ଲୁଚାଲୁଚି ଖେଳ ସମୟରେ ଫ୍ରିଜରେ ଲୁଚିବା ଦ୍ୱାରା ଦୁଇଜଣ ଶିଶୁଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ,ଟିକିଏ ଅସାବଧାନତା ଯୋଗୁଁ ଘଟିଲା ଅଘଟଣ !

0

Get real time updates directly on you device, subscribe now.

ଏକ ବହୁତ ଯନ୍ତ୍ରଣାଦାୟକ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଲୁଚାଲୁଚି ସମୟରେ ଦୁଇଟି ଶିଶୁ ଫ୍ରିଜ ଭିତରେ ପଶିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ୟାରେଣ୍ଟସ ଓ ଅଭିଭାବକଙ୍କ ଏହି ଅଣଦେଖା ଯୋଗୁଁ ନୂଆ କରି ଦୁନିଆ ଦେଖିଥିବା ଏହି ଦୁଇ ଶିଶୁ ମୃତ୍ୟୁବରଣ କରିଛନ୍ତି। ଆସନ୍ତୁ ସମ୍ପୂର୍ଣ୍ଣ ମାମଲା ବିଷୟରେ ଜାଣିବା।

କେମିତି ହେଲା ଏହି ଦୁର୍ଘଟଣା:-

ମିଡ଼ିଆ ରିପୋର୍ଟ ଅନୁସାରେ, କର୍ଣ୍ଣାଟକର ମୈସୁର ଜିଲ୍ଲାରେ ମାସେଜ ଗ୍ରାମ ରହିଛି। ଏଠାରେ ନାଗରାଜୁ ଓ ଚିକଦେଵମାଙ୍କ ଝିଅ ଭାଗ୍ୟା (12 ବର୍ଷ) ଓ ପଡ଼ୋଶୀରେ ରହୁଥିବା ରାଜନାୟକ ଓ ଗୌରମାଙ୍କ ଝିଅ କାବ୍ୟା (7 ବର୍ଷ) ଲୁଚାଲୁଚି ଖେଳୁଥିଲେ। ଯେତେବେଳେ କାବ୍ୟା ଓ ଭାଗ୍ୟାଙ୍କ ଲୁଚିବା ସମୟ ଆସିଲା ସେତେବେଳେ ସେ ଲୁଚିବା ସ୍ଥାନ ଖୋଜିଲେ। ଏହାପରେ ତାଙ୍କୁ ଲୁଚିବା ପାଇଁ ଏକ ଆଇସକ୍ରିମ ବକ୍ସ ନଜର ଆସିଥିଲା। ଦୁଇଜଣ ତା’ଭିତରକୁ ଯାଇ ଲୁଚିଗଲେ। ସେମାନେ ତାହାର ଘୋଡଣି ମଧ୍ୟ ଘୋଡ଼ାଇ ଦେଲେ। ଏହାପରେ ନିଶ୍ବାସ ପ୍ରଶ୍ବାସ ନନେଇପାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ଏମିତି ଜଣାପଡ଼ିଲା:-

ଏହାପରେ ତାଙ୍କୁ ଖୋଜୁଥିବା ପିଲା ଅଧଘଣ୍ଟା ଧରି ତାଙ୍କୁ ନପାଇବାରୁ ଖୋଜାଖୋଜି ଆରମ୍ଭ କରିଥିଲେ। କିନ୍ତୁ ଯେତେବେଳେ ପିଲାମାନେ ଏହି ବକ୍ସର ଢ଼ାଙ୍କୁଣୀ ଖୋଲିଥିଲେ ସେତେବେଳେ ଦୁଇଜଣ ଝିଅ ଭିତରେ ମୃତ୍ୟୁବରଣ କରିସାରିଥିଲେ। କିଛି ହରକତ ନହେଉଥିବାର ଦେଖି ପିଲାମାନେ ଚିଲାଇଥିଲେ। ଶବ୍ଦ ଶୁଣି ତାଙ୍କର ପ୍ୟାରେଣ୍ଟସ ଆସିଲେ ଓ ତାଙ୍କୁ ହସ୍ପିଟାଲ ନେଇଗଲେ କିନ୍ତୁ ଡ଼କ୍ଟର ତାଙ୍କୁ ସେଠାରେ ମୃତ ଘୋଷିତ କରିଥିଲେ।

ଅଭିଭାବକ ଜରୁରୀ ଏହାର ଧ୍ୟାନ ରଖନ୍ତୁ:-

ଯଦି ଆପଣଙ୍କ ଘରେ ଛୋଟ ପିଲା ରହିଛି ତାହେଲେ ଆପଣଙ୍କୁ ସଜାଗ ରହିବାକୁ ବହୁତ ଜରୁରୀ ଅଟେ। ଏହିପରି ଆପଣ ସତର୍କତା ଅବଲମ୍ବନ କରିପାରିବେ।

– ରୁମ ଯଦି ଫାଷ୍ଟ ଫ୍ଲୋର କିମ୍ବା ତା’ଠାରୁ ଅଧିକ ଅଟେ ତାହେଲେ ବାଲକୋନୀ ଏମିତି କିଛି ଜିନିଷ ରଖନ୍ତୁ ନାହିଁ। ଯାହାଉପରେ ପିଲା ଚଢ଼ି ତଳକୁ ଅନାଇବ। ଏଥିରେ ଦୁର୍ଘଟଣା ଘଟିପାରେ।

– ଭଲ ହେବ କି, ବାଲକୋନୀକୁ ଜାଲି ଦ୍ୱାରା କଭର କରାଇ ଦିଅନ୍ତୁ।

– ଘରେ ବିଜୁଳି ସକେଟ ଗୁଡ଼ିକୁ କଭର କରି ରଖନ୍ତୁ ଯେମିତିକି ପିଲାଟି ଭିତରକୁ ଯେମିତି ହାତ ପଶାଇବ ନାହିଁ।

– ଗ୍ୟାସ ଓ ଇଲେକ୍ଟ୍ରିକ ଉପକରଣ ଗୁଡ଼ିକୁ ମଧ୍ୟ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ।

– ଏମିତିରେ ପିଲାଙ୍କୁ ଘରେ ଏକଲା ଛାଡ଼ି ଯିବା ଉଚିତ ନୁହେଁ। କିନ୍ତୁ ଏହା ସମ୍ଭବ ନୁହେଁ ଯିବାକୁ ପଡ଼ିଥାଏ ଏମିତିରେ ଆଖପାଖ ଲୋକଙ୍କୁ ଧ୍ୟାନ ରଖିବାପାଇଁ କହିଦିଅନ୍ତୁ। ଯଦି ଏହାମଧ୍ୟ ସମ୍ଭବ ହେଉନାହିଁ ତାହେଲେ ଘରେ ସିସିଟିଭି କ୍ୟାମେରା ଲଗାଇ ପିଲାଙ୍କ ଉପରେ ଧ୍ୟାନ ରଖନ୍ତୁ।

– ପିଲାଙ୍କୁ ସମୟ ସମୟରେ ଜଣାନ୍ତୁ କେଉଁ କେଉଁ ଜିନିଷ ତାଙ୍କ ପାଇଁ ଖତରନାକ ହୋଇପାରେ ଓ କେଉଁ ଜିନିଷ ଗୁଡ଼ିକରେ ତାଙ୍କୁ ଖେଳିବା ଉଚିତ ଅଟେ ଓ କେଉଁ ଜିନିଷ ଉଚିତ ନୁହେଁ।

Leave A Reply

Your email address will not be published.