ଦିନଥିଲା ସୁପରଷ୍ଟାର ୟଶଙ୍କ ବଡିଗାର୍ଡ ଭାବରେ କାମ କରୁଥିଲେ KGF ର ଗରୁଡା, ଜାଣନ୍ତୁ ରାମଚନ୍ଦ୍ର କିପରି ହେଲେ ପ୍ରସିଦ୍ଧ ଭିଲେନ ?

0

Get real time updates directly on you device, subscribe now.

ଫିଲ୍ମ କେଜିଏଫର ପ୍ରଥମ ପାର୍ଟକୁ ଯଦି ଆପଣ ଦେଖିଥିବେ, ତେବେ ଆପଣ ବୁଝିପାରିବେ ଯେ ଗରୁଡା ଜଣେ ଦମଦାର ଭିଲେନ ହୋଇଛନ୍ତି, ଯାହାଙ୍କୁ ଦେଖିଲେ ଲୋକଙ୍କ ଲୋମ ଟାଙ୍କୁରୀ ଉଠେ | ସେ କେଜିଏଫରେ ଗୋଲ୍ଡ ମାଫିଆ ସୂର୍ଯ୍ୟବର୍ଧନଙ୍କ ପୁଅ ଭାବେ ଅଭିନୟ କରିଥିଲେ, ଯିଏକି କେଜିଏଫ ଉପରେ ରାଜ କରିବାପାଇଁ ଯେକୌଣସି ସୀମାକୁ ମଧ୍ୟ ପାର କରିପାରନ୍ତି | ଗରୁଡା ଭୂମିକାରେ ରାମଚନ୍ଦ୍ର ଏତେ ଭଲ ଆକ୍ଟିଙ୍ଗ କଲେ ଯେ ସେ ଏହି ଭୂମିକାରେ ରାତାରାତି ଚର୍ଚ୍ଚାକୁ ଆସିଗଲେ |

ପ୍ରକୃତ ଜୀବନରେ ୟଶଙ୍କ ବଡିଗାର୍ଡ ଥିଲେ ରାମଚନ୍ଦ୍ର ରାଜୁ :-

ସୁପରଷ୍ଟାର ୟଶ ଏହି ଫିଲ୍ମ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପୁରା ପ୍ରସିଦ୍ଧ ହୋଇଯାଇଛନ୍ତି | ସେହିପରି ଗରୁଡାଙ୍କୁ ମଧ୍ୟ ଗୋଟିଏ ବିଶେଷ ସଫଳତା ହାତରେ ମିଳିଛି | କିନ୍ତୁ ପ୍ରକୃତ ଜୀବନରେ ଗରୁଡା ଏହା ପୂର୍ବରୁ ୟଶଙ୍କ ବଡିଗାର୍ଡ ହୋଇଥିଲେ | ଆଜ୍ଞା ହଁ, ଡ଼ାଇରେକ୍ଟର ଏବଂ ରାଇଟର ପ୍ରଶାନ୍ତ ନୀଳ ପ୍ରଥମଥର ୟଶଙ୍କ ବଡିଗାର୍ଡଙ୍କୁ ଦେଖିଥିଲେ |

ଏହି ସମୟରେ ସେ ରାମଚନ୍ଦ୍ର ରାଜୁଙ୍କୁ କହିଥିଲେ ଯେ ସେ ଗରୁଡା ପାଇଁ ଏଡିସନ ଦିଅନ୍ତୁ | ଏପରି ପରିସ୍ଥିତିରେ ରାମଚନ୍ଦ୍ର ରାଜୁ ମଧ୍ୟ ଏହି କଥାକୁ ମାନିନେଲେ ଏବଂ ତାପରେ ସେ ନିଜକୁ ପରଫେକ୍ଟ କରିବାପାଇଁ ଜିମରେ ବହୁତ ଝାଳ ବୁହାଇଲେ ଏବଂ ୟଶଙ୍କୁ ଟକ୍କର ଦେବାପାଇଁ ଭିଲେନ ହୋଇ ତାଙ୍କ ସାମ୍ନାରେ ଠିଆ ହୋଇଗଲେ |

