ଯୁବତୀ ଜଣକ ନିଜର ହେବାକୁ ଥିବା ପତି କୁ କଲେ ଏମିତି ମେସେଜ, ବାପା ଏହାକୁ ଦେଖି ହୋଉଗଲେ ଆଶ୍ଚର୍ଯ୍ୟ

0

Get real time updates directly on you device, subscribe now.

ମାଟ୍ରିମୋନିଆଲ ସାଇଟକୁ ଲୋକେ ସାଧାରଣତଃ ନିଜର ଜୀବନସାଥି ଖୋଜିବାକୁ ଯାଇଥାନ୍ତି। କିନ୍ତୁ ଜଣେ ଯୁବତୀ ମାଟ୍ରିମୋନିଆଲ ସାଇଟରେ ମ୍ୟାଚ ହୋଇଥିବା ଜଣେ ଯୁବକଙ୍କ ସହିତ ଯାହାକଲେ ଆପଣ ବିଶ୍ବାସ କରି ପାରିବେନାହିଁ।

ଝିଅଟି ଯୁବକକୁ ବିବାହ କରିବା ପରିବର୍ତ୍ତେ ତାଙ୍କୁ ଜବ ଅଫର ଦେଇଥିଲେ ଓ ଏତିକି ମଧ୍ୟ ନୁହେଁ ଯୁବତୀ ତାଙ୍କୁ ଇଣ୍ଟରଭ୍ୟୁର ଏକ ଲିଙ୍କ ମଧ୍ୟ ପଠାଇଥିଲେ।

ଯେତେବେଳେ ଏହିକଥା ଝିଅର ପିତାଙ୍କୁ ଜଣାପଡ଼ିଲା ସେତେବେଳେ ଯାହା ହେଲା ନା ଆପଣ ଭାବି ପାରିବେନାହିଁ। ଯୁବତୀ ଓ ତାଙ୍କ ପିତାଙ୍କର ଏକ ଚ୍ୟାଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଚ୍ୟାଟର କିଛି ଅଂଶକୁ ଉଦିତା ପାଲ ନାମକ ର୍କ ଟ୍ୱିଟର ଆକାଉଣ୍ଟରୁ ଶେୟର କରାଯାଇଥିଲା। ଉଦିତା ବର୍ତ୍ତମାନ ଏକ ଷ୍ଟାର୍ଟଅପ କମ୍ପାନୀର କୋ ଫାଉଣ୍ଡର ଅଟନ୍ତି।

ଏବେଏବେ ଉଦିତାଙ୍କ ବାହାଘର ପାଇଁ ତାଙ୍କ ପିତା ଉଦିତାଙ୍କୁ ଏକ ଯୁବକଙ୍କ ବାୟୋଡାଟା ପଠାଇଥିଲେ। ଉଦିତା ଏହି ବାୟୋଡାଟା ଦେଖି ଯୁବକକୁ ଜବ ଅଫର କରି ସିଧା ଇଣ୍ଟରଭ୍ୟୁ ଲିଙ୍କ ପଠାଇ ଦେଇଥିଲେ।

ଯେତେବେଳେ ଏହିକଥା ଯୁବତୀଙ୍କ ପିତାଙ୍କୁ ଜଣାପଡ଼ିଥିଲା ସେତେବେଳେ ସେ ନିଜ ଝିଅ ଉପରେ ନାରାଜ ହୋଇଯାଇଥିଲେ। ଯୁବତୀ ନିଜ ପିତାଙ୍କୁ ଏହା ବୁଝାଇଥିଲେ କି, ଯୁବକ ପାଖରେ 7 ବର୍ଷର ଅଭିଜ୍ଞତା ଥିଲା ଯାହାକି ତାଙ୍କ ଷ୍ଟାର୍ଟଅପ ପାଇଁ ବେଶ ଭଲ। ସେଥିପାଇଁ ସେ ତାଙ୍କୁ ଜବ ଅଫର କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯୁବତୀ ତାଙ୍କୁ ଚାକିରୀ ଦେଇନଥିଲେ କାରଣ ଯୁବକ ଜଣକ ଯୁବତୀଙ୍କୁ ବାର୍ଷିକ 62 ଲକ୍ଷ ଟଙ୍କା ଚାର୍ଜ କରିବେ ବୋଲି କହିଥିଲେ।

ଉଦିତା ନିଜର ଏହି ଚ୍ୟାଟଟିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଥିଲେ, ଶେଷରେ ମୋ ବାପା Jeevansathi. com ରେ ଥିବା ମୋ ଆକାଉଣ୍ଟକୁ ଡିଲେଟ କରିଦେଇଥିଲେ। ଫୋଟ ଶେୟର କରାଯିବା ପରେ ଏହାକୁ 12 ହଜାର ଲୋକ ଲାଇକ କରିଛନ୍ତି ଓ ହଜାର ହଜାର କମେଣ୍ଟ ମଧ୍ୟ ଏଥିରେ ଆସିଛି।

ଜଣେ ୟୁଜର କହିଥିଲେ ଏହାତ କମାଲ ହୋଇଗଲା ଓ ଆଉଜଣେ ଲେଖିଥିଲେ ଏଥର ଯୁବତୀଙ୍କ ବିବାହ naukri. com ରେ ହେବ କିନ୍ତୁ ଉଦିତା ରିପ୍ଲାଇ ଦେଇ କହିଥିଲେ ନା Youtube ରେ ହେବ।

Leave A Reply

Your email address will not be published.