Small Business Idea: କିଛି ନ କରି ଘରର ଛାତ ଉପରେ ପ୍ରତ୍ୟେକ ମାସ କରନ୍ତୁ ଲକ୍ଷ ଟଙ୍କା ଆୟ,ଜାଣନ୍ତୁ ଏହି ବ୍ୟବସାୟ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

କଣ ଆପଣ ଜାଣିଛନ୍ତିକି ଆପଣ ନିଜ ଘରେ ଖାଲିପଡ଼ିଥିବା ଛାତର ଉପଯୋଗ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ। ଏଥିପାଇଁ ଆପଣଙ୍କୁ ଛାତ ଘର ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ହେବ। ସୋଲାର ପ୍ୟାନେଲକୁ କେଉଁଠି ମଧ୍ୟ ଆପଣ ବ୍ୟବହାର କରିପାରିବେ। ଆପଣ ଚାହିଁଲେ ଛାତ ଉପରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ତିଆରି କରି ଗ୍ରିଡରେ ମଧ୍ୟ ସପ୍ଲାଏ କରିପାରିବେ। ସୋଲାର ପ୍ୟାନେଲ ଲଗାଉଥିବା ଲୋକଙ୍କୁ କେନ୍ଦ୍ର ସରକାରଙ୍କ ନ୍ୟୁ ଏଣ୍ଡ ରିନ୍ୟୁଏବଲ ଏନର୍ଜି ମନ୍ତ୍ରାଳୟ ରୁଫଟପ ସୋଲାର ପ୍ଲାଣ୍ଟ ଉପରେ ୩୦ ପ୍ରତିଶତ ସବସିଡି ଦେଇଥାଏ। ବିନା ସବସିଡିରେ ରୁଫଟପ ସୋଲାର ପ୍ୟାନେଲ ଲଗାଇବା ପରେ ପାଖାପାଖି ୧ ଲକ୍ଷ ଟଙ୍କାର ଖର୍ଚ୍ଚ ଆସିଥାଏ।

ସର୍ବପ୍ରଥମେ କଥା ହେବା ଏଥିରେ ହେଉଥିବା ଖର୍ଚ୍ଚ ବିଷୟରେ:-

ଏକ ସୋଲାର ପ୍ୟାନେଲର ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା। ପ୍ରତ୍ୟେକ ରାଜ୍ୟର ହିସାବରେ ଏହି ଖର୍ଚ୍ଚ ଅଲଗା ଅଲଗା ହୋଇଥାଏ। କିନ୍ତୁ ସରକାରଙ୍କ ଠାରୁ ମିଳୁଥିବା ସବସିଡି ପରେ ଏକ କିଲୋୱାଟର ସୋଲାର ପ୍ଲାଣ୍ଟ ମାତ୍ର ୬୦ ରୁ ୭୦ ହଜାର ଟଙ୍କାରେ ଇନ୍ଷ୍ଟୋଲ ହୋଇଯାଏ। ଆପଣଙ୍କୁ ଜଣାଇଦେଉଛୁକି କିଛି ରାଜ୍ୟ ଏଥିପାଇଁ ଅଲଗା ଅତିରିକ୍ତ ସବସିଡି ଦିଆଯାଏ। ପାୱାର ପ୍ଲାଣ୍ଟ ଲଗାଇବା ପାଇଁ ଯଦି ୬୦ ହଜାର ଟଙ୍କା ନାହିଁ ତେବେ ଆପଣ କୌଣସି ବ୍ୟାଙ୍କରୁ ମଧ୍ୟ ହୋମ ଲୋନ ମଧ୍ୟ ପାଇପାରିବେ। ଅର୍ଥ ମନ୍ତ୍ରାଳୟ ସମସ୍ତ ବ୍ୟାଙ୍କକୁ ହୋମ ଦେବା ପାଇଁ କହିଛନ୍ତି।

ହେବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ:-

ଏହାର ଆରମ୍ଭ ସମୟରେ ନିବେଶ ବହୁତ କମ ହୋଇଥାଏ କିନ୍ତୁ ଯଦି ଆପଣଙ୍କ ପାଖରେ ପଇସା ନାହିଁ ତେବେ ଅନେକ ବ୍ୟାଙ୍କ ଏଥିପାଇଁ ଫାଇନାନସ କରିପାରିବେ। ଆପଣ ଏଥିପାଇଁ ସୋଲାର ସବସିଡି ସ୍କିମ, କୁସୁମ ଯୋଜନା, ରାଷ୍ଟ୍ରୀୟ ସୌର ଉର୍ଜା ମିଶନ ଅନ୍ତର୍ଗତ ବ୍ୟାଙ୍କରୁ ଏସଏମଇ ଲୋନ ମଧ୍ୟ ନେଇପାରିବେ। ଏକ ଅନୁମାନ ମୁତାବିକ ଏହି ବ୍ୟବସାୟରୁ ମାସରେ ୩୦ ହଜାରରୁ ନେଇ ୧ ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ। ଏହା ସହିତ ସୋଲାର ବ୍ୟବସାୟ ପାଇଁ ଅନେକ ସ୍କିମ ଅନ୍ତର୍ଗତ ଭାରତ ସରକାର ୩୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ଦେଇଥାନ୍ତି। ଏହି ସ୍କିମ ବିଷୟରେ ଆପଣ ପ୍ରତ୍ୟେକ ଜିଲ୍ଲାର ଅକ୍ଷୟ ଉର୍ଜା ବିଭାଗରେ ଯାଇ ସୂଚନା ପାଇପାରିବେ।

