ସ୍ବାମୀ ଓ ପିଲାଙ୍କ ଆଗରେ ଘୋଷାଡି ନେଇ ଦୁର୍ବୃତ୍ତ କଲେ ମହିଳାଙ୍କୁ ଦୁଷ୍କର୍ମ । ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଘଟିଥିଲା ଏଭଳି ଅଘଟଣା ।

0

Get real time updates directly on you device, subscribe now.

ସମସ୍ତଙ୍କୁ ଆତଙ୍କିତ କରିବା ଭଳି କାର୍ଯ୍ୟ କଲାପ ଧୀରେ ଧୀରେ ଆଜିର ସମାଜରେ ବୃଦ୍ଧି ପାଇବାରେ ଲାଗିଛି। ଚୋରି, ଡକାୟତି, ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣାରେ ପୂର୍ଣ୍ଣ ହେଉଛି ପ୍ରତିଦିନ ର ଖବର କାଗଜ । ଯେତେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ, ଅଭଦ୍ର ବ୍ୟକ୍ତି ମାନଙ୍କର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ ।

ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବାକୁ ଚେଷ୍ଟା ନକରେ ତେବେ ଲାଭ କଣ । କଣସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ? ଏହାକୁ ନେଇ ଆଜିର ସାଧାରଣ ଲୋକ ବାସ୍ତବରେ ଚିନ୍ତିତ ଏବଂ ଭୟଭୀତ ଅଟନ୍ତି । ସମାଜରେ ପ୍ରତିଦିନ ଘଟୁଥିବା ଏହିଭଳି ଆତଙ୍କିତ କାର୍ଯ୍ୟ କଲାପ ଲୋକଙ୍କ ମନରେ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ସ୍ୱାଭାବିକ କଥା । କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା, ଦୁଷ୍କର୍ମ କରିବା ଭଳିଆ ନିମ୍ନ ଧାରଣା ।

ସେହିପରି ଏବେ ନିକଟରେ ଏକ ଲଜ୍ୟାଜନକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବାପଟଲାରେ ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ପରିବାର ସହିତ ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ଦୁଷ୍କର୍ମର ଶିକାର ହେଲେ ମହିଳା । ଘଟଣା ଅନୁସାରେ ଶନିବାର ରାତିରେ ପୀଡିତା ମହିଳା ଜଣଙ୍କ ସପରିବାରେ ନିଜ ଘର ଗୁଣ୍ଟୁରରୁ କ୍ରିଷ୍ଣା ଜିଲ୍ଲାକୁ ଯିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିଥିଲେ  ଓ ଟ୍ରେନ ବିଳମ୍ବ ଥିବା ଯୋଗୁଁ ସେଠାରେ ଥିବା ବେଞ୍ଚରେ ସେ ଆଉ ତାଙ୍କ ପରିବାର ଶୋଇପଡ଼ିଥିଲେ ।

ତାପରେ ହଠାତ୍ ୩ ଜଣ ନିଶାସକ୍ତ ଦୁର୍ବୃତ୍ତ ଆସି ମହିଳାଙ୍କୁ ଉଠାଇ ନେଲେ ଓ ତାଙ୍କ ସ୍ବାମୀଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲେ । ସ୍ଵାମୀ ଏବଂ ଛୁଆଙ୍କ ଆଗରେ ଦୁଷ୍କର୍ମ କରି ଅନ୍ଧାରରେ ବୁଦା ମୂଳରେ ଫିଙ୍ଗିଦେଇ ପଳାଇଗଲେ । ସକାଳେ ପୀଡ଼ିତାଙ୍କୁ ଅଚେତ୍ ଅବସ୍ଥାରେ ବୁଦା ମୂଳରୁ ପାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ପୋଲିସ୍ ମଧ୍ୟ ୩ଜଣ ଅଭିଯୁକ୍ତକୁ ଗିରଫ କରିଥିବାର ସୂଚନା ରହିଛି ।

Leave A Reply

Your email address will not be published.