ଡ଼ାକଘରର ଏହି ଶାନଦାର ସ୍କିମର ଫାଇଦା ଉଠାଇ ନିଅନ୍ତୁ, ଘରେ ବସି ପାଇବେ NPS ଖାତା

0

Get real time updates directly on you device, subscribe now.

ଭାରତୀୟ ଡାକ ବିଭାଗ କଥା କହିବାକୁ ଗଲେ ସଂସ୍ଥା ନିଜର ଗ୍ରାହକଙ୍କୁ ନେଇ ଏକ ବଡ଼ ସେବା ଆରମ୍ଭ କରିବାକୁ ଯାଉଛି। ବିଭାଗ କହିଥିଲେ କି, ଏବେ ଗ୍ରାହକ ଘରେ ବସି NPS ଖାତା ଖୋଲି ପାରିବେ। ଡାକ ବିଭାଗ ନିଜର ଅଫିସିଆଲ ଷ୍ଟେଟମେଣ୍ଟରେ କହିଥିଲେ କି, ଏପ୍ରିଲ 26 ତାରିଖ 2022 ରୁ ଅନଲାଇନ ସହାୟତାରେ NPS ସଦସ୍ୟତା ଆରମ୍ଭ ହୋଇଯିବ। ଗ୍ରାହକ ଘରେ ବସି ନିଜର ଖାତା ଖୋଲି ପାରିବେ।

ସୂଚନା ଅନୁସାରେ ଦେଶରେ 18 ବର୍ଷରୁ ଅଧିକ ଓ 70 ବର୍ଷରୁ କମ ବୟସର କୌଣସିବି ନାଗରିକ ଡାକ ବିଭାଗର ଅଫିସିଆଲ ୱେବସାଇଟରେ ଦେଖାଯାଏ ତ ସେ ନ୍ୟାଶନାଲ ପେନସନ ସିଷ୍ଟମର ଅନଲାଇନ କ୍ୟାଟେଗୋରୀକୁ ଯାଇ ଏହି ସୁବିଧାକୁ ଆବେଦନ କରିବାପରେ ଫାଇଦା ଉଠାଇ ପାରିବେ।

ବିଭାଗ ଏହାମଧ୍ୟ ଦାବି କରିଛି କି, ତାହାର NPS ସେବା ଶୁଳ୍କ ବ୍ୟାଙ୍କ ଓ ଅନ୍ୟ ସଂସ୍ଥା ଠାରୁ କମ ରଖାଯାଇଛି। ଏହି ସୁବିଧା ଅନୁସାରେ ଗ୍ରାହକଙ୍କୁ ନୂଆ ରେଜିଷ୍ଟ୍ରେସନ, ନିବେଶ କିମ୍ବା ଏମଆଇପି ଭଳି ସୁବିଧା ବିକଳ୍ପ ଦେଇଥାନ୍ତି।

ସରକାରଙ୍କ ଦ୍ୱାରା ନୂଆ ପେନସନ ଯୋଜନା ଅନୁସାରେ NPS କୁ ଲାଗୁ କରି ଦିଆଯାଇଥିଲା ଓ 2010 ମସିହାରୁ ଡାକ ବିଭାଗରେ ଖୋଲା ଯାଇଥିବା ସମସ୍ତ ଖାତାକୁ ପେନସନ ଫଣ୍ଡ ନିୟାମକ ଏବଂ ବିକାଶ ପ୍ରାଧିକରଣ କରାଯାଇଥାଏ।

ଦୁଇପ୍ରକାରର ଖାତା ରହିଥାଏ:-

NPS ମୁତାବିକ ଗ୍ରାହକଙ୍କର ଦୁଇପ୍ରକାରର ଖାତା ଖୋଲା ଯାଇପାରେ। ଏଥିରେ ଟିୟାର-1 ଖାତା ଯାହାକି କର୍ମଚାରୀଙ୍କ ପାଇଁ ଖୋଲା ଯାଇଥାଏ। ଏହି ଖାତାରେ ନିୟୋକ୍ତା ଓ କର୍ମଚାରୀ ଦୁହିଁଙ୍କୁ ଅଂଶଦାନ କରିବାର ଥାଏ। ଅନ୍ୟଟି ଟିୟାର-2 ଖାତା ହୋଇଥାଏ ଯାହାକୁ କେହିବି ଖୋଲି ପାରିବେ।

ଟିୟାର-1 ଖାତା କହିବାକୁ ଗଲେ ବାର୍ଷିକ 1.5 ଲକ୍ଷ ଟଙ୍କାରୁ ନେଇ ନିବେଶ ଉପରେ ଆୟକର ଧାରା 80C ଅନ୍ତର୍ଗତ ଟ୍ୟାକ୍ସ ଛାଡ଼ ମଧ୍ୟ ଦିଆଯାଇଥାଏ। ସେହିପରି ଟିୟାର-2 ଖାତାରେ ବାର୍ଷିକ 50 ହଜାର ଟ୍ୟାକ୍ସର ଛାଡ଼ ମିଳିବା ଆରମ୍ଭ ହୋଇଥାଏ। ମୋଟ ଉପରେ ଏକ NPS ଖାତାରେ ଆପଣଙ୍କୁ ବାର୍ଷିକ 2 ଲକ୍ଷ ଟଙ୍କାର ଟ୍ୟାକ୍ସ ଛାଡ଼ ଫାଇଦା ମିଳିଥାଏ।

Leave A Reply

Your email address will not be published.