Farming Business ideas: ଏକ ଏକର ଚାଷରୁ ହେବ ୬ ଲକ୍ଷ ଟଙ୍କା ଆୟ, ଜାଣନ୍ତୁ କିପରି ଆରମ୍ଭ କରିବେ ?

0

Get real time updates directly on you device, subscribe now.

ଯଦି ଆପଣ ଚାକିରୀ ସହ ଚାଷରୁ ଲକ୍ଷ ଲକ୍ଷ ଟଙ୍କା ଆୟ କରିବାକୁ ଚାହାଁନ୍ତି ତେଵେ ଆପଣଙ୍କୁ ଏକ ଭଲ ଆଇଡ଼ିଆ ଦେଉଛି|ଏଥିରେ ଯଦି ଆପଣଙ୍କ ପାଖରେ କ୍ଷେତ ବି ନାହିଁ ତଥାପି ଆପଣ ଚାଷ କରି ପାରିବେ|ଏଵେ ଦେଶରେ ଔଷଧୀୟ ବୃକ୍ଷର ଚାଷ ଜୋରରେ ବଢି ଚାଲିଛି|କମ ଉତ୍ପାଦନ ଓ ଅଧିକ ଆବଶ୍ୟକତା ଯୋଗୁଁ କୃଷକଙ୍କ ଭଲ ଆୟ ହେଉଛି|ସରକାର ମଧ୍ୟ ଏହାକୁ ପ୍ରୋତ୍ସାହନ ଦେଉଛନ୍ତି|

ଏଥିପାଇଁ ବଡ କ୍ଷେତ ବା ନିବେଶ ଆବଶ୍ୟକ ନାହିଁ|ଏଥିପାଇଁ ନିଜର କ୍ଷେତ ହେବା ମଧ୍ୟ ଆବଶ୍ୟକ ନାହିଁ|ଆପଣ କ୍ଷେତ କଣ୍ଟ୍ରାକ୍ଟରେ ନେଇ ପାରିବେ|ଆଜିକାଲି ବହୁ କମ୍ପାନୀ କଣ୍ଟ୍ରାକ୍ଟରେ ଔଷଧୀୟ ଚାଷ କରାଉଛନ୍ତି|ଏଥିରେ କିଛି ହଜାର ଖର୍ଚ୍ଚ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରି ପାରିବେ|

ଅଧିକାଂଶ ହର୍ବାଲ ପ୍ଲାଣ୍ଟ ଯେଭଳି ଷ୍ଟେଭିଆ ,ସତାବରି,ସର୍ପଗନ୍ଧା , ତୁଳସୀ,ଆର୍ଟୋମିସିଆ,ଏନୁଆ,ମୁଲୈଠି,ଏଲୋବେରା,ସତାବରୀ,ଇସବଗୋଲର ଚାଷ କରାଯାଇ ପାରିବ|ଔଷଧ ଓ ଆୟୁର୍ବେଦରେ ବ୍ୟବହାର ପାଇଁ ଏହାର ଭଲ ମୂଲ୍ୟ ମିଳେ|

ସାଧାରଣତଃ ତୁଳସୀର ଧାର୍ମିକ କାରଣ ବ୍ୟତୀତ ମେଡିସିନାଲ ଉଦେଶ୍ୟ ପାଇଁ ଚାଷ କରାଯାଇ ପାରେ|ତୁଳସୀ ବହୁ ପ୍ରକାରର ରହିଛି ଯେଉଁଥିରେ ୟୁଜିନୋଲ ଓ ମିଥାଇଲ ସିନାମେଟ ରହିଥାଏ|ଏହାର ବ୍ୟବହାର କ୍ୟାନ୍ସର ଭଳି ରୋଗରେ କରାଯାଏ|୧ ହେକ୍ଟର ତୁଳସୀରେ କେଵଳ ୧୫୦୦୦ ଖର୍ଚ୍ଚ ହେବ କିନ୍ତୁ ୩ ମାସ ପରେ ୩ ଲକ୍ଷ ଟଙ୍କା ଆୟ ହୋଇଥାଏ|

ଷ୍ଟିଭିଆ ଚାଷରେ କୈାଣସି କୀଟନାଶକ ଓ ଔଷଧର ଆବଶ୍ୟକ ହୋଇନଥାଏ|ଏହାକୁ କୈାଣସି କୀଟ ଲାଗନ୍ତି ନାହିଁ|ଥରେ ଏହାକୁ ଚାଷ କଲେ ୫ ବର୍ଷ ପର୍ଯ୍ୟନ୍ତ ଆୟ କରାଯାଏ|ଏକ ଏକର ଏହି ଚାଷ ପାଇଁ

୧ ଲକ୍ଷ ଟଙ୍କା ଖର୍ଚ୍ଚ ବିନିମୟରେ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହୋଇପାରେ

ଦେଶଦୁନିଆରେ ଯେଉଁଭଳି ଭାବେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଷ୍ଟିଭିଆ ର ବହୁ ଆବଶ୍ୟକ ରହିଛି|ଏହାର ଗଛ ୬୦-୭୦ ସେମି ବଡ ହୋଇଥାଏ|ଏହା ବହୁ ବର୍ଷ ପର୍ଯ୍ୟନ୍ତ ଚାଲୁଥିବା ଶାଖା ର ଗଛ |ଏହାର ପତ୍ର ସାଧାରଣ ବୃକ୍ଷର ପତ୍ର ଭଳି କିନ୍ତୁ ଏହା ଚିନିଠାରୁ ୨୫-୩୦ ଗୁଣ ମିଠା|ଭାରତର ବାଙ୍ଗାଲୋର,ପୁଣେ,ଇନ୍ଦୋର, ରାୟପୁର ଭଳି ସହରରେ ଏହି ଚାଷ ହେଉଛି|ଦୁନିଆରେ ଏହି ଚାଷ ଜାପାନ,କୋରିଆ, ତାଇୱାନ, ଆମେରିକା ଭଳି ଦେଶରେ ହୋଇଥାଏ|

ଏଭଳି ଚାଷ ପାଇଁ ଆପଣଙ୍କ ପାଖରେ ଭଲ ଟ୍ରେନିଂ ଥିବା ଆବଶ୍ୟକ ଫଳରେ ଆପଣ ଧୋକା ଖାଇ ପାରିବେ ନାହିଁ|ଲକ୍ଷ୍ନୌ ରେ ସେଣ୍ଟ୍ରାଲ ଇନଷ୍ଟିଚୁ୍ୟଟ ଅଫ ମେଡେସିନାଲ ଓ ଆରେମେଟିକ ପ୍ଲାଣ୍ଟ ଏହି ଚାଷ ପାଇଁ ଟ୍ରେନିଂ ଦେଇଥାଏ|ସିମୈପ ଜରିଆରେ ଔଷଧ କମ୍ପାନୀ ଆପଣଙ୍କ ସହ କଣ୍ଟ୍ରାକ୍ଟ ସାଇନ କରନ୍ତି ଫଳରେ ଆପଣଙ୍କୁ ଏୟାଡେ ସେୟାଡେ ଭଟକିବାକୁ ପଡିବ ନାହିଁ|

Leave A Reply

Your email address will not be published.