ଆମାଜନରେ ଚାଲୁଛି ବମ୍ପର ସେଲ, 50 ପ୍ରତିଶତରୁ କମ ଦାମରେ ମିଳୁଛି Split AC

0

Get real time updates directly on you device, subscribe now.

Amazon ରେ ଚାଲୁଥିବା ସମର ସେଲ ମେ 8 ତାରିଖକୁ ଶେଷ ହେବାକୁ ଯାଉଛି। ଏହି ସେଲରେ ଏସି, ରେଫ୍ରିଜେରେଟର ଓ ସ୍ମାର୍ଟ ଟିଭିରେ ଆକର୍ଷଣୀୟ ଉପହାର ମିଳୁଛି। ଯଦି ଆପଣ ନୂଆ split Ac କିଣିବାକୁ ପ୍ଲାନ କରିଛନ୍ତି ତାହେଲେ ଏହି ସେଲର ଫାଇଦା ଉଠାଇପାରିବେ।

ଏଥିରେ ସାମସଙ୍ଗ, LG, Amazon Basic ଓ ଅନ୍ୟ ବ୍ରାଣ୍ଡର ଏୟାର କଣ୍ଡିସନର ଉପରେ ଆକର୍ଷକ ଅଫର ମିଳୁଛି। ଆସନ୍ତୁ ଜାଣିବା ଆପଣ ଏହି ସେଲ ଜରିଆରେ କେଉଁ ଶସ୍ତା ଏସି କିଣିପାରିବେ।

Samsung 1.5 ଟନ Split Ac:-

ଯଦି ଆପଣ 1.5 ଟନ କ୍ଷମତାର ଏସି ଚାହୁଁଛନ୍ତି ତାହେଲେ Samsung ର ଇନ୍ଭର୍ଟର Split Ac କୁ କିଣିପାରିବେ। ଏହି ଏସିରେ ଆମାଜନ ସେଲରେ 44 ପ୍ରତିଶତ ଡିସ୍କାଉଣ୍ଟ ଆଧାରରେ ମିଳୁଛି। ଏହି ଏୟାର କଣ୍ଡିସନରକୁ ମିଡିୟମ ସାଇଜ ରୁମ ପାଇଁ ଡିଜାଇନ କରାଯାଇଛି। ସାମସଙ୍ଗ ଏୟାର କଣ୍ଡିସନରକୁ ଆପଣ 34,990 ଟଙ୍କାରେ କିଣିପାରିବେ।

LG Ac:-

1.5 ଟନ କ୍ଷମତା ଓ 2 ଷ୍ଟାର ରେଟିଂ ବାଲା ଡୁଆଲ ଇନ୍ଭର୍ଟର Split Ac ଉପରେ 57 ପ୍ରତିଶତ ଡିସ୍କାଉଣ୍ଟ ମିଳୁଛି। LG ର ଏହି ଏସି କୁ ଆପଣ 32,990 ଟଙ୍କାରେ ଆମାଜନ ରୁ କିଣିପାରିବେ। ଏଥିରେ ଡୁଆଲ କୁଲିଂ ଟେକ୍ନୋଲୋଜି, ସ୍ମାର୍ଟ ଡ଼ାଇଗୋନାସିସ ସିଷ୍ଟମ, ଅଟୋ କ୍ଲିନ ଓ ସ୍ପିଡ଼ ମୋଡ଼ ଭଳି ଫିଚର୍ସ ମିଳିଥାଏ।

Whirlpool:-

1.5 ଟନ କ୍ଷମତା ବାଲା Whirlpool ଏସି ଆପଣଙ୍କୁ ଆକର୍ଷକ ଡିସ୍କାଉଣ୍ଟରେ ମିଳୁଛି। ଏହାକୁ ଆପଣ 32,990 ଟଙ୍କାରେ ଆମାଜନରୁ କିଣିପାରିବେ। ଏଥିରେ 47 ପ୍ରତିଶତ ଡିସ୍କାଉଣ୍ଟ ମିଳୁଛି। Whirlpool ର ଇନ୍ଭର୍ଟର Split Ac 3 ଷ୍ଟାର ରେଟିଂ ସହିତ ଆସିଥାଏ। ଏଥିରେ ଭାରିଏବଲ ସ୍ପିଡ଼ କମ୍ପ୍ରେସର, ଡ଼ଷ୍ଟ ଫିଲଟର, ଡ଼ିହ୍ୟୁମିଡ଼ିଫାୟାର ଭଳି ଫିଚର୍ସ ମିଳିଥାଏ।

Amazon Basic:-

ଯଦି ଆପଣଙ୍କ ବଜେଟ କମ ତାହେଲେ Amazon Basic ଏୟାର କଣ୍ଡିସନରକୁ କିଣିପାରିବେ। Amazon ସେଲ ମାଧ୍ୟମରେ ଆପଣ 1 ଟନ କ୍ଷମତା ଓ 3 ଷ୍ଟାର ରେଟିଂ ବାଲା split ଇନ୍ଭର୍ଟର ଏସିକୁ 47 ପ୍ରତିଶତ ଡିସ୍କାଉଣ୍ଟ ସହିତ କିଣିପାରିବେ। ସେଲ ଜରିଆରେ ଏହି ଏସି 24,499 ଟଙ୍କାରେ ଉପଲବ୍ଧ ହେଉଛି। ଏହି ଏସିରେ ଆପଣଙ୍କୁ 4 ଷ୍ଟେଜ ଫିଲଟ୍ରେସନ ସିଷ୍ଟମ ଓ 5 ବର୍ଷିଆ କମ୍ପ୍ରେସର ୱାରେଣ୍ଟି ମିଳିଥାଏ।

Leave A Reply

Your email address will not be published.