ଝିଅଟି ନିଜ ମାଆଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ ସେଠାରେ ତାଙ୍କୁ ହସ୍ପିଟାଲ କର୍ମଚାରୀ କହିଦେଲେ I Love You। ଏହାପରେ ଯାହାହେଲା!

0

Get real time updates directly on you device, subscribe now.

କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ ଓ ଏହା କେତେବେଳେ କାହାକୁ ମଧ୍ୟ ହୋଇଯାଇଥାଏ। ପ୍ରେମ ସ୍ଥାନ, କାଳ, ପାତ୍ର ଦେଖି ଆସିନଥାଏ, କେତେବେଳେ ବି କାହା ମନରେ ଭଲ ପାଇବାର ଦ୍ବୀପ ଜାଗି ଉଠିଥାଏ। ଏମିତି ହିଁ ଏକ ମାମଲା ବିହାରର ଏକ ହସ୍ପିଟାଲରୁ ସାମ୍ନାକୁ ଆସିଛି। ଏଠାରେ ଏକ ହସ୍ପିଟାଲ କର୍ମଚାରୀଙ୍କୁ ଏକ ଯୁବତୀ ସହିତ ପ୍ରେମ ହୋଇଗଲା।

ସବୁଠାରୁ ହଇରାଣ କରିଦେବା ଭଳି ବିଷୟ ଏହାକି ଯେ, କର୍ମଚାରୀ ଜଣଙ୍କୁ ହସ୍ପିଟାଲରେ ଏକ ଯୁବତୀକୁ ପ୍ରଥମ ଦେଖାରେ ପ୍ରେମ ହୋଇଥିଲା। ଯୁବତୀ ଜଣକ ହସ୍ପିଟାଲକୁ ନିଜ ମାଆଙ୍କୁ ଚିକିତ୍ସା ପାଇଁ ଆଣିଥିଲେ ଓ ଏହି ସମୟରେ ଯୁବକ ନିଜ ପ୍ରେମର ଜାହିର କରିଥିଲା। ଏହାପରେ ଯାହା ହୋଇଥିଲା ଆପଣ ବିଶ୍ବାସ କରିବେନାହିଁ।

ବିହାରର ବୈଶାଳୀ ଅଞ୍ଚଳର ଏହି ଘଟଣା:-

ଏମିତିରେ ଆଜିର ଦୁନିଆରେ ତ ଲଭ ମ୍ୟାରେଜ ସାଧାରଣ କଥା ହୋଇସାରିଛି। ଏବେ ମାତା-ପିତା ପିଲାଙ୍କ ପସନ୍ଦ ଆଗରେ ମାନି ଯାଉଛନ୍ତି। କିନ୍ତୁ ହସ୍ପିଟାଲରେ ଏହିପରି ପ୍ରଥମ ଦେଖାରେ ପ୍ରେମ ହୋଇଯିବା ଏହା ଆଶ୍ଚର୍ଯ୍ୟକର ଅଟେ।

ମାମଲାଟି ହାଜିପୁର ସଦର ହସ୍ପିଟାଲର ବୋଲି କୁହାଯାଉଛି। ଏଠାରେ ମନିନ୍ଦର କୁମାର ସିଂହ ସ୍ୱାସ୍ଥ୍ୟ କର୍ମଚାରୀ ରୂପରେ କାମ କରନ୍ତି। ସେ ସର୍ବଦା ରୋଗୀ ମାନଙ୍କ ସେବାରେ ଲାଗି ରହିଥାନ୍ତି। ଏବେଏବେ ପ୍ରୀତି ସିଂହଙ୍କ ମାଆଙ୍କର ସ୍ୱାସ୍ଥ୍ୟ ଖରାପ ଥିଲା ଓ ସେ ମାଆଙ୍କ ଚିକିତ୍ସା ତାଙ୍କୁ ପାଇଁ ହସ୍ପିଟାଲ ନେଇ ଆସିଥିଲେ।

ପ୍ରୀତିଙ୍କୁ ଜଣାନଥିଲା ସେ ହସ୍ପିଟାଲକୁ ନିଜ ମାଆଙ୍କ ଚିକିତ୍ସା ପାଇଁ ଆସିବେ ଓ ତାଙ୍କର ଜୀବନ ମଧ୍ୟ ଏହିଠାରୁ ବଦଳିଯିବ। ପ୍ରୀତି ନିଜ ମାଆଙ୍କ ଦେଖରେଖ ପାଇଁ ହସ୍ପିଟାଲରେ ଅଟକିଥିଲେ ଓ ଏଠାରେ ତାଙ୍କର ମନିନ୍ଦରଙ୍କ ସହିତ ଭେଟ ହୋଇଥିଲା। ଆରମ୍ଭରୁ ଦୁହେଁ ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଆଲୋଚନା କରିଥିଲେ।