ଏଥିରେ ହେଉଥିବା ଲାଭ ବିଷୟରେ:-

ସୋଲାର ପ୍ୟାନେଲର ବୟସ ୨୫ ବର୍ଷ ହୋଇଥାଏ। ଏହି ପ୍ୟାନେଲକୁ ଆପଣ ନିଜର ଛାତ ଉପରେ ସହଜରେ ବ୍ୟବହାର କରିପାରିବେ। ଓ ପ୍ୟାନେଲରୁ ପ୍ରାପ୍ତ ହେଉଥିବା ବିଜୁଳି ନିଶୁଳ୍କ ହେବ। ଏହାସହିତ ବିଜୁଳିର ଗ୍ରିଡ ଜରିଆରେ ସରକାର କିମ୍ୱା କମ୍ପାନୀକୁ ବିକ୍ରି ମଧ୍ୟ କରିପାରିବେ। ଯଦି ଆପଣ ଘରର ଛାତ ଉପରେ ଦୁଇ କିଲୋୱାଟର ସୋଲାର ପ୍ୟାନେଲ ବ୍ୟବହାର କରିପାରିବେ। ଦିନରେ ୧୦ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟ ବାହାରିବା ସ୍ଥିତିରେ ଏଥିରେ ପାଖାପାଖି ୧୦ ୟୁନିଟ ବିଜୁଳି ତିଆରି ହେବ। ଯଦି ମାସକ ହିସାବରେ ଦେଖିବା ତେବେ ଦୁଇ କିଲୋୱାଟର ସୋଲାର ପ୍ୟାନେଲ ପାଖାପାଖି ୩୦୦ ୟୁନିଟ ବିଜୁଳୀ ତିଆରି ହେବ।

ଏହିପରି କିଣନ୍ତୁ ସୋଲାର ପ୍ୟାନେଲ:-

– ସୋଲାର ପ୍ୟାନେଲ କିଣିବା ପାଇଁ ଆପଣ ରାଜ୍ୟ ସରକାରଙ୍କ ରିନ୍ୟୁଏବଲ ଏନର୍ଜି ଡେଭଲପମେଣ୍ଟ ଅଥୋରିଟି ସହିତ ସମ୍ପର୍କ କରିପାରିବେ।

– ଯେଉଁଥିପାଇଁ ରାଜ୍ୟର ପ୍ରମୁଖ ସହରର କାର୍ଯ୍ୟାଳୟ ତିଆରି କରାଯାଇଛି।

– ପ୍ରତ୍ୟେକ ସହରରେ ପ୍ରାଇଭେଟ ଡିଲର୍ସ ପାଖରେ ସୋଲାର ପ୍ୟାନେଲ ଉପଲବ୍ଧ ହୋଇଥାଏ।

– ସବସିଡି ପାଇଁ ଫର୍ମ ଅଥୋରିଟି କାର୍ଯ୍ୟାଳୟରୁ ମିଳିଯିବ।

– ଅଥୋରିଟିରୁ ଲୋନ ନେବା ପାଇଁ ପ୍ରଥମେ ସମ୍ପର୍କ କରିବାକୁ ହେବ।

ମେଣ୍ଟେନେନ୍ସର କୌଣସି ଖର୍ଚ୍ଚ ନାହିଁ:-

ସୋଲାର ପ୍ୟାନେଲରେ ମେଣ୍ଟେନେନ୍ସ ଖର୍ଚ୍ଚର କୌଣସି ଟେନସନ ନାହିଁ। କିନ୍ତୁ ପ୍ରତ୍ୟେକ ୧୦ ବର୍ଷରେ ଥରେ ଏହାର ବ୍ୟାଟେରୀ ବଦଳିବାକୁ ହୁଏ। ଏହାର ଖର୍ଚ୍ଚ ପାଖାପାଖି ୨୦ ହଜାର ଟଙ୍କା ହୋଇଥାଏ। ଏହି ସୋଲାର ପ୍ୟାନେଲକୁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସହଜରେ ନେବା ଆଣିବା କରିହେବ।

Leave A Reply

Your email address will not be published.