Business Idea: ମାତ୍ର 25,000 ଟଙ୍କାରେ ଆରମ୍ଭ କରନ୍ତୁ ମୋତି ଚାଷ,ପ୍ରତି ମାସରେ ହେବ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର, ଜାଣନ୍ତୁ ଏହିଁ ଚାଷ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

କିଛି ଲୋକ ବିଜନେସ କରିବାପାଇଁ ଚାହିଁଲେ ମଧ୍ୟ ଅଧିକ ପଇସା ବିନିଯୋଗ କରିବାକୁ ପଡ଼ିବ ବୋଲି ଭାବି ପଛଘୁଞ୍ଚା ଦିଅନ୍ତି ଏବଂ ବିଜନେସ କରନ୍ତି ନାହିଁ । କିନ୍ତୁ ବାସ୍ତବରେ ଏପରି କିଛି ବି ନାହିଁ, କମ୍ ବିନିଯୋଗ କରି ମଧ୍ୟ ଦମଦାର ବିଜନେସ କ୍ୟାରିୟର ଆରମ୍ଭ କରିପାରିବେ ଏବଂ ବହୁତ୍ ଲୋକ ମଧ୍ୟ ଏପରି କରି ଦେଖାଇଛନ୍ତି ।

ଆମେ ମୋତି ଚାଷ ଅର୍ଥାତ Pearl Farming ବିଷୟରେ ଆପଣଙ୍କୁ କହୁଛୁ, ଯାହା ମାଧ୍ୟମରେ ଆଜିକାଲି ବହୁତ୍ ଲୋକ ବହୁତ୍ ରୋଜଗାର କରୁଛନ୍ତି । ଏହି ବିଜନେସକୁ ଆପଣ କେବଳ 25 ହଜାର ପୁଞ୍ଜି ଲଗାଇ ଆରମ୍ଭ କରିପାରିବେ ଏବଂ ମାସକୁ ପ୍ରାୟ 3 ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହାସହିତ ଏହି ବିଜନେସର ଆଉ ଗୋଟିଏ ବିଶେଷ କଥା ହେଉଛି ଯେ ଏଥିରେ ସରକାର ଦ୍ଵାରା 50% ସବ୍ସିଡି ଦିଆଯାଇଥାଏ ।

ମୋତି ଚାଷ ପାଇଁ ଜରୁରୀ ଅଟେ ଏହି ତିନୋଟି ଜିନିଷ :-

ମୋତି ଚାଷ ଅର୍ଥାତ୍ Pearl Farming କରିବାପାଇଁ ତିନୋଟି ଜିନିଷ ବହୁତ୍ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପ୍ରଥମଟି ହେଉଛି ଜଳ ସୁବିଧା ଯେପରିକି ପୋଖରୀ ଏବଂ ଦ୍ୱିତୀୟ ଶାମୁକା ଯେଉଁଥିରୁ ମୋତିଗୁଡ଼ିକୁ ବାହାର କରାଯାଏ । ଏହାବ୍ୟତୀତ ମୋତି ଚାଷ ପାଇଁ ଆପଣଙ୍କୁ ଅଲଗା ଟ୍ରେନିଙ୍ଗ ଦରକାର୍ ପଡ଼ିବ ।

ମୋତି ଚାଷ ପାଇଁ ଆପଣ ନିଜ ଖର୍ଚ୍ଚରେ କିମ୍ବା ସରକାର ଦ୍ଵାରା 50% ସବ୍ସିଡି ନେଇ ପୋଖରୀ ଖୋଳିପାରିବେ । ଏହାସହିତ ଆପଣ ଭାରତର ଅନ୍ୟ ରାଜ୍ୟରୁ ଶାମୁକା ପ୍ରାପ୍ତ କରିପାରିବେ । ମୋତି ଚାଷ ପାଇଁ ଆପଣଙ୍କୁ ବିଶେଷ ଟ୍ରେନିଙ୍ଗ ଦିଆଯାଇଥାଏ । ଯେଉଁଥିପାଇଁ ଆପଣ ହୋଷଙ୍ଗାବାଦ M.P. ଏଵଂ ମହାରାଷ୍ଟ୍ର ଭଳି ସ୍ଥାନଗୁଡିକରେ ଏହାର ଟ୍ରେନିଙ୍ଗ ନେଇପାରିବେ ।