KGF ଚମକାଇ ଦେଲା ରାମଚନ୍ଦ୍ରଙ୍କ ଭାଗ୍ୟ :-

ଏହାପୂର୍ବରୁ ରାମଚନ୍ଦ୍ର କେବେ ବି କୌଣସି ଫିଲ୍ମରେ କାମ କରିନଥିଲେ | ବରଂ ସେ ସବୁବେଳେ ୟଶଙ୍କ ସହିତ ରହୁଥିଲେ ଏବଂ ତାଙ୍କର ଦେଖାଶୁଣା କରୁଥିଲେ | କେବଳ ଏତିକି ନୁହେଁ ବହୁତ ସମୟ ଧରି ୟଶ ଏବଂ ରାମଚନ୍ଦ୍ର ସାଙ୍ଗ ହୋଇ ରହିଥିଲେ, କିନ୍ତୁ ଫିଲ୍ମ କେଜିଏଫରେ କାମ କରିବାପରେ ଦୁହେଁ ହଂଗାମା କରିଥିଲେ | ସେ କେବେ ବି ଭାବିନଥିଲେ ଯେ ସେ ଫିଲ୍ମରେ କାମ କରି ଏତେ ପପୁଲାର ହୋଇଯିବେ |

ଗୋଟିଏ ଇଣ୍ଟରଭିୟୁ ସମୟରେ ଗରୁଡାର ଭୂମିକା ବିଷୟରେ କଥା ହୋଇ ରାମଚନ୍ଦ୍ର କହିଥିଲେ ଯେ, ” ମୁଁ କେଜିଏଫ 1 ର ଅଂଶ ହୋଇ ବହୁତ ଖୁସି | ମୁଁ ଫିଲ୍ମ ଏବଂ ନିଜର ରୋଲ ଦ୍ୱାରା ଏତେ ଶକ୍ତିଶାଳୀ ହେବି ବୋଲି ଆଶା କରିନଥିଲି | ଫିଲ୍ମ ରିଲିଜ ହେବାପରେ ମତେ ଏହାର ସଫଳତା ଜଣାପଡିଲା | ସେତେବେଳେ ମୁଁ ବୁଝିପାରିଲି ଯେ କେଜିଏଫ ସତରେ ଗୋଟିଏ ମେଗାପ୍ରୋଜେକ୍ଟ ଥିଲା |”

KGF ର ସେକେଣ୍ଡ ପାର୍ଟ ମଧ୍ୟ କରୁଛି ହଇଚଇ :-

କୁହାଯାଉଛି ଯେ କେଜିଏଫର ପ୍ରଥମ ଚାପ୍ଟର ୨୦୧୮ ମସିହାରେ ରିଲିଜ ହୋଇଥିଲା, ଯାହା ଗୋଟିଏ କନ୍ନଡ଼ ଫିଲ୍ମ ଥିଲା | ଏହି ଫିଲ୍ମକୁ ବକ୍ସ ଅଫିସରେ ବହୁତ ପସନ୍ଦ କରାଯାଇଛି | କେବଳ ଏତିକି ନୁହେଁ, କନ୍ନଡ଼ ସିନେମାର ଏହା ପ୍ରଥମ ଫିଲ୍ମ ଥିଲା, ଯେଉଁଥିରେ ଅଢେଇ ଶହରୁ ଅଧିକ ଟଙ୍କା ରୋଜଗାର ହୋଇଥିଲା |

ବର୍ତ୍ତମାନ ତାର ସେକେଣ୍ଡ ପାର୍ଟ ମଧ୍ୟ ଧମାକା କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ଫିଲ୍ମ ପ୍ରାୟ ୬୦୦ କୋଟିରୁ ଅଧିକ ରୋଜଗାର କରିଛି | ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଗରୁଡାର ଭାଇ ‘ ଆଧିରା’ ଭୂମିକାରେ ଦେଖାଯାଇଛନ୍ତି ଏବଂ ଅଭିନେତ୍ରୀ ରବିନା ଟଣ୍ଡନ ‘ରା଼ମିକା ସେନ’ ପ୍ରଧାନମନ୍ତ୍ରୀଙ୍କ ରୋଲରେ ଦେଖାଯାଉଛନ୍ତି | ରିପୋର୍ଟ ଅନୁଯାୟୀ ଏହି ଫିଲ୍ମର ତୃତୀୟ ପାର୍ଟ ମଧ୍ୟ ରିଲିଜ କରାଯିବ |

Leave A Reply

Your email address will not be published.