ମାସ୍କରେ ଲାଗୁଛି ଏହି ଛୋଟ AC ପରି ଫ୍ୟାନ, ବଟନ ଦବେଇବା ମାତ୍ରେ କରିବାକୁ ଲାଗୁଛି କ୍ଲିନ ଏୟାର ସପ୍ଲାଏ,ଜାଣନ୍ତୁ ଏହି ଡିଭାଇସ ବିଷୟରେ ସମ୍ପୂର୍ଣ ସୂଚନା !

0

Get real time updates directly on you device, subscribe now.

କରୋନା ଭାଇରସର ସଂକ୍ରମଣ ପୁଣିଥରେ ବ୍ୟାପିବାରେ ଲାଗିଛି, ଲଗାତାର ବଢୁଥିବା ସଂକ୍ରମଣ କାରଣରୁ ଦିଲ୍ଲୀ-ଏନସିଆର ସମେତ ଅନେକ ସହରରେ ମାସ୍କକୁ ପୁଣିଥରେ ବାଧ୍ୟତାମୂଳକ କରି ଦିଆଯାଇଛି | ଆପଣଙ୍କୁ କହିରଖୁଛୁ ଯେ ମାସ୍କ ହାଲକା ହେଉ କିମ୍ବା ଅନେକ ଲେୟର୍ସ ଵାଲା ହେଉ, ତାକୁ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧିବା କଷ୍ଟକର ହୋଇଥାଏ | କାରଣ ଏଥିରେ ଆପଣଙ୍କୁ ନିଶ୍ୱାସ ନେବାରେ ଟିକେ ଅସୁବିଧା ହୋଇଥାଏ |

ତେବେ ମାର୍କେଟରେ ବର୍ତ୍ତମାନ ଏପରି ଗୋଟିଏ ଡିଭାଇସ ଆସିଛି, ଯାହାକୁ ମାସ୍କରେ ଫିଟ କରିବାପରେ ଆପଣ ଦିନସାରା ଏହାକୁ ପିନ୍ଧିପାରିବେ | ଯଦି ଆପଣ ଏହି ଡିଭାଇସ ବିଷୟରେ ଜାଣିନାହାନ୍ତି, ତେବେ ବର୍ତ୍ତମାନ ଆମେ ଆପଣଙ୍କୁ ଏହା ବିଷୟରେ ବିସ୍ତାର ଭାବରେ କହିବାକୁ ଯାଉଛୁ |

ଏହା ଗୋଟିଏ ମିନି ରିଚାରଜେବଲ ଫ୍ୟାନ ଅଟେ, ଯାହା ଗୋଟିଏ ଛୋଟ କ୍ଲିପ ସହିତ ଆଟାଚ ରହିଥାଏ | ଏହି ଫ୍ୟାନ ସହିତ ଆପଣଙ୍କୁ ଗୋଟିଏ ବ୍ୟାଟେରୀ ମିଳିଥାଏ, ଯାହା ଫ୍ୟାନକୁ ଚଳାଇବା କାମ କରିଥାଏ | ଆପଣଙ୍କୁ କହିରଖୁଛୁ ଯେ ଏହା ଗୋଟିଏ ଭେଣ୍ଟିଲେସନ ଫ୍ୟାନ ହୋଇଥାଏ, ଯାହା କୌଣସି ଏୟାର କଣ୍ଡିସନର ପରି ହୋଇଥାଏ | ଏହାର ଗୋଟିଏ ଅଂଶକୁ ଆପଣଙ୍କୁ ମାସ୍କ ଭିତରେ ରଖିବାକୁ ପଡିଥାଏ ଏବଂ ସେହିପରି ଅନ୍ୟ ଅଂଶକୁ ମାସ୍କର ବାହାର ପଟକୁ ରଖିବାକୁ ହୋଇଥାଏ, ଯାହାଦ୍ୱାରା ମାସ୍କ ଭିତରକୁ କ୍ଲିନ ଏୟାର ଯାଇପାରିବ |

ଆପଣଙ୍କୁ କହିରଖୁଛୁ ଯେ ଏହି ମାସ୍କ କ୍ଲିପକୁ ଆମାଜନରୁ ୧,୧୪୩ ଟଙ୍କାରେ କିଣାଯାଇପାରିବ | ଏହା ଆକାରରେ କିଛି ସେଣ୍ଟିମିଟର୍ସର ହୋଇଥାଏ ଏବଂ ପୁରା କ୍ଷମତା ସହିତ କାମ କରିଥାଏ ଏବଂ ମାସ୍କ ବାହାରର ଭେଣ୍ଟିଲେସନକୁ ଜାରି ରଖିଥାଏ | ଏହି ମାସ୍କ କ୍ଲିପକୁ ଯଦି ଆପଣ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଫାଇଦାର ସଉଦା ବୋଲି ପ୍ରମାଣିତ ହୋଇପାରେ |

Leave A Reply

Your email address will not be published.