ବାହାଘର ପରେ ଜିରୋ ରିସ୍କରେ ଖୋଲନ୍ତୁ ଏହି ଆକାଉଣ୍ଟ, ପ୍ରତି ମାସରେ ନିଶ୍ଚିତ ମିଳିବ ୪୯୫୦ ଟଙ୍କା !

0

Get real time updates directly on you device, subscribe now.

Post office MIS Scheme: ପୋଷ୍ଟ ଅଫିସର ମନ୍ଥଲି ଇନକମ ସ୍କିମ ଏମିତି ଗୋଟିଏ ସୁପରହିଟ ସ୍ମଲ ସେଭିଙ୍ଗ ସ୍କିମ ଅଟେ, ଯେଉଁଥିରେ ଆପଣଙ୍କୁ କେବଳ ଥରେ ପଇସା ଜମା କରିବାକୁ ପଡିଥାଏ | MIS ଆକାଉଣ୍ଟର ପରିପକ୍ଵତା ଅବଧି ମଧ୍ୟ ମାତ୍ର ୫ ବର୍ଷ ହୋଇଥାଏ | ଅର୍ଥାତ ପାଞ୍ଚ ବର୍ଷ ପରଠାରୁ ଆପଣଙ୍କୁ ଗ୍ୟାରେଣ୍ଟିଡ଼ ମନ୍ଥଲି ଇନକମ ମିଳିବାକୁ ଲାଗିବ | ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ |

ଜଏଣ୍ଟ ଆକାଉଣ୍ଟରେ ମ୍ୟାକ୍ସିମମ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ :-

ପୋଷ୍ଟ ଅଫିସ ସ୍କିମରେ ସିଙ୍ଗଲ ଏବଂ ଜଏଣ୍ଟ ଉଭୟ ପ୍ରକାରର ଆକାଉଣ୍ଟ ଖୋଲାଯାଇପାରେ | ଏଥିରେ ମିନିମମ ୧୦୦୦ ଟଙ୍କାର ନିବେଶରେ ଆକାଉଣ୍ଟ ଖୋଲିହେବ | ସିଙ୍ଗଲ ଆକାଉଣ୍ଟରେ ମ୍ୟାକ୍ସିମମ ୪.୫ ଲକ୍ଷ ଟଙ୍କାର ନିବେଶ କରିପାରିବେ | ସେହିପରି ଜଏଣ୍ଟ ଆକାଉଣ୍ଟରେ ସର୍ବାଧିକ ୯ ଲକ୍ଷ ଟଙ୍କା ରହିଛି |

MIS ରେ ମିଳିଥାଏ ଅନେକ ଫାଇଦା :-

– ପୋଷ୍ଟ ଅଫିସ MIS ସ୍କିମରେ ଦୁଇ କିମ୍ବା ତିନି ଜଣ ମିଶି ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ |

– ଏହି ଆକାଉଣ୍ଟ ବଦଳରେ ମିଳୁଥିବା ଆୟକୁ ପ୍ରତ୍ୟେକ ସଦସ୍ୟଙ୍କୁ ସମାନ ଭାବରେ ଦିଆଯାଏ |

– ଯେକୌଣସି ସମୟରେ ଜଏଣ୍ଟ ଆକାଉଣ୍ଟକୁ ଗୋଟିଏ ସିଙ୍ଗଲ ଆକାଉଣ୍ଟରେ କନଭର୍ଟ କରିପାରିବେ |

– ସିଙ୍ଗଲ ଆକାଉଣ୍ଟକୁ ମଧ୍ୟ ଜଏଣ୍ଟ ଆକାଉଣ୍ଟରେ କନଭର୍ଟ କରାଯାଇପାରେ |

– ଆକାଉଣ୍ଟରେ କୌଣସି ପ୍ରକାରର ପରିବର୍ତ୍ତନ କରିବାକୁ ସମସ୍ତ ଆକାଉଣ୍ଟ ମେମ୍ବରସଙ୍କ ଜଏଣ୍ଟ ଆପ୍ଲିକେସନ ଦେବାକୁ ହୋଇଥାଏ |

– ପରିପକ୍ୱତା ଅର୍ଥାତ ପାଞ୍ଚବର୍ଷ ପୁରା ହେବାପରେ ଏହାକୁ ଆହୁରି ୫-୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ |

– MIS ଆକାଉଣ୍ଟରେ ନମିନେସନର ସୁବିଧା ରହିଛି | ଏହି ସ୍କିମରେ ଆପଣଙ୍କର ପଇସା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ | ଏହା ଉପରେ ସରକାରଙ୍କର ସାଭରେନ ଗ୍ୟାରେଣ୍ଟି ରହିଥାଏ |

କିପରି ଖୋଲିବେ MIS ଆକାଉଣ୍ଟ ?

– MIS ଆକାଉଣ୍ଟ ଖୋଲିବାପାଇଁ ଆପଣଙ୍କ ପାଖରେ ପୋଷ୍ଟ ଅଫିସରେ ସେଭିଙ୍ଗ ଆକାଉଣ୍ଟ ଥିବା ଆବଶ୍ୟକ |

– ଏଥିପାଇଁ ଆପଣଙ୍କ ପାଖରେ ଆଇଡି ପ୍ରୁଫ ପାଇଁ ଆଧାର କାର୍ଡ କିମ୍ବା ପାସପୋର୍ଟ କିମ୍ବା ଭୋଟର କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ଇତ୍ୟାଦି ଥିବା ଆବଶ୍ୟକ |

– ଏଥିପାଇଁ ଆପଣଙ୍କୁ ୨ଟି ପାସପୋର୍ଟ ସାଇଜ ଫଟୋ ଦେବାକୁ ପଡିବ |

– ଆଡ୍ରେସ ପ୍ରୁଫ ପାଇଁ ସରକାରଙ୍କ ଦ୍ୱାରା ଜାରି ଆଇଡି କାର୍ଡ ଆବଶ୍ୟକ ହେବ |

– ଏହି ଡକ୍ୟୁମେଣ୍ଟଗୁଡିକୁ ନେଇ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ଯାଇ ପୋଷ୍ଟ ଅଫିସ ମନ୍ଥଲି ଇନକମ ସ୍କିମର ଫର୍ମ ପୂରଣ କରନ୍ତୁ |

– ଆପଣ ଏହାକୁ ଅନଲାଇନରେ ମଧ୍ୟ ଡାଉନଲୋଡ଼ କରିପାରିବେ |

– ଫର୍ମ ପୂରଣ କରି ଏଥିରେ ନୋମିନିର ନାମ ମଧ୍ୟ ଦିଅନ୍ତୁ |

– ଏହି ଖାତା ଖୋଲିବାପାଇଁ ଆରମ୍ଭରେ ୧୦୦୦ ଟଙ୍କା କ୍ୟାଶ କମ୍ବ ଚେକ ମାଧ୍ୟମରେ ଜମା କରିବାକୁ ପଡିବ |

Leave A Reply

Your email address will not be published.