,,

0

Get real time updates directly on you device, subscribe now.

18 ବର୍ଷୀୟ ଲାଲ ସିଂହ ନିଜ ସାଙ୍ଗ ବିଜୟଙ୍କ ବିବାହକୁ ନେଇ ବହୁତ ଉତ୍ସହିତ ଥିଲେ | ସେ ବହୁତ ଉତ୍ସହର ସହ ବିବାହକୁ ଆସିଥିଲେ | ସେ ସେଠାରେ ବରଯାତ୍ରୀରେ ବହୁତ ନାଚ ଗୀତ କରୁଥିଲେ | ସେ ଡ଼ିଜେ ପଛରେ ଠିଆ ହୋଇକରି ସାଙ୍ଗ ମାନଙ୍କ ସହ ନାଚୁଥିଲେ | ତାଙ୍କୁ ଏ ସବୁ କରିବାରେ ବହୁତ ମଜା ଆସୁଥିଲା | ସେ ତାଙ୍କ ନାଚକୁ ସେଲ୍ଫିରେ ଭିଡ଼ିଓ ମଧ୍ୟ ବନାଉଥିଲେ | କିନ୍ତୁ ଠିକ ସେତିକିବେଳେ ସେ ବେହୋସ ହେଇ ସେଇଠାରେ ଗଳି ପଡିଲେ | ସମସ୍ତେ ତାଙ୍କୁ ହୋସରେ ଆଣିବାକୁ ବହୁତ ଚେଷ୍ଟା କଲେ, କିନ୍ତୁ ସେ ଦ୍ୱିତୀୟ ଥର ପାଇଁ ଆଉ ଠିଆ ହେଲେ ନାହିଁ | ଡାକ୍ତର ବି ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଦେଲେ |

ସାଙ୍ଗଙ୍କ ବିବାହରେ ନାଚୁ ନାଚୁ ହୋଇଗଲା ମୃତ୍ୟୁ :-

ଏହି ଦୁଃଖନୀୟ ମାମଲା ମଧ୍ୟପ୍ରଦେଶର ଉଜୈନର ଅଟେ। ଏଠାରେ ଆମ୍ବୋଡିଆ ଡ୍ୟାମରେ ରହୁଥିବା 18 ବର୍ଷୀୟ ଲାଲ ସିଂଙ୍କ ପିତା ବିକ୍ରମ ସିଂଙ୍କ ବନ୍ଧୁଙ୍କ ବିବାହରେ ନାଚିବାବେଳେ ମୃତ୍ୟୁ ହୋଇଯାଇଛି | ସେ ବିବାହ ପାଇଁ ମାକସି ରୋଡରେ ତାଜପୁର ଆସିଥିଲେ | ମଇ 5 ଗୁରୁବାର ଦିନ ତାଙ୍କ ବନ୍ଧୁ ବିଜୟଙ୍କ ବରଯାତ୍ରୀ ଗାଁରୁ ବାହାରୁଥିଲା | ରାତି ପ୍ରାୟ 12:30 ବାଜିଥିଲା | ସେତେବେଳେ ଲାଲ ସିଂ ସାଙ୍ଗମାନଙ୍କ ସହିତ ଡିଜେରେ ନାଚିବା ଆରମ୍ଭ କରିଥିଲେ |

ଏହି ସମୟରେ ଲାଲ ସିଂ ହଠାତ୍ ବେହୋସ ହୋଇଗଲେ | ସାଙ୍ଗମାନେ ପାଣି ଢାଳି ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ଉଠିଲେ ହିଁ ନାହିଁ | ସାଙ୍ଗ ପୁରାଣ ସିଂ ଶୀଘ୍ର ତାଙ୍କୁ ତାଜପୁରର ଡାକ୍ତରଙ୍କ ନିକଟକୁ ନେଇଗଲେ | ଡାକ୍ତର ତାଙ୍କୁ ଉଜୈନକୁ ରେଫର କଲେ | ଏଠାରେ ଜିଲ୍ଲା ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ପରୀକ୍ଷା ପରେ ମୃତ ବୋଲି ଘୋଷଣା କରିଥିଲେ | ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଗଜେନ୍ଦ୍ର ପାଚୋରିଆଙ୍କ କହିବାନୁସାରେ, ପିଲାଟି ଆଇଟିଆଇ କରୁଥିଲେ | ବର୍ତ୍ତମାନ ପାନୱାସା ପୋଲିସ ଘଟଣାର ତଦନ୍ତ କରୁଛି |

ମାରିବା ପୂର୍ବରୁ ବାନେଇଥିଲେ ଭିଡ଼ିଓ :-

ଲାଲ ସିଂଙ୍କର ଏହି ବରଯାତ୍ରୀରେ ନାଚୁଥିବା ଏକ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି | ସେ ନିଜେ ମୋବାଇଲରୁ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି | ଭିଡିଓଟି 14-15 ସେକେଣ୍ଡର ଅଟେ | ଏଥିରେ ଲାଲ ସିଂଙ୍କ ମୁହଁରେ କୌଣସି ହାଲିଆ ପଣ ମଧ୍ୟ ଦେଖାଯାଉ ନାହିଁ | ଭିଡିଓ ତିଆରି କରିବାର କିଛି ସମୟ ପରେ ସେ ରାସ୍ତାରେ ପଡ଼ିଯାଇଥିଲେ |

ଏହା ହୋଇପାରେ ମୃତ୍ୟୁର କାରଣ :-

ଡକ୍ଟର ଜିତେନ୍ଦ୍ର ଶର୍ମାଙ୍କ ଅନୁଯାୟୀ ଡିଜେ ଏବଂ ଅନ୍ୟାନ୍ୟ ବଡ ଧ୍ୱନିରେ ଅସ୍ୱାଭାବିକ ମୁମେଣ୍ଟ ରିଲିଜ ହୋଇଥାଏ | ଏହି କାରଣରୁ, ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଡେସିବଲ୍ର ଶବ୍ଦ ମଣିଷ ଶରୀର ପାଇଁ କ୍ଷତିକାରକ ଅଟେ | ଏହା ଦ୍ୱାରା ହୃଦୟ ଏବଂ ମନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ |

ଲାଲ ସିଂ ମଧ୍ୟ ବୋଧହୁଏ ଏହି କାରଣରୁ ନାଚିବାବେଳେ ମୃତ୍ୟୁ ହୋଇଗଲା | ବର୍ତ୍ତମାନ ତାଙ୍କ ବିସାରା ଜବତ କରାଯାଇଛି | ତାଙ୍କ ହୃଦୟରେ ଜମାଟ ବାନ୍ଧି ଥିବାର ଦେଖିବାକୁ ମିଳିଛି | ଏହିଦିନ ଗୁଡିକରେ ଗରମ ଋତୁ ମଧ୍ୟ ଚାଲିଛି | ସେଥିପାଇଁ ତରଳ ପଦାର୍ଥ ଲଗାତାର ପିଉଥୁବା ଦରକାର | ସେଥିରୁ ଶରୀରକୁ ଏନର୍ଜି ମଧ୍ୟ ମିକିଥାଏ |

Leave A Reply

Your email address will not be published.