ବିବାହ ସମୟରେ ଆଉଜଣେ ଝିଅକୁ ନେଇ ପଳାଇଲା ବର, ଥାନାରେ ପହଞ୍ଚି କାନ୍ଦିବାକୁ ଲାଗିଲେ କନ୍ୟା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ହମୀରପୁର ଜିଲ୍ଲାରେ ବିବାହ ସମୟରେ ବର ପଳାୟନ କରିଥିବା ମାମଲା ସାମ୍ନାକୁ ଆସିଛି। ବିବାହର ଦୁଇଦିନ ପୂର୍ବରୁ ବର ଆଉଜଣେ ଯୁବତୀକୁ ନେଇ ପଳାୟନ କରିଛନ୍ତି। ଏହାପରେ କନ୍ୟା ପକ୍ଷରେ ହଇଚଇ ମାମଲା ଖେଳିଗଲା। ବରପକ୍ଷ ବରଯାତ୍ରୀ ନେଇକରି ଯିବାକୁ ମନାକରି ଦେବାପରେ କନ୍ୟା ଓ ତାଙ୍କ ମାଆ ରାଠ ଥାନାକୁ ଯାଇ କାନ୍ଦ ବୋବାଳି ପକାଇଲେ।

ହମୀରପୁର ଜିଲ୍ଳା ରାଠ ଥାନା ଅନ୍ତର୍ଗତ ପଠାନପୁରା ମହଲା ନିବାସୀ ବିଦ୍ୟା କୁମାରୀଙ୍କ ପତିଙ୍କ ମୃତ୍ୟୁ ଦୁଇଦଶକ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ସେ ନିଜ ଦୁଇ ଝିଅଙ୍କ ଲାଳନ ପାଳନ କରିବାପାଇଁ ମଜୁରିଆ ଭାବରେ କାମ କରିବାକୁ ଲାଗିଲେ। ବଡ଼ ଝିଅ ଉସାଙ୍କ ବିବାହ ସେ ଚାରିବର୍ଷ ପୂର୍ବରୁ କରିସାରିଥିଲେ। ଛୋଟ ଝିଅ ଅନିତା (20)ର ବିବାହ କାନପୁର ନଗରର ଦର୍ଶନପୁରାବରେ ତୟ ହୋଇଥିଲା।

ଅନିତାଙ୍କ ବିବାହ ଦର୍ଶନପୁରାବର ରାହୁଲ ବର୍ମାଙ୍କ ସହିତ ହେବାର ଥିଲା। ମେ 10 ତାରିଖରେ ବରଯାତ୍ରୀ ଆସିବାର ଥିଲା, ଯାହାକୁ ନେଇ ଘରେ ସବୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା। ବିବାହରେ ସାମିଲ ହେବାପାଇଁ ସମ୍ପର୍କୀୟ ମଧ୍ୟ ଆସିଥିଲେ। କନ୍ୟା ଘରେ ହଳଦୀ ରଶମ ହୋଇ ଗୀତ ବୋଲାଯାଉଥିଲା କିନ୍ତୁ ବରଙ୍କ ପରିଜନଙ୍କ ଠାରୁ ଫୋନ ଆସିଲା କି, ସେମାନେ ବରଯାତ୍ରୀ ନେଇ ଯିବେନାହିଁ।

ଶେଷ ସମୟରେ ବରପକ୍ଷ ତରଫରୁ ଏହିପରି ଖବର ଶୁଣି କନ୍ୟା ଘର ଲୋକଙ୍କର ହୋସ ଉଡ଼ିଗଲା। କନ୍ୟାଙ୍କ ମାଆ ବିଦ୍ୟାଦେବୀଙ୍କ କହିବାହେଲା, ବରର ଭାଇ ଅନୀଲ ଫୋନ କରି କହିଥିଲା କି ତାଙ୍କ ଭାଇ ଅନ୍ୟ ଜଣେ ଝିଅକୁ ନେଇ ପଳାଇଛି ଓ ବରଯାତ୍ରୀ ଯିବନାହିଁ ଓ ଏହାପରେ ଫୋନ କଟି ଯାଇଥିଲା।

ଝିଅକୁ ନେଇ ମାଆ କୋତାବଳୀ ପହଞ୍ଚି ଝିଅର ମାଆ ଅଭିଯୋଗ ଆଣିଥିଲେ। କନ୍ୟା ଜଣକ ବର ଓ ତାଙ୍କ ପରିବାର ବିରୁଦ୍ଧରେ ଏଫଆଇଆର ଦର୍ଜ କରିଥିଲେ। ଥାନାର ପ୍ରଭାରୀ ଦିନେଶ ସିଂହ କହିଥିଲେ ଏହାଉପରେ ବହୁତ ଜଲଦି ଆକ୍ସନ ନିଆଯିବ।

Leave A Reply

Your email address will not be published.