ମନିନ୍ଦରଙ୍କୁ ପସନ୍ଦ ଆସିଲେ ପ୍ରୀତି ଓ କରିଦେଲେ ପ୍ରପୋଜ:-

ପ୍ରୀତି ହସ୍ପିଟାଲରେ ବହୁତ ସମୟ ଅତିବାହିତ କରୁଥିଲେ ଓ ମନିନ୍ଦର ମଧ୍ୟ ସେଠାରେ କାର୍ଯ୍ୟରତ ଥିବାରୁ ଉଭୟ କଥା ହେବାକୁ ସମୟ ପାଉଥିଲେ। ସେମାନଙ୍କ ବିଚାର ଓ କଥାବାର୍ତ୍ତା ମିଳନ ହେବାରୁ ପ୍ରଥମେ ସେମାନେ ବନ୍ଧୁତା କରିନେଲେ ଓ ଏହାପରେ ପରିବାର କଥା ଆଲୋଚନା କରିଥିଲେ।

ପାଞ୍ଚଦିନ ମଧ୍ଯରେ ସେମାନେ ବହୁତ ଭଲ ବନ୍ଧୁ ହୋଇଯାଇଥିଲେ। ମନିନ୍ଦର କିନ୍ତୁ ପ୍ରୀତିଙ୍କୁ ମନରେ ମନରେ ବହୁତ ପସନ୍ଦ କରିବା ଆରମ୍ଭ କରିଦେଇଥିଲେ ଓ ସେ ପ୍ରୀତିଙ୍କୁ ପାଇବା ପାଇଁ ସ୍ୱପ୍ନ ଦେଖୁଥିଲେ। ପଞ୍ଚମ ଦିନ ଯେତେବେଳେ ମନିନ୍ଦର ପ୍ରୀତିଙ୍କୁ ଭେଟିଲେ ସେତେବେଳେ ସେ ନିଜ ପ୍ରେମର ପ୍ରତିପାଦନ କରିଦେଇଥିଲେ।

ଲଭ ଷ୍ଟୋରୀର ପରିଣାମ କଣ ହେଲା ଜାଣନ୍ତୁ:-

ପ୍ରୀତିଙ୍କୁ ମନିନ୍ଦର ପ୍ରପୋଜ କରିବାପରେ ପ୍ରୀତି ଖୁସି ହୋଇଥିଲେ କାରଣ ସେ ମଧ୍ୟ ମନରେ ମନରେ ମନିନ୍ଦରଙ୍କୁ ପସନ୍ଦ କରୁଥିଲେ। ମନିନ୍ଦର ପ୍ରୀତିଙ୍କୁ ବିବାହ କରିବେ ବୋଲି କହିଥିଲେ ଓ ଏହାପରେ ପ୍ରୀତି କହିଥିଲେ କି, ତାଙ୍କ ବାପା ନାହାଁନ୍ତି ଓ ମାଆ ଯେଉଁ ନିଷ୍ପତ୍ତି ନେବେ ସେ ତାକୁ ମାନିବେ।

ପ୍ରୀତିଙ୍କ କଥା ମାନି ମନିନ୍ଦର ପ୍ରୀତିଙ୍କ ମାଆଙ୍କୁ ଭେଟିଥିଲେ ଓ ସେଠାରେ ପ୍ରୀତିଙ୍କୁ ବିବାହ କରିବାର ଇଛା ଜତାଇଥିଲେ। ମନିନ୍ଦର କହିଥିଲେ କି, ତାଙ୍କୁ ଏକ ଟଙ୍କା ମଧ୍ୟ ଯୌତୁକରେ ଦରକାର ନାହିଁ। ଯୁବକଟିର କଥା ଶୁଣି ମାଆ ମଧ୍ୟ ଖୁସି ଖୁସି ରାଜି ହୋଇଗଲେ। ଏହାପରେ ପାତଳେଶ୍ୱର ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା ଓ ଉଭୟଙ୍କ ପରିବାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.