ମଣିଷର ଉଲଗ୍ନ ଫଟୋ ଅନ୍ତରୀକ୍ଷକୁ ପଠାଇବାକୁ ପ୍ରସ୍ତୁତି କରୁଛନ୍ତି ବୈଜ୍ଞାନିକ,କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

0

Get real time updates directly on you device, subscribe now.

ମଣିଷ ପାଖାପାଖି ୧୫୦ ରୁ ଅଧିକ ବର୍ଷଧରି ଅନ୍ତରିକ୍ଷର କୈାଣସି ଅନ୍ୟ ଏକ ଅଂଶରୁ ଏଲିୟନ୍ସ ସହ ଯୋଡିବା ପାଇଁ ପ୍ରୟାସ କରୁଛି|ଯଦିଓ ସେ ଏପର୍ଯ୍ୟନ୍ତ ଅସଫଳ ହୋଇଛି ବା ଅତିକମରେ ଏଭଳି କୈାଣସି ସାର୍ବଜନୀନ ତଥ୍ୟ ଉପଲବ୍ଧ ନାହିଁ ଯେଉଁଥିରେ ଏଲିୟନ ସହ ସମ୍ପର୍କ ହୋଇଛି|ଏଭଳି କ୍ଷେତ୍ରରେ ବୈଜ୍ଞାନିକ ଏବେ ଏଲିୟନ ସହ ସମ୍ପର୍କ କରିବାର ନୂଆ ତରିକା ଖୋଜୁଛନ୍ତି|

ଏହି ପ୍ରୋଜେକ୍ଟରେ କାମ କରୁଥିବା ଦଳ ମୁତାବକ ଦୁଇଜଣ ଉଲଗ୍ନ ଫଟୋକୁ ପୃଥିବୀର ବାୟୁମଣ୍ଡଳରୁ ବାହାର ବ୍ରହ୍ମାଣ୍ଡକୁ ପଠେଇ ଏଲିୟନ୍ସର ଜିଜ୍ଞାସାକୁ ଜଗାଇବା ପାଇଁ ଓ ତା ସହ ସମ୍ବାଦ ପ୍ରୋତ୍ସାହନ କରିପାରନ୍ତି|ଆମର ସହଯୋଗୀ ୱେବସାଇଟ ଉଇଅନରେ ପ୍ରକାଶିତ ରିପୋର୍ଟ ମୁତାବକ ବୈଜ୍ଞାନିକମାନେ ଏକ ଖାସ ସମନ୍ଦେଶ ବିକଶିତ କରିଛନ୍ତି ଯାହା ଏଲିୟନକୁ ଆକର୍ଷିତ କରିବା ପାଇଁ ପଠାଯିବ|ଏଥିରେ ଗୋଟିଏ ଉଲଗ୍ନ ପୁରୁଷ ଓ ମହିଳାର ଫଟୋ ରହିଛି, ଯେଉଁଥିରେ ହାତ ହଲାଉଛନ୍ତି|ଏଥିରେ ପିକ୍ସେଲ୍ଡ ଫଟୋ ବ୍ୟତୀତ ଗୁରୁତ୍ୱକର୍ଷଣ ଓ ଡିଏନ୍ଏର ଚିତ୍ରଣ କରାଯିବ|ବୈଜ୍ଞାନିକଙ୍କ ଅନୁସାରେ ଏହା ଫଳରେ ବାଇନାରୀ‌‌ କୋଡେଡ ମେସେଜକୁ ଏଲିୟନ ଭଲ ଭାବରେ ବୁଝି ପାରିବ|

ବୈଜ୍ଞାନିକଙ୍କ ଅନୁସାରେ ସେ ଏହି ଫଟୋ ଏଥିପାଇଁ ଚୟନ କଲେ ହୋଇପାରେ ଏଲିୟନ ସହ ସମ୍ବାଦ ତରିକା ମଣିଷ ଠାରୁ ସମ୍ପୁର୍ଣ୍ଣ ଅଲଗା ହୋଇପାରେ|ଏଥିରେ କାମ କରୁଥିବା ବୈଜ୍ଞାନିକଙ୍କ ଅନୁସାରେ ପ୍ରସ୍ତାବିତ ସନ୍ଦେଶରେ କମ୍ୟୁନିକେସନର ଏକ ଜରିଆ ବନାଇବାକୁ
ବହୁ ଗଣିତ ଓ ଭୈତିକ ଅବଧାରଣା ସାମିଲ ରହିଛି|ଏହା ଏକ ମାଷ୍ଟର ପ୍ଲାନ୍ ଭଳି ଅଟେ ଯେଉଁଥିରେ ପୃଥିବୀର ଜୈଵ ରସାୟନ ସଂରଚନା,ଆକାଶଗଙ୍ଗା ଓ ସୈରମଣ୍ଡଳର ସ୍ଥିତି,ଏହା ପୃଥିବୀର ଡିଜିଟାଲ ତଥ୍ୟ ଦିଆଯାଇଛି|

ଏହା ପ୍ରଛମ ସୁଯୋଗ ନୁହେଁ ଯେତେବେଳେ ବୈଜ୍ଞାନିକମାନେ ଅନ୍ତରୀକ୍ଷରେ ମନୁଷ୍ୟର ଉଲଗ୍ନ ଫଟୋ ପଠାଇବାର ଚେଷ୍ଟା କରିଛନ୍ତି|
୧୯୭୨ରେ ପାୟନିଅର ୧୦,୧୯୭୩ରେ ପାୟନିଅର ୧୧ ମିଶନ ସମୟରେ ମଧ୍ୟ ଏଭଳି ଫଟୋ ପଠାଯାଇଥିଲା|ଯେଉଁଥିରେ ଏଲିୟନ ସହ ଗଭୀର ସନ୍ଦେଶ ପାଇଁ ଚେଷ୍ଟା କରାଯାଇଥିଲା|

Leave A Reply

Your email address will not be published.