କିଙ୍ଗ କୋହଲି ଗତ ୧୦୦ଟି ମ୍ୟାଚରେ ଗୋଟିଏ ମଧ୍ୟ ଶତକ ହାସଲ କରିନାହାନ୍ତି, ଏହା ପଛର କଣ କାରଣ ଅଛି, ଆଗକୁ ସେ କ’ଣ କରିବେ?

0

Get real time updates directly on you device, subscribe now.

ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଦିନ ଥିଲା ରନ ମେଶିନ୍ କୋହଲିଙ୍କ ବ୍ୟାଟରୁ ଚୌକା, ଛକାର ବର୍ଷା ହେଉଥିଲା। ଶତକ ପରେ ଶତକ, ଅର୍ଦ୍ଧଶତକ ପରେ ଅର୍ଦ୍ଧଶତକରେ କରି ଷ୍ଟାଡିୟମ ଫାଟି ପଡ଼ୁଥିଲା। କିନ୍ତୁ ଆଜି ଆଉ ଦେଖିବାକୁ ମିଳୁନାହିଁ। ଗତ ୧୦୦ଟି ମ୍ୟାଚରେ ବିରାଟଙ୍କ ଶତକ ଘର ଖାଲି ପଡ଼ିଛି।

ଶେଷ ଥର ପାଇଁ କୋହଲି ଗତ ୨୦୧୯ ମସିହାରେ ଶତକ ହାସଲ କରିଥିଲେ। ତା’ ପରଠାରୁ ସେ କୌଣସି ଅନ୍ତରାଷ୍ଟ୍ରୀୟ କିମ୍ବା ଇଣ୍ଡିଆନ ପ୍ରିମିୟର ଲିଗରେ କୌଣସି ଶତକ ଯୋଡ଼ିବାରେ ସକ୍ଷମ ହୋଇ ପାରିନାହାନ୍ତି। ସେଥିମଧ୍ୟରେ ୧୭ଟି ଟେଷ୍ଟ, ୨୧ଟି ଦିନିକିଆ, ୨୫ଟି ଟି-୨୦ ଓ ୩୭ଟି ଆଇପିଏଲ ମଧ୍ୟ ସାମିଲ ରହିଛି।

ବର୍ତ୍ତମାନ ସମୟରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି। ତାଙ୍କ ନାମରେ ବର୍ତ୍ତମାନ ସମୁଦାୟ ୭୦ଟି ଅନ୍ତର୍ଜାତୀୟ ଶତକ ରହିଛି। ସେଥିମଧ୍ୟରେ ୪୩ଟି ଦିନିକିଆ ଓ ୨୭ଟି ଟେଷ୍ଟ ଶତକ ମଧ୍ୟ ସାମିଲ ରହିଛି। ଯଦି ଚଳିତ ବର୍ଷ ଆଇପିଏଲ କଥା କହିବା ତେବେ, ଗତ ୭ଟି ମ୍ୟାଚରେ ବିରାଟ ମାତ୍ର ୧୧୯ ରନ୍ ସଂଗ୍ରହ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୪୮ ରହିଥିବା ସମୟରେ ଆଭରେଜ ୧୯.୮୩ ରହିଛି।

ବିରାଟଙ୍କର ଏପରି ସଂଘର୍ଷମୟ ସ୍ଥିତି ସମୟରେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କର ଏକ ବୟାନ ସାମ୍ନାକୁ ଆସିଛି। ଶାସ୍ତ୍ରୀ କହିଛନ୍ତିକି, ବିରାଟ ମାନସିକ ସ୍ତରରେ ବର୍ତ୍ତମାନ ଚାପରେ ରହୁଛନ୍ତି, ତେଣୁ ସେ ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଯିବା ଆବଶ୍ୟକ। ଆଗକୁ ଭାରତ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଅଛୁ ସେଥିରୁ ବିରାଟଙ୍କୁ ବିରତି ଦେବା ଜରୁରୀ ବୋଲି ଶାସ୍ତ୍ରୀ ନିଜର ମନ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.