ଜିନ୍ସ ପ୍ୟାଣ୍ଟ ତୋ ସମସ୍ତେ ପିନ୍ଧିଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କି ପ୍ୟାଣ୍ଟ ଜିପ୍‌ରେ ଲେଖାଯାଇଥିବା YKKର ଅର୍ଥ କ’ଣ ?

0

Get real time updates directly on you device, subscribe now.

ଆଜିକାଲି ପ୍ରାୟ ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଜିନ୍ସ ଅଧିକ ଲୋକପ୍ରିୟ ହୋଇଥିବା ବେଳେ କୁହାଯାଏ ଯେ ଆମେରିକା ଯୋଗୁଁ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଥିଲା । ତେବେ ଜିନ୍ସ ଆଜିକାଲି ଏକ ଫ୍ୟାଶନ୍ ପାଲଟିଥିବାବେଳେ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଜିନ୍ସ ପ୍ୟାଣ୍ଟର ଚେନ୍ କୁ ନେଇ ଏକ ଅଲଗା କାହାଣୀ ମଧ୍ୟ ଅଛି । ଅଧିକାଂଶ ସମୟରେ ଏକା ଥିଲେ କିମ୍ୱା କାମ ନଥିଲେ ଆମେ ଅନେକ କଥା ଚିନ୍ତା କରୁଥାଉ । କିନ୍ତୁ କିଛି ଚିନ୍ତାଧାରା କେବଳ କିଛି ମୂହୁର୍ତ୍ତ ପାଇଁ ଥାଏ । ତେବେ ଏମିତି ଅନେକ ଜିନିଷ ଅଛି ଯାହାକୁ ଲୋକମାନେ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଟିକିଏ ଧ୍ୟାନ ଦେଲେ ଅନେକ ଗୁରୁତ୍ୱପୂର୍ଣ ଓ ରୋଚକ ତଥ୍ୟ ହାସଲ ହୋଇଥାଏ । ଏଇ ଜେମିତି ପ୍ୟାଣ୍ଟ  ଚେନ୍‌ରେ ଲେଖାଥାଏ ୱାଇକେକେ । ତାର ଅର୍ଥ କଣ? କେବେ ଭାବିଛନ୍ତି କି? ଜିନ୍ସ ଆଜିକାଲି ଫ୍ୟାଶନର ମୁଖ୍ୟ ଅଂଶ ପାଲଟି ଗଲାଣି । ଜିନ୍ସ ପିନ୍ଧିବା ଅନେକ ଲୋକ ପସନ୍ଦ କରନ୍ତି କିନ୍ତୁ ଜିନ୍ସର ଏକ ମୁଖ୍ୟ ବିଷୟରେ କେବେ କେହି ଧ୍ୟାନ ଦିଅନ୍ତି ନାହିଁ ।

ଜିନ୍ସ ପ୍ୟାଣ୍ଟରେ ଥିବା ଚେନରେ YKK ଲେଖା ଯାଇଥାଏ । କିନ୍ତୁ ଏହାର କାରଣ କେହି ଜାଣନ୍ତି ନାହିଁ । ତେବେ ଜାଣନ୍ତୁ ଜିନ୍ସ ଚେନରେ YKK ଲେଖା ଯିବାର କାରଣ କଣ । ପ୍ରକୃତରେ “YKK” ର ଫୁଲ ଫର୍ମ (Yoshida Kogyo Kabushikigaisha) । YKK ବିଶ୍ୱର ପ୍ରଥମ ଚେନ କମ୍ପାନୀ ନିର୍ମାଣ କରିଥିଲା ଯାହାକି ସର୍ବ ପୁରାତନ ଅଟେ । ୧୯୩୪ ମସିହାରେ ଟୋକ୍ୟୋର ଟଡାଓ ୟୋଶିଦା ନାମକ ଜଣେ ବେପାରୀ YKKର ଆରମ୍ଭ କରିଥିଲେ । ଆଉ ବର୍ତମାନ ସମୟରେ ଭାରତ ସମେତ ମୋଟ ୭୧ ଟି ଦେଶରେ ଏହାର କମ୍ପାନୀ ପ୍ରତିଷ୍ଠିତ ଅଛି । ହୁଏତ ଏହି ତଥ୍ୟଟି ଆପଣଙ୍କ ପାଇଁ ଛୋଟିଆ ହୋଇପାରେ । ତେବେ ଏହି ଛୋଟିଆ ତଥ୍ୟ ପଛରେ ରହିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବୀକା । ପ୍ୟାଣ୍ଟର ଜିପ୍‌ ବ୍ୟତୀତ ୱାଇକେକେ ବିଭିନ୍ନ କନା ଓ ବ୍ୟାଗରେ ଲାଗୁଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ତିଆରି କରୁଛି । ଏହି କମ୍ପାନୀର ସବୁଠୁ ବଡ ପ୍ଲାଣ୍ଟ ଆମେରିକାର ଜର୍ଜିଆରେ ରହିଛି । ଏହି ପ୍ଲାଣ୍ଟରେ ପ୍ରତ୍ୟେକ ଦିନ ପ୍ରାୟ ୭୦ ହଜାର ଜିପ ତିଆରି ହୋଇଥାଏ ।

Leave A Reply

Your email address will not be published.