ଆଜି ହେଉଛି 10 ଟଙ୍କିଆ ନୋଟ ବାଲି ‘ କୁସୁମ’ ର ବାହାଘର, କ’ଣ ବିଶାଲ ଆସି ତାକୁ ନେଇ ପଳାଇ ଯାଇପାରିବ ?

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆରେ କିଛି ଦିନ ପୂର୍ବରୁ 10 ଟଙ୍କିଆ ନୋଟରେ ଗୋଟିଏ ମେସେଜ ଆସିଥିଲା, ଯାହା କି ବିଶାଲ ନାମକ ବ୍ୟକ୍ତିଙ୍କ ପାଇଁ ଥିଲା । ଏହି ନୋଟରେ ଲେଖାଯାଇଥିଲା, ” ବିଶାଲ ମୋ ବାହାଘର ଏପ୍ରିଲ 26 ତାରିଖରେ ହେଉଛି । ମତେ ନେଇ ପଳାଇ ଯିବ । ଆଇ ଲଭ ୟୁ । ତୁମ କୁସୁମ ।”

କୁହାଯାଉଛି ଯେ ଆଜି 26 ତାରିଖ ଅଟେ ଏବଂ ଆଜି ହିଁ କୁସୁମର ବାହାଘର ହେଉଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକମାନେ ଏହା ପଚାରୁଛନ୍ତି ଯେ କଣ୍ କୁସୁମକୁ ବିଶାଲ ବାହାଘରରୁ ନେଇ ପଳାଇ ଯାଇପାରିବ । ସୂଚନା ପାଇଁ କହିରଖୁଛୁ ଯେ ସୋସିଆଲ ମିଡିଆରେ ଏହି କାହାଣୀ କାଳ୍ପନିକ ମଧ୍ୟ ହୋଇପାରେ, ଯାହାକୁ ୟୁଜରସଙ୍କ ଦ୍ଵାରା ଟ୍ରୋଲ କରାଯାଉଛି ଏବଂ ଲୋକମାନେ ଏହି ସୁଯୋଗର ଫାଇଦା ଉଠାଇ ଟ୍ରେଣ୍ଡରେ ସାମିଲ ହେବାପାଇଁ କମେଣ୍ଟ ଏବଂ ଫଟୋ ସେୟାର କରୁଛନ୍ତି ।

ଆଜି ହେଉଛି ଏପ୍ରିଲ 26 ତାରିଖ, କଣ କୁସୁମକୁ ବିଶାଲ ନେଇ ପଳାଇ ଯାଇପାରିବ ?

ସୋସିଆଲ ମିଡିଆରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବାହାଘରରେ ଏତେ ଉତ୍ସାହ ଦେଖିବାକୁ ମିଳିଲା ନାହିଁ, ଯେତିକି ବିଶାଲଙ୍କର କୁସୁମ ସହିତ ଦେଖା କରିବା ପାଇଁ ନେଟିଜନସ ଏକସାଇଟେଡ ହୋଇଛନ୍ତି । ତେବେ ଯଦି ଆପଣ କୁସୁମ ଏବଂ ବିଶାଲଙ୍କ ଲଭ୍ ଷ୍ଟୋରୀ ବିଷୟରେ ଜାଣିନାହାନ୍ତି, ତେବେ ଆପଣଙ୍କୁ ପୁରା ମାମଲା ଜାଣିବାକୁ ପଡ଼ିବ । ବାସ୍ତବରେ କୁସୁମ ନାମକ ଜଣେ ଝିଅ ନିଜ ବୟଫ୍ରେଣ୍ଡ୍ ବିଶାଲଙ୍କ ପାଇଁ ଗୋଟିଏ 10 ଟଙ୍କିଆ ନୋଟରେ ଗୋଟିଏ ମେସେଜ ଲେଖିଥିଲେ, ଯାହା ଇଣ୍ଟରନେଟରେ ଭାଇରାଲ ହୋଇଯାଇଥିଲା । ତାପରେ ଟୁଇଟରରେ 10 ଟଙ୍କିଆ ନୋଟର ଆଉ ଗୋଟିଏ ଫଟୋ ଆସିଲା, ଯେଉଁଥିରେ ପଛରେ ନୀଳ ରଙ୍ଗର ପେନରେ କୁସୁମ ପାଇଁ ବିଶାଲଙ୍କ ଜବାବ ଥିଲା ।

କଣ ସତରେ କୌଣସି ଲଭ ଷ୍ଟୋରୀ ଅଛି ନା ଏହା ଗୋଟିଏ କେବଳ ଭାଇରାଲ କଣ୍ଟେଣ୍ଟ ଅଟେ ?

ଜବାବରେ ବିଶାଲ ଗୋଟିଏ 10 ଟଙ୍କିଆ ନୋଟ୍ ଉପରେ ଲେଖିଲେ, ” କୁସୁମ ମତେ ତୁମ ମେସେଜ ମିଳିଯାଇଛି । ମୁଁ ତୁମକୁ ନେବାକୁ ଆସିବି । ଆଇ ଲଭ ୟୁ । ତୁମ ବିଶାଲ ।” ଇଣ୍ଟରନେଟରେ ଲୋକମାନେ ଏପ୍ରିଲ 26 ତାରିଖକୁ ବହୁତ୍ ଅପେକ୍ଷା କଲେ, କିନ୍ତୁ ବର୍ତ୍ତମାନ ଏଇଟା ଦେଖିବାର ଅଛି ଯେ କଣ ଆଜି ସେହି ପ୍ରେମୀ ଯୁଗଳ ପରସ୍ପର ସହିତ ଦେଖା କରିପାରିବେ ? ଯଦି ଦେଖା ହୁଏ ତେବେ କଣ୍ ବିଶାଲ ନିଜ ପ୍ରେମିକାକୁ ନେଇ ପଳାଇ ଯିବାରେ ସଫଳ ହେବ । ବର୍ତ୍ତମାନ ଏହି କାହାଣୀ କେତେ ସତ କେତେ ମିଛ କେହି ଜାଣିନାହାନ୍ତି । କଣ୍ ସତରେ କେହି କୁସୁମ ଅଛି, ଯିଏ ନିଜ ପ୍ରେମିକକୁ ମେସେଜ ପଠାଇଛି । ନା ଏହା କେବଳ ଗୋଟିଏ ଭାଇରାଲ କଣ୍ଟେଣ୍ଟ ଅଟେ । ଏହା ଉପରେ ଲୋକମାନେ ନିଜର ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

Leave A Reply

Your email address will not be published.