ଏହିପରି ଆରମ୍ଭ କରନ୍ତୁ ମୋତି ଚାଷ :-

ମୋତି ଚାଷ ପାଇଁ ବଛାଯାଇଥିବା ଶାମୁକା ଭଲ ଭାବରେ ଗୋଟିଏ ଜାଲରେ ବାନ୍ଧି ଦିଆଯାଇଥାଏ ଏବଂ ଏହାକୁ ଏହି ଉପାୟରେ ପୋଖରୀରେ ପକାଯାଏ । ଯେପରି ସେମାନେ ପୋଖରୀରେ ନିଜ ପାଇଁ ଭଲ ବାତାବରଣ ସୃଷ୍ଟି କରି ମୋତି ଉତ୍ପାଦନ କରିପାରିବେ । ପରେ ବାହାର କରାଯାଇ ଏଗୁଡ଼ିକର ଭଲ ଭାବେ ସର୍ଜରୀ କରାଯାଇଥାଏ ।

ମାତ୍ର 25000 ଟଙ୍କାରୁ ଏହି ବିଜନେସ ଆରମ୍ଭ କରିପାରିବେ :-

ମୋତି ଚାଷକୁ ନେଇ ଆକଳନ ଅନୁଯାୟୀ କହିବାକୁ ଗଲେ ଗୋଟିଏ ଶାମୁକାକୁ ମୋତି ପାଇଁ ପ୍ରସ୍ତୁତି କଲେ 25 ରୁ 30 ହଜାର ଟଙ୍କା ଲାଗିଥାଏ । କିନ୍ତୁ ଯେତେବେଳେ ଏହି ଗୋଟିଏ ଶାମୁକାରୁ ଦୁଇଟି ମୋତି ବାହାରେ, ସେତେବେଳେ ସେଥିରୁ ଗୋଟିଏ ମୋତିର ମୂଲ୍ୟ 120 ଟଙ୍କା ହୋଇଥାଏ । ତେବେ ମୋତିଗୁଡ଼ିକର ଦାମ ତାଙ୍କର ଗୁଣବତ୍ତା ଉପରେ ନିର୍ଭର କରିଥାଏ । ଯଦି ସେଗୁଡିକର କ୍ୱାଲିଟି ବେଟର ବାହାରେ, ତେବେ ଏହି ମୋତି 200 ଟଙ୍କାରେ ମଧ୍ୟ ବିକ୍ରି ହେବ । ଆରମ୍ଭରେ ଆପଣ ଏହି ବିଜନେସକୁ ଛୋଟ ସ୍ତରରେ ଆରମ୍ଭ କରିପାରିବେ, ଯେଉଁଥିରେ କେବଳ 25ରୁ 30000 ଟଙ୍କା ବିନିଯୋଗ କରିବାକୁ ପଡ଼ିବ । କିନ୍ତୁ ପରେ ଧିରେ ଧିରେ ନିଜର ରୋଜଗାର ସହିତ ଆପଣ ଏହି ବିଜନେସକୁ ଆହୁରି ବଢାଇ ପାରିବେ ।

କୁହାଯାଉଛି ଯେ 25 ହଜାର ଶାମୁକାରୁ ମୋତି ପ୍ରସ୍ତୁତ କରିବାପାଇଁ ପ୍ରାୟ 8,00,000 ଟଙ୍କା ଖର୍ଚ୍ଚ ହେବ । କିନ୍ତୁ ଯେତେବେଳେ ଏଥିରୁ ମୋତି ବାହାର କରାଯାଏ, ସେତେବେଳେ ସେଥିମଧ୍ୟରୁ ବହୁତ୍ ଗୁଡ଼ିଏ ଶାମୁକା ବେକାର ଯାଏ । ଯଦି ଆମେ ଆପଣଙ୍କୁ କହିବୁ ଯେ 50% ଶାମୁକା ନଷ୍ଟ ହୋଇଗଲେ ମଧ୍ୟ ଆପଣ ପ୍ରତି ବର୍ଷ 30 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

Leave A Reply

Your email address will not be published.