ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ,୨୧ ବର୍ଷ ଧରି ମୃତ ସ୍ତ୍ରୀର ଶବ ସହିତ ରହି ଆସୁଥିଲେ ବୃଦ୍ଧ

0

Get real time updates directly on you device, subscribe now.

ଘଟଣା ଟି ଥାଇଲାଣ୍ଡରୁ ଆସିଛି । ଜଣେ ୭୨ ବର୍ଷୀୟ ଚରଣ ଜନଭାଚକଲ୍‌ ଯିଏ ନିଜ ସ୍ତ୍ରୀଙ୍କୁ ୨୧ ବର୍ଷ ତଳେ ହରାଇ ଦେଇଥିଲେ । ଆଉ ଏବେ ୨୧ ବର୍ଷ ପରେ ଚରଣଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀଙ୍କ ମୃତ୍ୟୁ ପରେ ଚରଣ ମୃତଦେହର ଅନ୍ତିମ ସଂସ୍କାର ନ କରି ଘର ଭିତରେ ହିଁ ରଖିଥିଲେ । ବୃଦ୍ଧ ଜଣଙ୍କ ମୃତଦେହ ସହିତ କାଟି ଦେଇଥିଲେ ଦୀର୍ଘ ୨୧ ବର୍ଷ ।

ଆଉ ସେହି ୨୧ ବର୍ଷ ଧରି ସେ ସ୍ତ୍ରୀଙ୍କ ଶବ ପାଖରେ ବସି କଥା ହେଉଥିଲେ । ତେବେ ୨୦୦୧ ରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା ଓ ଏହା ପରେ ସେ ମର୍ମାହତ ଅବସ୍ଥା ଭିତର କୁ ଚାଲି ଯାଇ ଥିଲେ । ତେଣୁ ଏକା ବଞ୍ଚିବା ପାଇଁ କଷ୍ଟକର ପାଠ ହୋଇ ଯାଇ ଥିଲା । ଏହାକୁ ଆଖିରେ ରଖି ସେ ସ୍ତ୍ରୀ ର ଅନ୍ତିମ ସଂସ୍କାର କରିବାକୁ ମନା କରି ଦେଇଥିଲେ ।

ଏହା ପରେ ସେ ସେହି ମୃତ ଦେହ ସହ ରହିବାକୁ ଲାଗିଲେ । ତାଙ୍କ ସ୍ତ୍ରୀ ପବ୍ଲିକ ହେଲ୍‌ଥ ମିନିଷ୍ଟ୍ରୀରେ କାମ କରୁଥିଲେ । ମୃତ୍ୟୁ ପରେ ତାଙ୍କ ମୃତଦେହକୁ ସେ ଘରର ଷ୍ଟୋରେଜ୍‌ ରୁମ୍‌ରେ ଏକ କଫିନ୍‌ ଭିତରେ ବନ୍ଦ କରି ରଖିଥିଲେ । ଘଟଣା ସାମ୍ନା କୁ ଆସିବାରୁ ଚରଣ କହିଥିଲେ ଯେ ସେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କଠାରୁ କୌଣସି ମତେ ଅଲଗା ହେବାକୁ ଚାହୁଁ ନ ଥିଲେ ।

ଏଥିପାଇଁ ସ୍ତ୍ରୀଙ୍କ ମୃତଦେହକୁ ପୋତିବା ବଦଳରେ ଘରେ ହିଁ ରଖିଥିଲେ । ସେତେବେଳ ଅନେକ ଲୋକ ବୁଝାଇଥିଲେ । ଚଳିତ ବର୍ଷ ଏପ୍ରିଲ ୩୦ରେ ସ୍ତ୍ରୀଙ୍କ ମୃତଦେହକୁ ପୋତି ଦେଇଛନ୍ତି। ଏକ ଫାଉଣ୍ଡେସନ୍ ସହ ମିଶି ସେ ସ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏହି ସମୟରେ ଚରଣ ଛାତି ଫଟାଇ କାନ୍ଦୁଥିବାର ଦେଖା ଯାଇ ଥିଲା । ପ୍ରେମ ର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.