ବାହାଘର ମଝିରେ ବଦଳିଗଲା କନ୍ୟାର ମନ, କହିଲା – ବାହାଘର ହେବିନାହିଁ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲା ବର !

0

Get real time updates directly on you device, subscribe now.

କୁହନ୍ତି ବାହାଘର ପିଲାଙ୍କ ଖେଳଘର ନୁହେଁ । ତେଣୁ ଯେତେବେଳେ ବାହାଘର ଠିକ୍ କରାଯାଏ, ସେତେବେଳେ ପ୍ରଥମେ ପୁଅଝିଅଙ୍କ ମତ ଜାଣିବା ନିହାତି ଜରୁରୀ ହୋଇଥାଏ । ନଚେତ୍ ପରେ ସେମାନଙ୍କ ଜୀବନ ବର୍ବାଦ ହେବ କିମ୍ବା ଆପଣଙ୍କର ସମାଜରେ ବଦନାମି ହେବ । ବର୍ତ୍ତମାନ ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ଶାହପୁର ଗାଁର ଘଟଣାକୁ ହିଁ ଦେଖନ୍ତୁ । ଏଠାରେ ଜଣେ କନ୍ୟା ବାହାଘର ମଝିରେ ଏପରି ନାଟକ କଲା ଯେ ବରଯାତ୍ରୀ ବିନା ବୋହୁରେ ଫେରିବାକୁ ବାଧ୍ୟ ହେଲେ ।

ଏହି ଅଜବ ଘଟଣା ଏପ୍ରିଲ 24 ତାରିଖ ରବିବାର ଦିନର ଅଟେ । ଶାହପୁରର ବାସିନ୍ଦା ନେହାଙ୍କ ବାହାଘର ଆମ୍ବଲାର ଗାଁ ଲକ୍ଷ୍ମୀପୁର ବାସିନ୍ଦା ପଙ୍କଜଙ୍କ ସହିତ ସ୍ଥିର ହୋଇଥିଲା । ଦୁହିଁଙ୍କ ନିର୍ବନ୍ଧ ମଧ୍ୟ ଏପ୍ରିଲ 20 ତାରିଖରେ ଧୁମଧାମରେ ହୋଇଥିଲା । ତାପରେ ରବିବାର ଦିନ ସନ୍ଧ୍ୟାରେ ସ୍ଥିର ହୋଇଥିବା ସମୟରେ ବରଯାତ୍ରୀ ମଧ୍ୟ ପହଁଚିଗଲେ । ଝିଅଘର ଲୋକେ ବରଯାତ୍ରୀଙ୍କୁ ବହୁତ୍ ଭଲରେ ସ୍ବାଗତ କଲେ । ସବୁକିଛି ଖୁସିରେ ଖୁସିରେ ଚାଲିଥିଲା ।

କନ୍ୟା ଫେରା ନେବାକୁ ମନା କଲା :-

ଯେତେବେଳେ ବରଣମାଳା ସମୟ ଆସିଲା, ସେତେବେଳେ ବର କନ୍ୟା ବେକରେ ବରଣମାଳା ମଧ୍ୟ ପିନ୍ଧାଇ ଦେଲା । କିନ୍ତୁ କନ୍ୟା ବରଣମାଳା ପିନ୍ଧାଇବା ପାଇଁ ନାଟକ କରିବାକୁ ଲାଗିଲା । ତେବେ କନ୍ୟାର ସାଙ୍ଗମାନେ ଏବଂ ବାପା ଯେକୌଣସି ପ୍ରକାରେ ବୁଝାଇ ସୁଝାଇ ତା ଦ୍ଵାରା ବରଣମାଳା ପିନ୍ଧାଇ ଦେଲେ । ଏଇଠୁ ହିଁ ନୂଆଁ ବୋହୂର ଲକ୍ଷଣ ଦେଖାଗଲା । ସେ ବାହାଘରର ସବୁ ନୀତିରେ ବିରୋଧ କରିବାକୁ ଲାଗିଲା ।

ଅଧ ରାତି ହେଲା ଏବଂ ଫେରା ନେବାର ସମୟ ଆସିଲା । କିନ୍ତୁ କନ୍ୟା ଫେରା ନ ନେବାକୁ ଜିଦ୍ କରି ବସିଲା । ପରିବାର ଲୋକେ ଏବଂ ବରଯାତ୍ରୀ ତାଙ୍କୁ ବୁଝାଇବା ପାଇଁ ବହୁତ୍ ଚେଷ୍ଟା କଲେ । କିନ୍ତୁ ସେ ନିଜ କଥାରେ ଅଟଳ ରହିଲା । ସେ ସଫା ସଫା କହିଦେଲା ଯେ ” ମୋର ଯେତେବେଳେ ବର ପସନ୍ଦ ନାହିଁ, ସେତେବେଳେ ବାହାଘର ହେବାର କି ଫାଇଦା ରହିଛି ?” ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ପୋଲିସ ଏହିପରି ସମାଧାନ କଲା ମାମଲା :-

କନ୍ୟାର ବାପା ଅନେକ ସମୟ ଧରି ଝିଅକୁ ବୁଝାଇବାକୁ ଚେଷ୍ଟା କଲେ । କିନ୍ତୁ ଯେତେବେଳେ ସେ ମାନିଲା ନାହିଁ, ସେତେବେଳେ ସେ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଲେ । ଏପରି ପରିସ୍ଥିତିରେ କନ୍ୟାପକ୍ଷ ଏବଂ ବରପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । ଏହି ତର୍କ ବଢିବାରୁ କେହି ଜଣେ ପୋଲିସକୁ ଫୋନ୍ କରିଦେଲା । ପୋଲିସ ଘଟଣାସ୍ଥଳକୁ ଆସି କନ୍ୟାକୁ ବୁଝାଇଲା । ଏହିପରି ସକାଳ 10ଟା ହେଇଗଲା । କିନ୍ତୁ ସମସ୍ୟାର କୌଣସି ସମାଧାନ ହୋଇପାରିଲା ନାହିଁ ।

ଶେଷରେ ପୋଲିସ ମଧ୍ୟ ଥକିଯାଇ ବର ଏବଂ କନ୍ୟା ପକ୍ଷ ମଧ୍ୟରେ ଆପୋଷ ବୁଝାମଣା କରିଦେଲା । ପୋଲିସ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଖର୍ଚ୍ଚର ହିସାବ କିତାବ କରିଦେଲା । ଏହାସହିତ ବିବାହ ଭାଙ୍ଗିବା କଥା ଏବଂ ଖର୍ଚ୍ଚ ବଣ୍ଟା ବଣ୍ଟି କରି ଏହାକୁ ଲିଖିତ ଭାବେ କରିଦେଲା । ଏହାପରେ ବର ଏବଂ ବରଯାତ୍ରୀ ବିନା ବୋହୂରେ ଫେରିଗଲେ । ବର୍ତ୍ତମାନ ଏହି ପୁରା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.