ପିଏଚ୍‌ଡି ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର,ମାସିକ ସ୍କଲାରସିପ୍‌ ବାବଦକୁ ପାଇବେ ୫୦,୦୦୦ ଟଙ୍କା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର

0

Get real time updates directly on you device, subscribe now.

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ।ତେବେ ପିଏଚ୍‌ଡି ଡିଗ୍ରୀ କରୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI) ପକ୍ଷରୁ ଡକ୍ଟୋରାଲ୍‌ ସ୍କଲାରସିପ୍‌ ସ୍କିମ୍‌ ୨୦୨୨ରେ ପିଏଚ୍‌ଡି ଡିଗ୍ରୀ କରୁଥିବା ଛାତ୍ରଛାତ୍ରୀଙ୍କୁ ମୋଟା ଅଙ୍କର ସ୍କଲାରସିପ୍‌ ପ୍ରଦାନ କରାଯାଉଛି।

ଏହି ସ୍କଲାରସିପ୍‌ ପାଇବାକୁ ଛାତ୍ରଛାତ୍ରୀ ଆଇସିଏଆଇର ସଦସ୍ୟତା ନେଇଥିବା ଆବଶ୍ୟକ। ଏଥିସହ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷରୁ କମ୍‌ ହୋଇଥିବା ଦରକାର ବୋଲି ICAI ପକ୍ଷରୁ ସୂଚନା ଦିଆଯାଇଛି। ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀ କୌଣସି କଲେଜ, ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରେ ପଢ଼ୁଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଚଳିତବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଯୋଗ୍ୟତା:-

ଛାତ୍ରଛାତ୍ରୀଙ୍କ ବୟସ ୪୦ ବର୍ଷରୁ କମ୍‌ ହୋଇଥିବା ସହ ICAI ର ଜଣେ ସଦସ୍ୟ ହୋଇଥିବ।ପ୍ରାର୍ଥୀ କଲେଜ / ବିଶ୍ୱବିଦ୍ୟାଳୟ/ ଇନ୍‌ଷ୍ଟିଚ୍ୟୁଟ୍‌ରେ ରେଗୁଲାରରେ ପିଏଚ୍‌ଡି ଡିଗ୍ରୀ କରୁଥିବା ଆବଶ୍ୟକ।୧୦ମ ଓ ଦ୍ୱାଦଶରେ ୭୫ % ନମ୍ବର ରଖିଥିବା ଆବଶ୍ୟକ।ସ୍କଲାରସିପ୍‌ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ ଭତ୍ତା ବାବଦକୁ ୫୦,୦୦୦ ଟଙ୍କା ମିଳିବ।
ଏଥିସହ ବାର୍ଷିକ ସହାୟତା ରାଶି ଭାବେ ଅତିରିକ୍ତ ୫୦,୦୦୦ ଟଙ୍କା ମିଳିବ।ଏହି ସ୍କଲାରସିପ୍‌ ପାଇବା ବେଳେ ଆଉ କୌଣସି ସ୍କଲାରସିପ୍‌ ପାଉଥିଲେ ଅଯୋଗ୍ୟ ଘୋଷିତ ହେବ।

*ସମୟ ସୀମା:

ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ରେ ହିଁ ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଛାତ୍ରୀ ଛାତ୍ରୀ ମାନେ ନିଜର ଡକୁମେଣ୍ଟ ଇମେଲ୍‌ ମାଧ୍ୟମରେ www.b4s.in/katv/CAS6 କୁ ପଠାଇବାକୁ ପଡ଼ିବ। ତେବେ ମନେ ରଖନ୍ତୁ ୩୧ ଜୁଲାଇ ପୂର୍ବରୁ ମେଲ୍‌ ମାଧ୍ୟମରେ ନିଜ ଡକୁମେଣ୍ଟ ପଠାଇବେ।ତେବେ ଜରୁରୀ କାଗଜପତ୍ର ଯେପରିକି ଆବେଦନ ଫର୍ମ,ବର୍ତ୍ତମାନ କରୁଥିବା ରିସର୍ଚ୍ଚର ସମସ୍ତ ବିବରଣୀ ଆଦି ଆବଶ୍ୟକ।

*ଆବେଦନ ପ୍ରଣାଳୀ:-

ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ (https://resource.cdn.icai.org/64171research51507form.docx) ରୁ ଫର୍ମ ଡାଉନ୍‌ଲୋଡ୍‌ କରନ୍ତୁ।

ଏବେ ନିଜ ରିସର୍ଚ୍ଚ ପ୍ରପୋଜାଲକୁ ୩୦୦୦ ଶବ୍ଦରେ ଲେଖି ଏଥିରେ (https://resource.cdn.icai.org/64171research51507form.docx) ରଖନ୍ତୁ। ଏବେ ତଳେ ଥିବା ଠିକଣା ରେ ନିଜ ଫର୍ମ କୁ ପଠାନ୍ତୁ।

Research Committee

The Institute of Chartered Accountants of India

ICAI Bhawan

8th Floor, Administrative Building,

A-29, Sector 62, NOIDA-201309, UP.

Leave A Reply

Your email address will not be published.