ଜେଜେବାପା, ଜେଜେମା, ବାପା ସମସ୍ତଙ୍କୁ ଜେଲ ପଠାଅ, ସମସ୍ତେ ମାକୁ ମାରିଦେଲେ, ଝିଅମାନେ ଖୋଲିଲେ ମା ହତ୍ୟାର ରହସ୍ୟ

0

Get real time updates directly on you device, subscribe now.

ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରୁ ପଞ୍ଚାୟତ ସଦସ୍ୟ ଶ୍ବେତାଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି । ଶ୍ବେତାଙ୍କ ବାପଘର ଚିତ୍ରକୁଟରେ ଥିଲା । ତାଙ୍କ ଭାଇ ଓମକାର ସିଂହ ଶାଶୂଘର ଲୋକଙ୍କ ଉପରେ ହିଁ ଭଉଣୀର ହତ୍ୟାର ଆରୋପ ଲଗାଇଛନ୍ତି । ସେ କହିଛନ୍ତି ଯେ ସ୍ବାମୀ ଦୀପକ, ଶ୍ବଶୁର ରାଜ ବହାଦୁର ସିଂହ, ଶାଶୂ ପୁଷ୍ପା ଏବଂ ଦେଢ଼ସୁର ଧନଞ୍ଜୟ ସିଂହ ତାଙ୍କୁ ନିର୍ଯାତନା ଦେଉଥିଲେ ।

ଓମକାର ସିଂହ ଅଭିଯୋଗ କରିଛନ୍ତି ଯେ ଶାଶୂଘର ଲୋକେ ତାଙ୍କ ଭଉଣୀକୁ ପୁଅ ଜନ୍ମ କରିନଥିବାରୁ ଅପମାନ ଦେଉଥିଲେ । ଶ୍ଵଶୁର ଦ୍ୱିତୀୟ ବିବାହ କରିବାକୁ ପୁଅକୁ କହୁଥିଲେ । ଏହାସହିତ ଶ୍ୱେତା ଉପରେ 50 ଲକ୍ଷ ଟଙ୍କା ଯୌତୁକ ଦେବାପାଇଁ ଲଗାତାର ଚାପ ପକା ଯାଉଥିଲା । ଯୌତୁକ ଦେବାପାଇଁ ମନା କରିବାରୁ ହିଁ ଶାଶୂଘର ଲୋକେ ମିଶି ତାଙ୍କୁ ହତ୍ୟା କରିଦେଲେ ।

ଏପ୍ରିଲ 26 ତାରିଖରେ ସ୍ବାମୀ ବହୁତ୍ ପିଟିଥିଲା :-

ଭାଇ କହିଛନ୍ତି ଯେ ଏପ୍ରିଲ 26 ତାରିଖରେ ତାଙ୍କ ଭେଣେଇ ଶ୍ୱେତାଙ୍କୁ ବହୁତ୍ ପିଟିଥିଲେ । ଏହା ଜଣାପଡିବା ପରେ ବାପଘରୁ ତାଙ୍କ ସାନଭାଇ ଏବଂ ଭଉଣୀ ଶାଶୂଘରକୁ ଯାଇଥିଲେ । ସେଠାରେ ସେମାନେ ଦୀପକଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ । ତେବେ ସେତେବେଳେ ଭେଣେଇ ସେମାନଙ୍କୁ ନିଜ ବାପାର ବଳ ଦେଖାଇ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ।

ସେହିପରି ଅନ୍ୟ ପଟରେ ପୋଲିସ ଏହି ହତ୍ୟା ମାମଲାର ପଞ୍ଜିକରଣ କରିଛି । ଆପଣଙ୍କୁ କହିରଖୁଛୁ ଯେ ବିଜେପି ନେତା ଶ୍ୱେତା ସିଂହଙ୍କ ଶବ ବୁଧବାର ଦିନ ତାଙ୍କ ଘରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଘଟଣା ପରଠାରୁ ହିଁ ଶ୍ୱେତାଙ୍କ ସ୍ବାମୀ ଦୀପକ ଫେରାର ହୋଇଯାଇଥିଲା । ହତ୍ୟାର ସୂଚନା ମିଳିବା ମାତ୍ରେ ହିଁ ବିଜେପି ନେତା ମାନଙ୍କ ମଧ୍ୟରେ ହଙ୍ଗାମା ସୃଷ୍ଟି ହୋଇଯାଇଥିଲା । ସାରା ଜିଲ୍ଲାରେ ରାଜନୀତି ରାସ୍ତାକୁ ଓହ୍ଲାଇ ଆସିଥିଲା ।

ଝିଅମାନେ ମଧ୍ୟ ଆଗକୁ ଆସିଲେ, ନ୍ୟାୟ ଭିକ୍ଷା ମାଗିଲେ :-

ନିଜ ମାର ମୃତ୍ୟୁ ପରେ ବର୍ତ୍ତମାନ ଶ୍ୱେତାଙ୍କ ଝିଅମାନେ ମଧ୍ୟ ଆଗକୁ ଆସିଗଲେ । ଦୁଇ ଝିଅ ନିଜ ଘରଲୋକଙ୍କ ଉପରେ ହିଁ ମାକୁ ହତ୍ୟା କରିବାର ଆରୋପ ଲଗାଇଛନ୍ତି । ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଏଥିରେ ତାଙ୍କ ଝିଅ ଅଦିତି ଏବଂ ଗୌରୀ ଯୋଗୀ ଏବଂ ମୋଦୀଙ୍କ ଠାରୁ ମାଙ୍କୁ ନ୍ୟାୟ ଦେବାପାଇଁ ଦାବି କରିଛନ୍ତି ।

ସେମାନେ କାନ୍ଦି କାନ୍ଦି କହୁଛନ୍ତି ଯେ ତାଙ୍କ ଜେଜେମା, ବାପା ଏବଂ ବଡ ବାପା ମିଶି ତାଙ୍କ ମାଙ୍କୁ ହତ୍ୟା କରିଛନ୍ତି । ସେମାନେ କହୁଛନ୍ତି ଯେ ତାଙ୍କ ବାପା ମାଆଙ୍କୁ ସବୁଦିନ ପିଟୁଥିଲେ । ଝିଅମାନେ କହିଛନ୍ତି ଯେ ଜେଜେବାପା କହୁଥିଲେ ତାଙ୍କର ପୁଅ ଦରକାର୍, ସେ ବାପାଙ୍କୁ ଦ୍ୱିତୀୟ ବିବାହ କରିବାକୁ ମଧ୍ୟ କହୁଥିଲେ । ଝିଅମାନେ ସମସ୍ତଙ୍କୁ ଗିରଫ କରିବାପାଇଁ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.