ବୟସ 30 ବର୍ଷ ଏବଂ 47 ପିଲାଙ୍କର ହୋଇଛନ୍ତି ବାପା, ବର୍ତ୍ତମାନ୍ ହେବାକୁ ଯାଉଛନ୍ତି ଆହୁରି 10ଟି ପିଲା, ଜାଣନ୍ତୁ ଏହା କିପରି ହେଲା ସମ୍ଭବ

0

Get real time updates directly on you device, subscribe now.

30 ବର୍ଷୀୟ ଯୁବକଙ୍କର 47ଟି ପିଲା ହୋଇଥିବାର ଆପଣ କେବେ ଶୁଣିଛନ୍ତି କି ? ଆପଣ ତ ଏ କଥା ଉପରେ ବିଶ୍ୱାସ ହିଁ କରିବେନି । ତାପରେ ଆମେ ଯଦି କହୁ ଯେ ସେହି ଯୁବକଙ୍କର ଆହୁରି 10ଟି ପିଲା ଜନ୍ମ ହେବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଏହା ନିଶ୍ଚୟ ମଜାକ ଲାଗିପାରେ । ସେହିପରି ଯଦି ଆପଣ ଜାଣିବେ ଯେ ସେହି ଯୁବକ ବର୍ତ୍ତମାନ ସୁଦ୍ଧା କୁଆଁରା ଅଛନ୍ତି, ତେବେ ଆପଣଙ୍କୁ ଏସବୁ କିଛି ମିଛ ହିଁ ଲାଗିବ ।

ତେବେ ଏ ସବୁକିଛି ବିଲକୁଲ ସତ ହିଁ ଅଟେ ଏବଂ ସେହି 30 ବର୍ଷୀୟ ଯୁବକଙ୍କର ନାମ ହେଉଛି କେଲ ଗାର୍ଡି, ଯିଏକି ବାସ୍ତବରେ ବିକ୍କୀ ଡୋନର ଅଟନ୍ତି । ଆମେରିକାର କ୍ୟାଲିଫୋର୍ଣିୟାରେ ରହୁଥିବା କେଲ ନିଜର ସ୍ପର୍ମ ଡୋନେଟ୍ କରନ୍ତି । ଏହି କାରଣରୁ 30 ବର୍ଷୀୟ କେଲଙ୍କର ବର୍ତ୍ତମାନ 47 ଟି ପିଲା ଜନ୍ମ ହୋଇସାରିଛି । ସେହିପରି 10ଟି ପିଲା ଜନ୍ମ ହେବାକୁ ଯାଉଛନ୍ତି । ଏହିପରି ମୋଟ ମିଶାଇ ଦେଖିବାକୁ ଗଲେ ତାଙ୍କର 57 ଟି ପିଲା ଜନ୍ମ ହୋଇଯିବେ । ତେବେ ତାଙ୍କ ପାଇଁ ଏହି ରାସ୍ତା ଏତେ ବି ସହଜ ନୁହେଁ । ତାଙ୍କର ମଧ୍ୟ ଫିଲ୍ମ ପରି କ୍ଷତି ହେଲା ।

କେଲ ହୁଏତ ସ୍ପର୍ମ ଡୋନର ଅଟନ୍ତି ଏବଂ କୌଣସି ମହିଳାଙ୍କ ଦୁନିଆରେ ଖୁସି ଆଣିବାର କାମ କରନ୍ତି, କିନ୍ତୁ ତାଙ୍କର ନିଜର ଦୁନିଆ ଏହି କାରଣରୁ ଶୂନ୍ୟ ହୋଇଯାଇଛି । ତାଙ୍କ ସହିତ କୌଣସି ଝିଅ ରହିପାରନ୍ତି ନାହିଁ । ସେ ଅନେକ ଝିଅଙ୍କୁ ଡେଟ କଲେ, କିନ୍ତୁ ତାଙ୍କର ସମ୍ପର୍କ ଆଗକୁ ବଢ଼ିପାରିଲା ନାହିଁ ।

ଏହାର କାରଣ ତାଙ୍କ ସ୍ପର୍ମ ଡୋନର ହିଁ ଅଟେ । କେଲ କୁହନ୍ତି ଯେ ସେ କୌଣସି ଝିଅକୁ ଏହି କଥା ଲୁଚାନ୍ତି ନାହିଁ ଯେ ସେ କଣ୍ କରନ୍ତି । ଝିଅମାନେ ତାଙ୍କର ସ୍ପର୍ମ ଡୋନର ବିଷୟରେ ଜାଣିବା ମାତ୍ରେ ତାଙ୍କ ସହିତ ଆଉ ରୁହନ୍ତି ନାହିଁ । ତେବେ କେଲଙ୍କର ଆଶା ରହିଛି ଯେ କେବେ ନା କେବେ କୌଣସି ଉଦାର ଯୁବତୀ ତାଙ୍କ ଜୀବନରେ ନିଶ୍ଚିତ ଭାବେ ଆସିବେ ।

ସୋସିଆଲ ମିଡିଆରେ ମେସେଜ କରନ୍ତି ମହିଳା :-

କେଲ କହିଛନ୍ତି ଯେଉଁ ମହିଳାଙ୍କର ସ୍ପର୍ମ ଦରକାର୍ ହୁଏ, ସେମାନେ ତାଙ୍କୁ ସୋସିଆଲ ମିଡିଆରେ ମେସେଜ କରନ୍ତି । ସେ କହିଛନ୍ତି ଯେ ଆରମ୍ଭରେ ସେ କିଛି ମହିଳାଙ୍କୁ ସ୍ପର୍ମ ଡୋନେଟ କଲେ । ଅଧିକାଂଶ ମହିଳା ଗର୍ଭବତୀ ହେଲେ ଏବଂ ପିଲା ମଧ୍ୟ ଜନ୍ମ ହେଲେ । ଏହାପରେ ମହିଳାମାନେ ସୋସିଆଲ ମିଡ଼ିଆ ସାହାଯ୍ୟରେ ତାଙ୍କୁ ମେସେଜ କରିବା ଆରମ୍ଭ କରିଦେଲେ ।

ସେ କୁହନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ 1000 ମହିଳା ତାଙ୍କ ଠାରୁ ସ୍ପର୍ମ ମାଗିଛନ୍ତି । ଯେତେବେଳେ ସେମାନଙ୍କର ପିଲା ଜନ୍ମ ହେଲେ, କିଛି ମହିଳା କେଲଙ୍କୁ ପିଲାର ଫଟୋ ମଧ୍ୟ ପଠାଇଥିଲେ । ତେବେ କେଲ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ବହୁତ୍ ଧ୍ୟାନ ଦିଅନ୍ତି । ସେ ନିଶାଦ୍ରବ୍ୟ ଠାରୁ ଦୂରରେ ରୁହନ୍ତି ଏବଂ ଭଲ ଖାଇବା ଖାଇଥାନ୍ତି, ଯେପରିକି ତାଙ୍କ ସ୍ବାସ୍ଥ୍ୟ ଭଲ ରହିବ ଏବଂ ସ୍ପର୍ମ ମଧ୍ୟ ଭଲ ହେବ ।

Leave A Reply

Your email address will not be published.