ଏକ କଡା ଆଇନ ଆସୁଛି: ଯଦି ରେପ କରାଯାଏ ତେବେ ନପୁଂସକ କରି ଦିଆଯିବ

0

Get real time updates directly on you device, subscribe now.

ସାବଧାନ ହୋଇଯାଆନ୍ତୁ ଦୁଷ୍କର୍ମକାରୀ। ଏଣିକି ରେପ ଭଳି କୌଣସି ଜଘନ୍ୟ ଅପରାଧ ଘଟାଇଲେ ପରିଣାମ ସୂରୁପ ଭୟଙ୍କର ଦଶା ଆପଣଙ୍କୁ ଭୋଗିବାକୁ ପଡ଼ିବ। ଦୁଷ୍କର୍ମ କରିଲେ ଆପଣଙ୍କୁ ନପୁଂସକ କରି ଦିଆଯିବ। ଏମିତି କିଛି ପଦକ୍ଷେପ ପେରୁ ସରକାର ନେବା ପାଇଁ ଯାଉଛନ୍ତି। ନାବାଳିକାଙ୍କର ଦୁଷ୍କର୍ମକାରୀ ଏଭଳି କଠୋର ଦଣ୍ଡରେ ଦଣ୍ଡିତ ହେବେ। କେବଳ ସେତିକି ନୁହଁ ସେମାନଙ୍କୁ ଜରିମାନା ମଧ୍ୟ କରାଯିବ। ଏ ସମ୍ପର୍କରେ ପେରୁ ସରକାର ଏକ ବିଲ ମଧ୍ୟ ଆଗତ କରିବାକୁ ଯୋଜନା କରୁଛନ୍ତି। ଜଣେ ୩ ବର୍ଷର ନାବଳିକାଙ୍କ ପ୍ରତି ଦୁଷ୍କର୍ମ ଘଟଣା ସାରା ଦେଶରେ ବର୍ତ୍ତମାନ ହଇଚଇ ସୃଷ୍ଟି କରିଛି।

ତେଣୁ ଦୁଷ୍କର୍ମକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବାକୁ ବିଚାର କରାଯାଇଥିବା ପେରୁ ମନ୍ତ୍ରୀ ତଥା ଜଷ୍ଟିସ ଫେଲିକ୍ସ ଚେରୋ କହିଛନ୍ତି। ରସାୟନିକ ପଦ୍ଧତି ମାଧ୍ୟମରେ ଏହା କରାଯିବ। କ୍ୟାବିନେଟରେ ଏହି ନିଷ୍ପତ୍ତି ପରେ ବିଲ ପାରିତ କରାଯିବ। ଦୋଷୀମାନଙ୍କୁ ଉଭୟ ଜେଲ ସାଙ୍ଗକୁ ନପୁଂସକ କରିଦିଆଯିବ। ଜେଲରୁ ମୁକୁଳିବା ପରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସୂଚନା ମିଳିଛି।

ନିକଟରେ ୪୮ ବର୍ଷର ଜଣେ ବ୍ୟକ୍ତି ୩ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ଝିଅଟି ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି। ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ସରକାରଙ୍କର ଏହି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି। କିନ୍ତୁ ବିରୋଧି କହିଛନ୍ତିକି, ଦୁଷ୍କର୍ମ ମାମଲାର ତ୍ୱରିତ ସମାଧାନ କରିବା ପାଇଁ ବ୍ୟବସ୍ଥା ହେବା ଉଚିତ। ଭାରତରେ ମଧ୍ୟ ଅଧିକାଂଶ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଅଛି। ଦୋଷୀକୁ ଉଚିତ ଦଣ୍ଡବିଧାନ ମିଳୁନଥିବାରୁ ସେମାନେ ଖସି ଯାଉଛନ୍ତି।

Leave A Reply

Your email address will not be published.