ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା:ମାଛ ପାଳନରେ ମିଳେ ୬୦% ପର୍ଯ୍ୟନ୍ତ ସବ୍ସିଡି,ଏହି ଯୋଜନା ଅନ୍ତର୍ଗତ କରନ୍ତୁ ଆବେଦନ

0

Get real time updates directly on you device, subscribe now.

ଭାରତର କୃଷକ ମାନଙ୍କ ମଧ୍ୟରେ ମାଛ ପାଳନ ବହୁ ଜୋରରେ ଲୋକପ୍ରିୟ ହେଉଛି|ସରକାର ମଧ୍ୟ ଏହି କ୍ଷେତ୍ରରେ ପ୍ରୋତ୍ସାହନ ଦେଉଛନ୍ତି|ଏଥିପାଇଁ ରାଷ୍ଟ୍ରୀୟ ସ୍ତରରେ ପିଏମ୍ ମତ୍ସସମ୍ପଦ ଯୋଜନା ଚଳାଯାଉଛି ଯେଉଁଥିରେ ମାଛ ପାଳନ ଆରମ୍ଭ କଲେ ସବ୍ସିଡି ଦିଆଯାଏ|

ସେପ୍ଟେମ୍ବର ୨୦୨୦ ରେ ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ କରାଯାଇଥିଲା|ଏହାକୁ ମାଛ ପାଳନ କ୍ଷେତ୍ରରେ ଚଳାଯାଇଥିବା ଯୋଜନା ମଧ୍ୟରେ ସବୁଠୁ ଅଧିକ|ଏଥିରେ ମାଛ ପାଳନ ପାଇଁ ଋଣ ଓ ନିଶୁଳ୍କ ପ୍ରଶିକ୍ଷଣ ଦିଆଯାଏ|ମାଛ ପାଳନ ପାଇଁ ଆପଣଙ୍କ କ୍ଷେତ୍ରର ମତ୍ସ୍ୟ ପାଳନ ବିଭାଗ ସହ ସମ୍ପର୍କ କରିବାକୁ ହେବ|

ଏହି ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କୁ ମାଛପାଳନ ବ୍ୟବସାୟ ଆରମ୍ଭ କଲେ ୬୦% ଅନୁଦାନ ଦିଆଯାଏ|ଅନ୍ୟ ସମସ୍ତଙ୍କୁ ୪୦% ପର୍ଯ୍ୟନ୍ତ ସବ୍ସିଡି ଦିଆଯାଏ|ଯଦି ଆପଣ ଏହି ଯୋଜନା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେଵେ ଅଧିକାରିକ ୱେବସାଇଟ https://dof.gov.in/pmmsy ରେ ଆବେଦନ କରିପାରିବେ|

ଏଥିପାଇଁ ବ୍ୟକ୍ତି ଭାରତର ନାଗରିକ ହୋଇଥିବେ|ଏଥିରେ ଦେଶର ସମସ୍ତ ମାଛପାଳକ ଆବେଦନ କରି ପାରିବେ|ଏହି ଯୋଜନାରେ ମାଛଚାଷୀ କ୍ରେଡିଟ କାର୍ଡ ବନାଇ ୧.୬୦ ଲକ୍ଷ ଲୋନ ବିନା ୱରେଣ୍ଟିରେ‌ ନେଇ ପାରିବେ|ଏଥିରେ ସର୍ବାଧିକ ୩ ଲକ୍ଷ ଟଙ୍କା ଲୋନ ନେଇ ପାରିବେ|ଏହା ଅନ୍ତର୍ଗତ ଅନ୍ୟାନ୍ୟ ଋଣ ତୁଳନାରେ କମ ସୁଧ ଦେବାକୁ ହେବ|

ମାଛଚାଷକୁ ସଦାବେଳେ ଲାଭଦାୟକ ବ୍ୟବସାୟ ମାନାଯାଏ|ବିଶେଷଜ୍ଞ ଅନୁସାରେ ଏହି ଯୋଜନାରେ କମ ନିବେଶରେ ଅଧିକ ଲାଭ ମିଳିଥାଏ|ଯେତେ ବଡ ହେକ୍ଟରର ବ୍ୟବସାୟ କରିବେ ସେତେ ଅଧିକ ଲାଭ ମିଳିବ|

Leave A Reply

Your email address will not be published.