ଚଳନ୍ତା ଟ୍ରେନରୁ ଜଣଙ୍କ ପରେ ଜଣେ ହୋଇ ଡେଇଁଲେ ତିନି ଯୁବତୀ,ଆଉ ତା ପରେ …ଦେଖନ୍ତୁ ଲାଇଭ ଭିଡିଓ

0

Get real time updates directly on you device, subscribe now.

ମୁମ୍ବାଇର ଏକ ଲୋକାଲ ଟ୍ରେନରୁ ଆଶ୍ଚର୍ଯ୍ୟର ଭିଡିଓ ସାମ୍ନାକୁ ଆସିଛି|ଏହି ଭିଡିଓ ଲୋକଙ୍କୁ ଚକିତ କରି ଦେଇଛି|ସାଧାରଣତଃ ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଯୋରରେ ଟ୍ରେନରୁ ଚଢନ୍ତି ଓ ଓହ୍ଲାନ୍ତି କିନ୍ତୁ ଯଦି ଗୋଟିଏ ଛୋଟ ଭୁଲ ହୋଇଯାଏ ତେଵେ ଜୀବନ ମଧ୍ୟ ଚାଲି ଯାଇ ପାରେ|କିଛି ଏପରି ଏକ ଘଟଣା ଦେଖିବାକୁ ମିଳିଲା ଯେତେବେଳେ ଚଳନ୍ତି ଟ୍ରେନରୁ ତିନି ଯୁବତୀ ଜଣେ ପରେ ଜଣେ ଓହ୍ଲାଇଲେ|ଏହାପରେ ଯାହା ହେଲା ଆଶ୍ଚର୍ଯ୍ୟ ହୋଇଯିବ|ଯେତେବେଳେ ଏହି ଘଟଣାର ସିସିଟିଭି ଫୁଟେଜ ଆସିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ|

ମୁମ୍ବାଇର ଚଳନ୍ତି ଟ୍ରେନରୁ ପଡିଥିବା ଜଣେ ଯୁବତୀକୁ ସୈାଭାଗ୍ୟ ବଶତଃ କିଛି ସେକେଣ୍ଡରେ ବଞ୍ଚାଇଥିଲେ|ଷ୍ଟେସନରେ ନିୟୋଜିତ ଥିବା ହୋମଗାର୍ଡ ଘଟଣାକୁ ତୁରନ୍ତ ପଦକ୍ଷେପ ନେଲା|ସତର୍କ ହୋମଗାର୍ଡ ଚଳନ୍ତି ଟ୍ରେନରୁ ଓହ୍ଲାଇବା ସମୟରେ ବଞ୍ଚେଇ ଦେଇଥିଲେ|

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରେ ଦେଖାଯାଏ ଯେ ଲୋକାଲ ଟ୍ରେନ କିଛି ସମୟ ଷ୍ଟେସନରେ ଠିଆ ହୋଇଥିଲା ଓ ପୁଣି ଆସନ୍ତା ଷ୍ଟେସନ ପାଇଁ ଚାଲିଲା|ଟ୍ରେନ ଦ୍ରୁତ ଗତିରେ ଚାଲିଗଲା ସେତେବେଳେ ଜଣେ ଯୁବତୀ ଟ୍ରେନରୁ ଡେଇଁ ପଡ଼ିଲେ|ତା ବାଲାନ୍ସ ବିଗଡି ଯାଏ ଓ ପ୍ଲାଟଫର୍ମ ପାଖରେ ଖସିପଡେ|ହୋମଗାର୍ଡ ତାକୁ ବଞ୍ଚେଇ ନେଲା ଓ ଚଳନ୍ତି ଟ୍ରେନରୁ ଟାଣିନେଲା|ଏସମୟରେ ଅନ୍ୟ ଦୁଇ ଯୁବତୀ ଡେଇଁ ପଡ଼ିଲେ|

ମୁମ୍ବାଇ ପୋଲିସର ଆୟୁକ୍ତ କେସର ଖାଲିଦ ଗାର୍ଡ କୁ ସତର୍କତା ପାଇଁ ସମ୍ମାନିତ କରାଯାଇଛି|ଗାର୍ଡ ପରିଚୟ ସରକାରୀ ରେଳ ପୋଲିସ ଜବାନ ଅଲତାକ ଶେଖ ଭାବେ ପରିଚିତ|

ଏକ ଟୁଇଟରେ କୈସର ଖଲିଦ କହିଛନ୍ତି,”ହୋମଗାର୍ଡ ଅଲ୍ତାକ ଶେଖ ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ,ଯିଏ ୧୬/୦୪/୨୨ ଜୋଗେଶ୍ୱରୀ ଷ୍ଟେସନରେ ଉପନଗରୀୟ ଟ୍ରେନରୁ ଚଢୁଥିବା ସମୟରେ ଖସି ପଡିଲେ|ତାଙ୍କର କର୍ତ୍ତବ୍ୟ ଓ ସତର୍କତା ପାଇଁ ପୁରସ୍କୃତ କରାଯାଇଛି”|

Leave A Reply

Your email address will not be published.