ସାଧାରଣ ଲୋକଙ୍କୁ ବଡ଼ ଝଟକା, ପୁଣି ବଢିଲା ଏଲପିଜି ସିଲିଣ୍ଡରର ଦାମ।

0

Get real time updates directly on you device, subscribe now.

ସମସ୍ତ ଦରଦାମ୍ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେହିପରି ଗ୍ୟାସ ସିଲିଣ୍ଡର ମଧ୍ୟ ଦର ବୃଦ୍ଧି ଖାଉଟି ଙ୍କ ଚିନ୍ତା ର କାରଣ ହେଲାଣି । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ସରକାରୀ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକ ରେ ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ର ନୂଆ ଦର ଜାରି କରିଛନ୍ତି । ଗ୍ୟାସ ସିଲିଣ୍ଡର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ ।

ଗ୍ୟାସ ସିଲିଣ୍ଡର ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ଅଲଗା ରାଜ୍ୟ ଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ ଗ୍ୟାସ ସିଲିଣ୍ଡର ଭିନ୍ନ ଦର ରହିଥାଏ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲିୟମ ଗ୍ୟାସ ସିଲିଣ୍ଡର ଉପରେ ଟିକସ ଆଦାୟ କରୁଛନ୍ତି ।

ତେବେ ବର୍ତମାନ ଯାହା ଦାମ ରହୁଚି ଖାଉଟି ଙ୍କ ପକେଟ୍ ରେ ବାଧକ ଭାବେ ସାଜୁଛି । ପ୍ରଧାନମନ୍ତ୍ରୀ ଙ୍କ ର ଉଜ୍ଜଳ ଯୋଜନା ହେଲେ ମଧ୍ୟ ଗୋଟିଏ ଗ୍ୟାସ ସିଲିଣ୍ଡର୍ ର ଦାମ ୧୦୦୦ ଚୁଇଁଲାଣି ବର୍ତମାନ । ଏପରି ସମୟ ରେ ସାଧାରଣ ବର୍ଗ ର ଲୋକ ଙ୍କ ଠାରେ ଗୋଟିଏ ଗ୍ୟାସ ସିଲିଣ୍ଡର୍ କିଣିବା ବଡ଼ କଷ୍ଟକର ହୋଇସାରିଲାଣି । ଦିଲ୍ଲୀ ରେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ର ମୂଲ୍ୟ ୯୯୯.୫୦ ଟଙ୍କା ରହିଛି ।

ପ୍ରଥମେ ମାର୍ଚ୍ଚ ମାସ ୨୨ ତାରିଖ ରେ ୫୦ ଟଙ୍କା ବୃଦ୍ଧି ପାଇଥିଲା । ଏପ୍ରିଲ୍ ଏଲପିଜି ଦାମ ୯.୧ ପ୍ରତିଶତ ହ୍ରାସ ପାଇ ୨୨ ଲକ୍ଷ ଟନ୍ କୁ କମି ଥିଲା । ୨୦୨୧ ମସିହା ତୁଳନା ରେ ୫.୧ ପ୍ରତିଶତ ଅଧିକ ରହିଥିଲା । ତେବେ ସିଲଣ୍ଡର ର ହାର ବୃଦ୍ଧି ହେବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ପଡିଛି ।

Leave A Reply

Your email address will not be published.