୧୦ ଟଙ୍କିଆ ନୋଟ ଉପରେ ପ୍ରେମିକା ପ୍ରେମିକକୁ ଲେଖିଲା – ଏପ୍ରିଲ ୨୬ ତାରିଖରେ ମୋର ବାହାଘର, ମତେ ଆସି ନେଇଯାଅ

0

Get real time updates directly on you device, subscribe now.

Girlfriend Wrote to boyfriend On Rs 10 Note: କିଛି ବର୍ଷ ପୂର୍ବରୁ ‘ ସୋନମ ଗୁପ୍ତା ବେବଫା ହେ’ ଲେଖାଯାଇଥିବା ଗୋଟିଏ ଇଣ୍ଡିଆନ କରେନ୍ସି ନୋଟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା | ଯାହାପରେ ଲୋକମାନେ ଏହାକୁ ନେଇ ଖୁବ ମଜାକ ଉଡ଼ାଇଥିଲେ ଏବଂ ବହୁତ ଗୁଡିଏ ମିମସ ତିଆରି କରିଥିଲେ | ବର୍ତ୍ତମାନ ଏପରି ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହା ଉପରେ କେହି ଜଣେ ୧୦ ଟଙ୍କିଆ ନୋଟ ଉପରେ ଅଜବ ପ୍ରକାରର ଜିନିଷ ଲେଖିଦେଲା ଏବଂ ତାକୁ ସୋସିଆଲ ମିଡିଆରେ ସେୟାର କରିଦେଲା | ନୋଟ ଉପରେ କେହି ଜଣେ ପେନରେ ଲେଖିଲା, ‘ବିଶାଲ, ମୋର ଏପ୍ରିଲ ୨୬ ତାରିଖରେ ବାହାଘର ଅଛି | ମତେ ଆସି ନେଇଯାଅ, ଆଇ ଲଭ ୟୁ | ତୁମ କୁସୁମ |’

୧୦ ଟଙ୍କିଆ ନୋଟ ଇଣ୍ଟରନେଟରେ ହେଲା ଭାଇରଲ :-

ନୋଟକୁ ଦେଖି ବୁଝିହେଉଛି ଯେ ମେସେଜ ମାଧ୍ୟମରେ କୁସୁମ ନିଜ ପ୍ରେମିକ ବିଶାଲକୁ ନିଜ ସହିତ ପଳାଇ ଯିବାପାଇଁ କହୁଛନ୍ତି, କାରଣ ଏପ୍ରିଲ ୨୬ ତାରିଖରେ ତାଙ୍କର ଆଉ କାହା ସହିତ ବିବାହ ହେଉଛି | ନିଜ ପ୍ରେମିକ ପାଇଁ ମହିଳାଙ୍କ ମେସେଜ ଇଣ୍ଟରନେଟରେ ବହୁତ ହଇଚଇ ସୃଷ୍ଟି କରିଛି | ଅନେକ ଲୋକ ଟ୍ୱିଟରରେ ଏହା ଆଶା କରିଛନ୍ତି ଯେ ଏପ୍ରିଲ ୨୬ ତାରିଖ ପୂର୍ବରୁ କୁସୁମ ନିଜ ବିଶାଲ ସହିତ ମିଶିଯାଉ | ଫଟୋର କ୍ୟାପ୍ସନରେ ଲେଖାଯାଇଛି, ‘ଟ୍ୱିଟର ୟୁଜର୍ସ ନିଜର ଶକ୍ତି ଦେଖାନ୍ତୁ | ଏପ୍ରିଲ ୨୬ ତାରିଖ ପୂର୍ବରୁ କୁସୁମଙ୍କ ଏହି ମେସେଜ ବିଶାଲଙ୍କ ପର୍ଯ୍ୟନ୍ତ ପହଂଚିବାର ଅଛି | ଦୁଇଜଣ ପ୍ରେମ କରୁଥିବା ଯୋଡିଙ୍କୁ ମିସାଇବାର ଅଛି |’

ଟ୍ୱିଟରରେ ଲୋକମାନେ ଖୁବ ସେୟାର କରୁଛନ୍ତି :-

ବର୍ତ୍ତମାନ ଟ୍ୱିଟରରେ ଏହି ଫଟୋ ଖୁବ ଭାଇରଲ ହେଉଛି ଏବଂ ସମସ୍ତେ ଏହାକୁ ସେୟାର ମଧ୍ୟ କରୁଛନ୍ତି | କେବଳ ଏତିକି ନୁହେଁ, ଏହି ପୋଷ୍ଟକୁ ମଜାକ ମଧ୍ୟ କରାଯାଉଛି | ଲୋକମାନେ ବିଶାଲ ଏବଂ କୁସୁମ ନାମକ ଲୋକମାନଙ୍କୁ ଟ୍ୟାଗ କରୁଛନ୍ତି |

ୟୁଜର୍ସ ଏହିପରି ଦେଲେ ରିଆକ୍ସନ :-

ଜଣେ ୟୁଜର ମଜାକରେ ଲେଖିଛନ୍ତି, ” ଯେପର୍ଯ୍ୟନ୍ତ ଏହି ଖବର ବିଶାଲ ପର୍ଯ୍ୟନ୍ତ ପହଂଚିବ, ସେତେବେଳକୁ ବିଶାଲ ୨ଟି ପିଲାର ମାମୁଁ ହୋଇଯିବ |” ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ” ଯେତେ ବିଶାଲ ଅଛନ୍ତି, ଏହି ପୋଷ୍ଟରେ ସମସ୍ତଙ୍କୁ ଟ୍ୟାଗ କରାଯାଉ | ଦୁହିଁଙ୍କୁ ମିସାଇବାକୁ ପଡିବ |” ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ” ଜଣାପଡିବ ଏପ୍ରିଲ ୨୬ ତାରିଖରେ ୧୦ ଜଣ ବିଶାଲ କୁସୁମକୁ ଧରି ପଳାଇ ଯିବାକୁ ପହଞ୍ଚିବେ |”

Leave A Reply

Your email address will not be published.