ପୁଣି ଏକ ହୃଦୟ ବିଦାରକ ଘଟଣା : ଦିଅର ଛାତିରେ ବନ୍ଧୁକ ରଖି ୬ ଜଣ ଲୋକ ମହିଳାଙ୍କ ସହିତ କଲେ ଗଣ ଦୁଷ୍କର୍ମ

0

Get real time updates directly on you device, subscribe now.

ଅଶୋକ ଗହଲୋତ ରାଜରେ ବଳାତ୍କାରରେ ନମ୍ୱର୍-1 ର୍ୟାଙ୍କରେ ଚାଲିଥିବା ରାଜସ୍ଥାନ ରାଜ୍ୟରୁ ଗଣ ଦୁଷ୍କର୍ମ ର ଆଉ ଗୋଟିଏ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଭାଉଜ ସହିତ 6 ଜଣ ଲୋକ ବଳାତ୍କାର କଲେ । ମାନବ ସମାଜକୁ ଲଜ୍ଜିତ କରିଥିବା ଏହି ଘଟଣା ଭରତପୁର ଜିଲ୍ଳାର ଅଟେ ।

ଭରତପୁରରେ ହେଲା ଜଘନ୍ୟ ଅପରାଧ :-

ମାମଲାଟି ଭରତପୁରର ପାହାଡି ଥାନା ଅଞ୍ଚଳର ଅଟେ, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହିତ ନିଜ ଗାଁର କିଛି ଲୋକଙ୍କ ଉପରେ ଗଣ ଦୁଷ୍କର୍ମ କରିବାର ଆରୋପ ଲଗାଇ ଥାନାରେ ଅଭିଯୋଗ ପଞ୍ଜିକରଣ କରିଛନ୍ତି । ସ୍ବାମୀ ଅଭିଯୋଗରେ ଲେଖିଛନ୍ତି ଯେ ଗତ ଏପ୍ରିଲ 26 ତାରିଖ ରାତିରେ ମୋ ସାନଭାଇ ନିଜ ଭାଉଜକୁ ବାପଘରୁ ଘରକୁ ନେଇ ଆସୁଥିଲା । ରାତି 9ଟା ସମୟରେ ପାଖ ଗାଁ ରାସ୍ତାରେ ସେମାନଙ୍କୁ କିଛି ବଦମାସମାନେ ଧରିନେଲେ ଏବଂ ସ୍ତ୍ରୀ ସହିତ ଗଣ ଦୁଷ୍କର୍ମ କଲେ । ପୋଲିସ ମାମଲା ରୁଜ୍ଜୁ କରି ଫେରାର ଅଭିଯୁକ୍ତଂକୁ ଖୋଜିବା ଆରମ୍ଭ କରିଦେଇଛି ।

ବାସ୍ତବରେ ଅଭିଯୋଗକାରୀଙ୍କ ସାନଭାଇ ନିଜ ଭାଉଜକୁ ଆଣିବାପାଇଁ ତାଙ୍କ ବାପଘରକୁ ଯାଇଥିଲେ ଏବଂ ବାଇକରେ ନେଇ ଘରକୁ ଫେରୁଥିଲେ । ଠିକ୍ ସେତିକିବେଳେ ଘାଟମିକାର ଜଙ୍ଗଲରେ ଗାଁର ଛଅ ଜଣ ଲୋକ ସେମାନଙ୍କୁ ଧରିନେଲେ । ମହିଳାଙ୍କ ଦିଅର ସେହି ଲୋକମାନଙ୍କୁ ରୋକିବା ପାଇଁ ବହୁତ୍ ଚେଷ୍ଟା କଲେ, କିନ୍ତୁ ସେମାନେ ମାନିଲେ ନାହିଁ ଏବଂ ତାଙ୍କ ଛାତିରେ ବନ୍ଧୁକ ରଖି ଏହି ଘଟଣା ଘଟାଇ ସେଠାରୁ ଫେରାର ହୋଇଗଲେ । ଘଟଣା ପରେ ଦିଅର ନିଜ ଭାଉଜକୁ ନେଇ ନିଜ ଘରେ ପହଞ୍ଚିଲା ଏବଂ ନିଜ ଭାଇକୁ ସବୁ କଥା କହିଲା ।

ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଏବଂ ଗଣ ଦୁଷ୍କର୍ମ ଘଟଣା ହୋଇଚାଲିଛି, କିନ୍ତୁ ଗହଲୋତ ସରକାର ଏହା ଉପରେ ନିୟନ୍ତ୍ରଣ କରି ପାରୁନାହାନ୍ତି । ରାଜସ୍ଥାନରେ ପ୍ରତିଦିନ 18 ରେପ ହୋଇଥାଏ । ଏହି ଗଣନା ଆଉ କେହି ନୁହେଁ ବରଂ ରାଜ୍ୟ ବିଧାନସଭାରେ ଉପନେତା ପ୍ରତିପକ୍ଷ ରାଜେନ୍ଦ୍ର ରାଠୌଡ ଗଣିଛନ୍ତି । ରାଜେନ୍ଦ୍ର ରାଠୌଡ କହିଛନ୍ତି ଯେ ରେପ ମାମଲାରେ ପ୍ରତିବର୍ଷ 17 ପ୍ରତିଶତ ହାରରେ ବଢୁଛି । ମହିଳା ନିର୍ଯାତନା ଉପରେ ସରକାରଙ୍କୁ ଘେରି ବିପକ୍ଷୀ ନେତା ସଂସଦରେ କହିଛନ୍ତି ଯେ ପ୍ରତିବର୍ଷ 17 ହଜାର 645 ରେପ ହୋଇଥାଏ ।

ରାଜେନ୍ଦ୍ର ରାଠୌଡ କହିଛନ୍ତି ଯେ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋର ଆକଳନ ଅନୁଯାୟୀ ରାଜସ୍ଥାନ ଅପରାଧ ମାମଲାରେ ଟପରେ ପହଞ୍ଚି ଯାଇଛି । ସରକାର ଅନଲାଇନ୍ ଏଫଆଇଆରକୁ ନେଇ ଢୋଲ ପିଟୁଛନ୍ତି, କିନ୍ତୁ କେବଳ 5 ପ୍ରତିଶତ ଅନଲାଇନରେ ଏଫଆଇଆର ଦିଆଯାଇଛି ।

Leave A Reply

Your email address will not be published.